Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ହେଉଛି ମାଣ୍ଡିଆ ଦିବସ, ଜାଣନ୍ତୁ କଣ ରହିଛି ଏହି ମିଲେଟର ଉପକାରୀତା
ଜାତୀୟ ଖବର

ଆଜି ହେଉଛି ମାଣ୍ଡିଆ ଦିବସ, ଜାଣନ୍ତୁ କଣ ରହିଛି ଏହି ମିଲେଟର ଉପକାରୀତା

November 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ହେଉଛି ମାଣ୍ଡିଆ ଦିବସ, ଜାଣନ୍ତୁ କଣ ରହିଛି ଏହି ମିଲେଟର ଉପକାରୀତା

ଡା ତ୍ରୈଲୋକ୍ୟନାଥ ମହାରଣା

ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ବର୍ଗର ଅଂଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟ ଭାବରେ ବିବେଚନା ହୋଇ ଆସିଛି। ଅଧିକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଲୋକପ୍ରିୟ କରାଇବାରେ ଆମ ଓଡ଼ିଶାର ମିଲେଟ କାର୍ଯ୍ୟକ୍ରମ କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି।

ବାସ୍ତବରେ ମାଣ୍ଡିଆ ରେ ବହୁତ ଔଷଧୀୟ ଗୁଣ ରହିଛି।ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଂଗାନିଜ, ଭିଟାମିନ ଡ଼ି ରହିଛି। ଏଥିରେ ତ୍ରିପୋଟୋଫାୟାଡ଼ ଆମିନୋ ଏସିଡ୍ ରହିଛି ଯାହାକି ଭୋକକୁ ନିୟନ୍ତ୍ରିତ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏଅସ୍ଥି କ୍ଷୟ ରୋଗ ବା ଅଷ୍ଟ୍ରୀୟପୋରସିସ ରୋଗ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିକୁ ମଧୁମେହ ରୋଗ ହୋଇନଥାଏ। ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ।

ମାଣ୍ଡିଆ ରେ ଆମିନୋ ଏସିଡ୍ ଭରପୁର ଥିବାରୁ ଲିଭର ରେ ଚର୍ବୀ ଜମିବାକୁ ଦେଇ ନ ଥାଏ।ତେଣୁ ଲିଭର ବା ଯକୃତ ସୁସ୍ଥ ରଖିବାରେ ମାଣ୍ଡିଆ ର ଗୁରୁତ୍ୱ ପୂର୍ଣ ଭୂମିକା ରହିଛି।ସବୁ ଦିନ ମାଣ୍ଡିଆ ଖାଉଥିବା ବ୍ୟକ୍ତି ର ନିଦ୍ରା ହୀନତା, ଅବସାଦ ଆଦି ରହି ନ ଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ ରହିଥାଏ। ସୁନ୍ଦର ଯୁବ ସୁଲଭ ଚେହେରା ରହିଥାଏ।

ପ୍ରତେକ ଦିନ ମାଣ୍ଡିଆ ଖାଉ ଥିବା ବ୍ୟକ୍ତି ର ଅମ୍ଳପିତ, ଗ୍ୟାଷ୍ଟ୍ରିକ,ଉଦରବିକାର, ରକ୍ତ ଗତ ରୋଗ, ଶରୀର ଦାହ ବା ପୋଡାଜଳା ରୋଗ ହୋଇନଥାଏ। ମାଣ୍ଡିଆ କୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଆୟୁର୍ବେଦ ରେ ଏହାକୁ ମୂତ୍ର କାରକ ଦ୍ରବ୍ୟ ହିସାବରେ ଗ୍ରହଣ କରାଯାଇଛି, ମୂତ୍ର କମ ମାତ୍ରା ରେ ହେଉଥିବା ସମୟରେ ଏହାକୁ ବ୍ୟବହାର କଲେ ସରଳ ଭାବେ ମୂତ୍ର ପରିତ୍ୟାଗ ହୋଇଥାଏ। ମାଣ୍ଡିଆ ଅଧିକ ରୋଚକ ଖାଦ୍ୟ। ପୃଷ୍ଟି ସାର ଭରପୁର ମାତ୍ରା ରେ ରହିଛି।ସମସ୍ତ ପ୍ରକାର ଭିଟାମିନ, ଖଣିଜ ଦ୍ରବ୍ୟ ଆଦି ଭରପୁର ମାତ୍ରାରେ ରହିବା ଯୋଗୁଁ ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରୁଛନ୍ତି।

ଯୁବ ବୟସରେ ଧାତୁ କ୍ଷୟ ରୋଗ ସୃଷ୍ଟି ହେଲେ, ସକାଳୁ ମାଣ୍ଡିଆ ଜାଉ କରି ବ୍ୟବହାର କରିବା ପରେ ଏଥିରୁ ଉପଶମ ମିଳେ।ବର୍ତ୍ତମାନ ରାଜ୍ୟରେ ମାଣ୍ଡିଆ କୁ ନେଇ ମିଲେଟ ମିଶନ ପୋଗ୍ରାମ ଆରମ୍ଭ ହୋଇଛି।

ମାଣ୍ଡିଆ ର ଉପକାରୀତା ଜାଣିବା ପରେ ସମସ୍ତେ ମାଣ୍ଡିଆ ବା ରାଗି କୁ ନେଇ ମାଣ୍ଡିଆ ରୁ ସୁପ, ମାଣ୍ଡିଆ ଚା, ଚକୁଳି, ଡ୍ରିଂକ୍ସ, ଉପୁମା, ଏଡିଲି, ପକୁଡି ଆଦି କରି ଲୋକେ କରି ବ୍ୟବହାର କରି ସୁସ୍ଥ ଭାବେ ବଞ୍ଚିବାକୁ ଚାହିଁଛନ୍ତି।କଂରୋନା ସମୟରେ ବହୁ ସଂଖ୍ୟକ ରୋଗୀ କେବଳ ମାଣ୍ଡିଆ ଜାତ ଦ୍ରବ୍ୟ ବ୍ୟବହାର କରି କେବଳ ଘରେ ରହି କରୋନା ଠାରୁ ସୁରକ୍ଷିତ ହୋଇପାରିଥିଲେ।

ଡା ତ୍ରୈଲୋକ୍ୟନାଥ ମହାରଣା
ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ବାଲୁଗାଁ,ଖୋର୍ଦ୍ଧା
ମୋ -୯୪୩୭୩୬୫୭୨୨

Millet Mission ମାଣ୍ଡିଆ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026
Latest News

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.