Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଧଡକନ ସୃଷ୍ଟି କଲେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର
ଜାତୀୟ ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଧଡକନ ସୃଷ୍ଟି କଲେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର

December 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଧଡକନ ସୃଷ୍ଟି କଲେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନରେ ଆୟୋଜିତ ହେଉଛି ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା।

ଏହି ଉତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର ପୂର୍ବାଞ୍ଚଳର ନିର୍ଦ୍ଦେଶକ,ଗୌହାଟି  ତଥା  କ୍ଷେତ୍ରୀୟ ନିର୍ଦ୍ଦେଶକ (ହସ୍ତଶିଳ୍ପ), କୋଲକାତା ଶ୍ରୀ ଏସ୍. ବନ୍ଦୋପାଧ୍ୟାୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର  ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ମେଳା ପରିସରରେ ଥିବା ମଞ୍ଚରେ  ଜାତୀୟ ସ୍ତରର କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ ସୁରେଶ ୱାଡ଼େକର ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ , ଶ୍ରୀ ସୁରେଶ ୱାଡ଼େକର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ।

ମେଳା ପରିସରରେ ଥିବା ପିଲାମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ସ୍ଥାନରେ, ପିତାମାତା ତଥା ଆବିଭାବକମାନଙ୍କ ତତ୍ତ୍ଵାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ, ଦୋଳି, ଟୟ କାର ଆଦିର ଆନଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି।  ସୂଚନାଯୋଗ୍ୟ ଯେ, ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

toshali Toshali Craft Mela ତୋଷାଳି ତୋଷାଳି ଜାତୀୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 7, 2026

ବୈଭବଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହି ଚାରି ଖେଳାଳି: ଜିମ୍ବାୱେ ସିରିଜରେ ମିଳିବ ସୁଯୋଗ

July 7, 2026

ବିସ୍ତୃତ ରାଶିଫଳ: ଜୁଲାଇ ୭ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ଲୋକେ ହୁଅନ୍ତୁ ସାବଧାନ

July 7, 2026
Latest News

କେନ୍ଦୁଝରରେ ଦୁଃଖଦ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ

July 7, 2026

Health Tips: ସକାଳେ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଜାଣନ୍ତୁ ମସ୍ତିଷ୍କ, ନିଦ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କେମିତି ପଡ଼େ ପ୍ରଭାବ

July 7, 2026

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

July 7, 2026

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.