Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତଙ୍କ ଘରୁ ସଂଗ୍ରହ ହେବ ଗୁଆ ଚାଉଳ, ବୁଲିବ ଜଗନ୍ନାଥ ରଥ
ଜାତୀୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତଙ୍କ ଘରୁ ସଂଗ୍ରହ ହେବ ଗୁଆ ଚାଉଳ, ବୁଲିବ ଜଗନ୍ନାଥ ରଥ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତଙ୍କ ଘରୁ ସଂଗ୍ରହ ହେବ ଗୁଆ ଚାଉଳ, ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ। ଏହି ଉଦଘାଟନ ପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଓଡିଶାର ପ୍ରତିଟି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ।

ଜାନୁଆରି ୫ ତାରିଖରୁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଏହି ଗୁଆ ଚାଉଳ ସଂଗ୍ରହ କରାଯିବ। ଏଥି ସହ ଗାଁ କୁ ଗାଁ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ଚାଉଳ ଓ ଗୁଆ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ।ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଗାଡିରେ ପୁରୀ ନିଆଯିବ।

ଏଥିସହିତ ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ସେହିପରି ପ୍ରତି ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ଏହି ଅର୍ଥକୁ ଗତକାଲି କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି।

ଉଦଘାଟନୀ ଉତ୍ସବ ସରିବା ପରେ ଅର୍ଥାତ ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ। ଏଥିପାଇଁ ସରକାର ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ।

ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ।

ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ଗାଁରେ ଏହାର ପ୍ରଚାର କରାଯିବ। ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ୍‌ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି।

ଏଥିରେ ପ୍ରତି ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗ ଦେବେ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ଏହାଦ୍ବାରା ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରସାର ହୋଇପାରିବ ବୋଲି ସରକାର ଚିନ୍ତା କରିଛନ୍ତି।

ShreeMandirParikram ପୁରୀ ଶ୍ରୀମନ୍ଦିର ଶ୍ରୀମନ୍ଦିରପରିକ୍ରମାପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.