Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାରେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକସଂପର୍କ ଆରମ୍ଭ, ରାଜନୀତି ସରଗରମ
ଜାତୀୟ ଖବର

ଚିଲିକାରେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକସଂପର୍କ ଆରମ୍ଭ, ରାଜନୀତି ସରଗରମ

January 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
PrasantJagdev
ଚିଲିକାରେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକସଂପର୍କ ଆରମ୍ଭ, ରାଜନୀତି ସରଗରମ

ବାଣପୁର( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳିରେ ଦୀର୍ଘ ଦିନର ବିରତି ପରେ ପୁଣି ସଂଗଠନ ଆରମ୍ଭ କଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ। ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଜଗଦେବଙ୍କ ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ କଟକଣା ସରିବା ସତ୍ବେ ସେ ଚିଲିକା ନିର୍ବାଚନମଣ୍ଡଳି ମାଟି ମାଡୁ ନ ଥିଲେ।

ଦଳୀୟ ତାଗିଦ ଲାଗି ନିଜ ନିର୍ବାଚନମଣ୍ଡଳିର ବିଜେଡି ନେତାମାନେ ଜଗଦେବଙ୍କ ଠାରୁ ଦୁରେଇଯାଇଥିଲେ। ତେବେ ଆଜି ହଠାତ ବିଧାୟକ ଜଗଦେବ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଡେରା ପକାଇଥିବା ଦେଖିବାକୁ ମିଳିଛି। ଉଭୟ ଅଞ୍ଚଳର ଏକାଧିକ ଅନୁଗାମୀଙ୍କ ଘରକୁ ଯାଇ ସେମାନଙ୍କ ସହିତ ମିଶି ଦୁଃଖସୁଖ ହୋଇଥିଲେ।

ତତସହିତ ସେ ଚା ଖଟିରେ ମଧ୍ୟ ଯୋଗ ଦେଇ ଲୋକଙ୍କ ସହିତ ପୁନଃସଂପର୍କ ସ୍ଥାପନ କରିଥିଲେ। ବାଲୁଗାଁର ଜଣେ ବିଜେଡି ନେତାଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଏବଂ ବାଣପୁର ଅଲାଈଡିହ ଗ୍ରାମର ଜଣେ ବିଜେଡି ନେତାଙ୍କ ପୁତ୍ର ବିୟୋଗରେ ତାଙ୍କ ଘରକୁ ଯାଇ ବିଧାୟକ ଜଗଦେବ ଉଭୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ।

ତେବେ ବିଜେଡିରୁ ନିଲମ୍ବିତ ହେବାପରେ ତାଙ୍କଠାରୁ ସ୍ଥାନୀୟ ନେତା ଦୂରେଇ ଯାଇଥିବା ବେଳେ ଆଜି ବିଧାୟକଙ୍କ ଗସ୍ତ ସମୟରେ ଏକାଧିକ ନେତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଯାହା ଅନୁମେୟ ହେଉଛି ବିଧାୟକ ଜଗଦେବ ପୁଣି ଥରେ ଚିଲିକାରୁ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି। ସେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳିରେ ପୁନଶ୍ଚ ସଂଗଠନ ସଜାଡ଼ିବା ଆରମ୍ଭ କରିଦେଲେଣି।

ତେବେ ବିଧାୟକ ଜଗଦେବଙ୍କୁ ବିଜେଡି ପୁନଶ୍ଚ ଟିକେଟ ଦେବା ଆଶା କ୍ଷୀଣ ଥିବା ବେଳେ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ତେବେ ଏ ନେଇ ବିଧାୟକ ଜଗଦେବଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ନିର୍ବାଚନ ମଣ୍ଡଳି ଆସିପାରୁ ନ ଥିଲେ। ତେବେ ବର୍ତ୍ତମାନ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବେ ବୋଲି ଦୃଢତାର ସହ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସେ ସଦାବେଳେ ଅନୁପ୍ରାଣିତ ଏବଂ ସଂଗଠନ ତାଙ୍କରି ଆଶୀର୍ବାଦରୁ ଜାରି ରଖିବେ ବୋଲି ଜଗଦ୍ଦେବ କହିଛନ୍ତି। ତେବେ ଟିକେଟ ପୁଣି ବିଜେଡିରୁ ସେ ପାଇବେକି ନାହିଁ ପଚାରିବାରୁ କିଛି କହିନଥିଲେ। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ସଂଗଠନ ଜାରି ରହିବ ବୋଲି କହିଛନ୍ତି।

ଦୀର୍ଘଦିନର ନିରବତା ପରେ ସେ ହଠାତ ଚିଲିକାରେ ବୁଲିବା ନେଇ ରାଜନୀତି ସରଗରମ ହୋଇପଡିଛି। ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ସତ୍ବେ ବହୁ ଟାଣୁଆ କର୍ମି ଆଜି ତାଙ୍କ ସହିତ ସାମିଲ ହେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

chilika Election2024 PRASANTJAGDEV ନିର୍ବାଚନ2024 ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.