Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ୨୪ ଘଣ୍ଟାରେ ୭୦୭ କରୋନା ଆକ୍ରାନ୍ତ, ଜେଏନ-୧ ଭାରିଆଣ୍ଟର ୯ ରୋଗୀ
ଜାତୀୟ ଖବର

ଦେଶରେ ୨୪ ଘଣ୍ଟାରେ ୭୦୭ କରୋନା ଆକ୍ରାନ୍ତ, ଜେଏନ-୧ ଭାରିଆଣ୍ଟର ୯ ରୋଗୀ

December 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି।

ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ରାେରଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି।

କେରଳ ପରେ କର୍ଣ୍ଣାଟକରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାମଧ୍ୟରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଅମୃତସରରେ ଲଣ୍ଡନର ଜଣେ ୬୦ ବର୍ଷୀୟା ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କାହିଁକି ବଢୁଛି କେରଳରେ ବଢ଼ୁଛି ସଂକ୍ରମଣ ?

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର, ଡିସେମ୍ବର ୨୨ରେ କହିଥିଲେ ଯେ ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଅଧିକ ଟେଷ୍ଟିଂ କରାଯାଉଥିବାରୁ ଏଭଳି ହେଉଛି। କରୋନାର ନୂଆ ଭାରିଆଣ୍ଟ ଜେଏନ-୧ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।

ଡବ୍ଲ୍ୟୁଏଚଓ ଦାବି କରିଛି – ୧ ମାସରେ ବିଶ୍ୱରେ ୫୨% ମାମଲା ବୃଦ୍ଧି ପାଇଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ୱରେ କୋରୋନା ମାମଲାରେ ୫୨% ବୃଦ୍ଧି ଘଟିଛି। ନଭେମ୍ବର ୧୯ରୁ ଡିସେମ୍ବର ୧୭ ମଧ୍ୟରେ ୮,୫୦,୦୦୦ ମାମଲା ସାମ୍ନାକୁ ଆସିଛି ଏବଂ ୩,୦୦୦ ମୃତ୍ୟୁ ଘଟିଛି। ତେବେ ଏହି ଏକ ମାସ ମଧ୍ୟରେ ମୃତ୍ୟୁ ହାର ୮% ହ୍ରାସ ପାଇଛି। ଅର୍ଥାତ୍ ଗତ ମାସରେ ୮% ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିଲେ।

୪୧ଟି ଦେଶରେ ବ୍ୟାପିଛି ଜେଏନ-୧ ଭାରିଆଣ୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, କରୋନାର ନୂଆ ଜେଏନ-୧ ଭାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୪୧ଟି ଦେଶକୁ ବ୍ୟାପିସାରିଛି। ଫ୍ରାନ୍ସ, ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡା ଏବଂ ସ୍ୱିଡେନରେ ସର୍ବାଧିକ ଜେଏନ-୧ ମାମଲା ରହିଛି। ଭାରତରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ୨୩ଟି ନୂଆ ଭାରିଏଣ୍ଟ ମାମଲା ସାମ୍ନାକୁ ଆସିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମାମଲାରେ ସାମାନ୍ୟ ଲକ୍ଷଣ ରହିଛି।

ଡବ୍ଲ୍ୟୁଏଚଓ ଜେଏନ-୧କୁ ‘ଭାରିଏଣ୍ଟ୍ ଅଫ୍ ଇଣ୍ଟରେଷ୍ଟ’ରେ ଅନ୍ତର୍ଭୁକ୍ତ କରିଛି। ଡବ୍ଲୁଏଚଓ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଳେଷଣରେ କୁହାଯାଇଛି ଯେ ବର୍ତ୍ତମାନର ଟିକା ଜେଏନ-୧ ଭାରିଆଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ଏହା ଲୋକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରେ ନାହିଁ।

ତେବେ ସତର୍କତା ମୂଳକ ପଦକ୍ଷେପସ୍ୱରୂପ ଡବ୍ଲୁଏଚଓ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ, ବନ୍ଦ କିମ୍ବା ପ୍ରଦୂଷିତ ବାୟୁ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶ- ସବୁ ଜିଲ୍ଲାରେ ପରୀକ୍ଷା ହେବା ଦରକାର

ନୂଆ ଭାରିଆଣ୍ଟକୁ ନେଇ ଡିସେମ୍ବର ୧୮ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ସମସ୍ତ ରାଜ୍ୟକୁ ଅଧିକରୁ ଅଧିକ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି । ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ ନମୁନା ପରୀକ୍ଷାଗାରକୁ ପଠାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ କଟକଣା ଲାଗୁ କରି ସୀମାରେ (କେରଳ, ତାମିଲନାଡୁ ରାଜ୍ୟ) ଆତଙ୍କିତ ହେବା କିମ୍ବା ତଦାରଖ ବଢ଼ାଇବାର ଆବଶ୍ୟକତା ନାହିଁ । ତେବେ କେରଳ ଓ ତାମିଲନାଡୁ ସୀମାରେ ଥିବା ସମସ୍ତ ସୀମାନ୍ତ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତକୁ ଜେଏନ-୧ ଭାରିଏଣ୍ଟ କେଉଁଠୁ ଆସିଲା ?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲଙ୍କ କହିବାନୁଯାୟୀ, ଡିସେମ୍ବର ୮ ତାରିଖରେ କେରଳର ତିରୁବନନ୍ତପୁରମରେ ପ୍ରଥମ ଜେଏନ-୧ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଜଣେ ୭୯ ବର୍ଷୀୟା ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ପରେ ସେ ସୁସ୍ଥ ହୋଇଯାଇଥିଲେ।

ୟୁରୋପୀୟ ଦେଶ ଲକ୍ସେମବର୍ଗରେ ପ୍ରଥମେ କୋଭିଡ ସବ୍ ଭାରିଆଣ୍ଟ ଜେଏନ-୧ ଚିହ୍ନଟ ହୋଇଥିଲା। ଏଠାରୁ ଏହା ସବୁ ଦେଶରେ ବ୍ୟାପିବାକୁ ଲାଗିଲା। ଏହି ସବ୍ ଭାରିଆଣ୍ଟ ପିରୋଲୋ ଭାରିଆଣ୍ଟ (ବିଏ.୨.୮୬) ସହ ଜଡ଼ିତ। ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ବିପଜ୍ଜନକ ବୋଲି କୁହାଯାଉଛି। ଏହି କାରଣରୁ ନୂଆ ସବ୍ ଭାରିଆଣ୍ଟକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଡିସେମ୍ବର ୮ରେ ଆମେରିକାରେ ଜେଏନ-୧ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଡିସେମ୍ବର ୮ ସୁଦ୍ଧା ଆମେରିକାରେ ଆନୁମାନିକ ୧୫% ରୁ ୨୯% କୋଭିଡ୍ ମାମଲା ରେ ସବଭାରିଏଣ୍ଟ ଜେଏନ-୧ ରହିଛି। ସେପ୍ଟେମ୍ବରମାସରେ ପ୍ରଥମ ଜେଏନ-୧ ରୋଗୀ ଆସିଥିଲେ।

corona covid19 JN1 କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.