Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସରେ ନବ ନିଯୁକ୍ତ ୧୨ ଜଣ ସାଧାରଣ ସମ୍ପାଦକ ମଧ୍ୟରୁ ମାତ୍ର ଜଣେ ଓବିସି
ଜାତୀୟ ଖବର

କଂଗ୍ରେସରେ ନବ ନିଯୁକ୍ତ ୧୨ ଜଣ ସାଧାରଣ ସମ୍ପାଦକ ମଧ୍ୟରୁ ମାତ୍ର ଜଣେ ଓବିସି

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ନବ ନିଯୁକ୍ତ ୧୨ ଜଣ ସାଧାରଣ ସମ୍ପାଦକ ମଧ୍ୟରୁ ମାତ୍ର ଜଣେ ଓବିସି

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ନିଯୁକ୍ତ ହୋଇଥିବା ୧୨ ଜଣ ନୂଆ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗର ମାତ୍ର ଜଣେ ନେତାଙ୍କୁ ସ୍ଥାନ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଉଚ୍ଚ ଜାତିର ନେତା।

ଏଭଳି ସ୍ଥିତିରେ ଜାତିଗତ ଜନଗଣନା ଓ ଓବିସି ଅଂଶଗ୍ରହଣକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ଉଲ୍ଲେଖ କରାଯାଉଛି। କୁହାଯାଉଛି ଯେ କଂଗ୍ରେସରେ ବଡ଼ ପଦ ପାଇଁ ଦୌଡ଼ରେ ରାହୁଲ ଓବିସିମାନଙ୍କୁ ଅଧିକାର ଦେଇ ପାରିନାହାନ୍ତି।

ଏହାବ୍ୟତୀତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ତାଙ୍କୁ ସାଧାରଣ ସମ୍ପାଦକଭାବେ ନିଯୁକ୍ତି ଦିଆଯାଇଛି। ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯେଉଁ ନେତାମାନଙ୍କୁ ସାଧାରଣ ସମ୍ପାଦକଭାବେ ନିଯୁକ୍ତ କରିଛନ୍ତି ସେମାନେ ହେଲେ ମୁକୁଲ ବାସନିକ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା (ବିଭାଗ ବିହୀନ), ଜିତେନ୍ଦ୍ର ସିଂହ, ରଣଦୀପ ସିଂହ ସୁରଜେୱାଲା, ଦୀପ ବାବରିଆ, ସଚିନ ପାଇଲଟ, ଅବିନାଶ ପାଣ୍ଡେ, କୁମାରୀ ଶୈଲଜା, ଜିଏ ମୀର, ଦୀପଦାସ ମୁନ୍ସି, ଜୟରାମ ରମେଶ ଏବଂ କେସି ବେଣୁଗୋପାଳ। ବରିଷ୍ଠ ନେତା କେସି ବେଣୁଗୋପାଳ କଂଗ୍ରେସର ସଂଗଠନ ମହାସଚିବ ମଧ୍ୟ ରହିବେ।

କଂଗ୍ରେସ ଅଧ୍ୟକ୍ଷ ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ଚେଲ୍ଲାକୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ପାଇଁ ଚେଲ୍ଲାକୁମାର, ଓଡ଼ିଶା ପାଇଁ ଅଜୟ କୁମାରଙ୍କୁ (ତାମିଲନାଡୁ ଏବଂ ପୁଡୁଚେରୀ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି), ଭରତ ସିଂହ ସୋଲାଙ୍କିଙ୍କୁ ଜମ୍ମୁ ଓ କଶ୍ମୀର ପାଇଁ, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ରାଜସ୍ଥାନ ପାଇଁ ସୁଖଜିନ୍ଦର ସିଂହ ରନ୍ଧାୱା, ପଞ୍ଜାବ ପାଇଁ ଦେବେନ୍ଦ୍ର ଯାଦବ, ଗୋଆ ପାଇଁ ମାଣିକରାଓ ଠାକରେ, ଦାମନ ଓ ଦିଉ, ଦାଦରା ଓ ନଗର ହାଭେଲି, ତ୍ରିପୁରା, ସିକିମ, ମଣିପୁର ଓ ନାଗାଲାଣ୍ଡ ପାଇଁ ଗିରିଶ ଚୋଡନକର, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ଓ ନିକୋବର ପାଇଁ ମଣିକମ ଟାଗୋରଙ୍କୁ ଦାୟିତ୍ୱ ଦିଆଯାଇଛି।

ଗୁରଦୀପ ସିଂ ସପପାଲଙ୍କୁ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି। କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଅଜୟ ମାକେନ। ମିଲିନ୍ଦ ଦେଓରା ଏବଂ ବିଜୟ ଇନ୍ଦର ସିଙ୍ଗଲାଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

Congress Election2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.