Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Breaking News: ଘୋଷଣା ହେଲା ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ଦେଖନ୍ତୁ ପୁରା ତାଲିକା
ଜାତୀୟ ଖବର

Breaking News: ଘୋଷଣା ହେଲା ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ଦେଖନ୍ତୁ ପୁରା ତାଲିକା

December 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Breaking News: ଘୋଷଣା ହେଲା ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।

୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ୨୦୨୨ ମସିହା ପାଇଁ କଟକ ଏସ୍‌.ସି.ବି ମେଡିକାଲ କଲେଜର ପ୍ରଫେସର ବିଦ୍ୟୁତ କୁମାର ଦାସଙ୍କୁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ରୌପ୍ୟ ପଦକ, ଉପଢୌକନ, ପ୍ରଶସ୍ତି ପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ହୃଦୟନାଥ ଥାଟୋଇ, ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌ର ପ୍ରମୁଖ ବୈଜ୍ଞାନିକ ଡ. ବିକାଶ କୁମାର ଜେନା, ଭୁବନେଶ୍ୱରର ଡ. ଅଶୋକ କୁମାର ସାହୁ ଓ ରୁର୍‌କି ଆଇଆଇଟିର ପ୍ରଫେସର ଡ. ନାରାୟଣ ପ୍ରସାଦ ପାଢ଼ୀ ଏବଂ ୨୦୨୨ ମସିହା ପାଇଁ ଓୟୁଏଟିର ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ସିଏସ୍‌ଆଇଆର୍‌ର ଡ. ଭାଗ୍ୟଧର ଭୋଇ ଓ ରୁର୍‌କିସ୍ଥିତ ସେଣ୍ଟ୍ରାଲ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚୁ୍ୟଟ୍‌ର ପ୍ରଫେସର ଦେବୀପ୍ରସନ୍ନ କାନୁନ୍‌ଗୋଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପୁରସ୍କାର’ ମିଳିବ। ପ୍ରାପକମାନଙ୍କୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ଉପଢୌକନ, ପ୍ରଶସ୍ତିପତ୍ର ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ବର୍ଗରେ ୨୦୨୧ ମସିହା ପାଇଁ ଡ. ବାସୁଦେବ କର(ଖୋର୍ଦ୍ଧା), ଡ. ସ୍ୱାଗତିକା ଦାଶ(ଭୁବନେଶ୍ୱର), ଡ. ବିଷ୍ଣୁପ୍ରସାଦ ବିଶ୍ୱାଳ(ନାଇଜର) ଏବଂ ୨୦୨୨ ମସିହା ପାଇଁ ଗବେଷକ ଡ. ସୌମ୍ୟରଞ୍ଜନ ଜେନା, ବାରିପଦା ଏମ୍‌ପିସି କଲେଜର ଡ. ଉତ୍ତମ କୁମାର ପାଣିଗ୍ରାହୀ, ଭୁବନେଶ୍ୱର ଆଇଆଇଟିର ଡ. ସୌମ୍ୟ ପ୍ରକାଶ ଦାଶ ଓ ଭୁବନେଶ୍ୱରର ଡ. ରେଖା ବିଶ୍ୱାଳ ପୁରସ୍କୃତ ହେବେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ।

ଲୋକପି୍ରୟ ବିଜ୍ଞାନ ପୁସ୍ତକର ଲେଖକ ବର୍ଗରେ ୨୦୨୧ ମସିହା ପାଇଁ ଶ୍ରୀ ଅରୁଣ କୁମାର ପାତ୍ର ଓ ଡ. ଅସିତ୍‌ କୁମାର ସ୍ୱାଇଁ ଏବଂ ୨୦୨୨ ମସିହା ପାଇଁ ଶ୍ରୀ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ପୁରସ୍କାର’ ହିସାବରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

ଏହାବ୍ୟତୀତ ବରିଷ୍ଠ ବୈଜ୍ଞାନିକ ଭାବରେ ଉଲ୍ଲେଖନୀୟ ଅବଦାନ ସକାଶେ ୨୦୨୧ ମସିହା ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ, ଡ. ରାମଚନ୍ଦ୍ର ମହାନ୍ତି ଏବଂ ୨୦୨୨ ମସିହା ପାଇଁ ଡ. ସୁବୋଦ କୁମାର ସାହୁ, ଡ. ବିଜୟକେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରପେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏକାଡେମୀ ପକ୍ଷରୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଏସବୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

ଓଡିଶା ବିଜ୍ଞାନ ଏକାଡେମୀ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.