Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୩ ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଜାଣନ୍ତୁ କେଉଁ ଫର୍ମାଟରେ କେତେଜଣ ଭାରତୀୟ ସାମିଲ
ଜାତୀୟ ଖବର

୨୦୨୩ ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଜାଣନ୍ତୁ କେଉଁ ଫର୍ମାଟରେ କେତେଜଣ ଭାରତୀୟ ସାମିଲ

January 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଦ୍ୱାରା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଟି -୨୦ ଭଳି ପାକିସ୍ତାନର କୌଣସି ଖେଳାଳି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇନାହାଁନ୍ତି।

୨୦୨୩ ବର୍ଷର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ପାଞ୍ଚଜଣ ଖେଳାଳି, ଭାରତରୁ ଦୁଇଜଣ, ଇଂଲଣ୍ଡରୁ ଦୁଇଜଣ, ଶ୍ରୀଲଙ୍କାରୁ ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳରେ ଭାରତର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରିଛି। ଅଷ୍ଟ୍ରେଲିଆର ଓପନର୍ ଉସମାନ ଖ୍ୱାଜା, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍, ୱିକେଟ୍ କିପର ଆଲେକ୍ସ କେରି, ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କ ସ୍ଥାନ ପାଇଛନ୍ତି।

୨୦୨୩ ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ, ଇଂଲଣ୍ଡର ଜୋ ରୁଟ ଏବଂ ଷ୍ଟୁଆର୍ଟ ବ୍ରଡ ମଧ୍ୟ ସାମିଲ ହୋଇଛନ୍ତି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଜିତିଥିବା ଅଷ୍ଟ୍ରେଲୀୟ ଦଳର ପାଞ୍ଚଜଣ ସଦସ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ।

ପ୍ରକାଶ ଯେ ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍ର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ। ବିଶ୍ଵର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳଗୁଡିକରେ ସ୍ଥାନ ପାଆନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟି-୨୦, ସର୍ବୋତ୍ତମ ଦିନିକିଆ ଏବଂ ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି।

୨୦୨୩ର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳ- ଉସମାନ ଖ୍ୱାଜା, ଦିମୁଥ କରୁଣାରତ୍ନେ, କେନ ୱିଲିୟମସନ, ଜୋ ରୁଟ, ଟ୍ରାଭିସ ହେଡ, ରବିନ୍ଦ୍ର ଜାଡେଜା, ଆଲେକ୍ସ କେରୀ (ୱିକେଟ୍ କିପର), ପ୍ୟାଟ କମିନ୍ସ (ଅଧିନାୟକ), ଆର ଅଶ୍ୱିନ, ମିଚେଲ ଷ୍ଟାର୍କ ଏବଂ ଷ୍ଟୁଆର୍ଟ ବ୍ରଡ।

ଆଇସିସି ODI ଟିମ୍ ଅଫ୍ ଦି ଇୟର ୨୦୨୩- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ୍, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ମାର୍କୋ ୟାନସେନ୍, ଆଦାମ ଜାମ୍ପା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି।

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ – ଯଶସ୍ୱୀ ଜୟଶ୍ଵାଲ, ଫିଲ୍ ସଲ୍ଟ, ନିକୋଲାସ ପୁରାନ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ମାର୍କ ଚାପମାନ, ସିକନ୍ଦର ରଜା, ଅଳ୍ପେଶ ରାମଜାନି, ମାର୍କ ଅଡାୟର, ରବି ବିଷ୍ନୋଇ, ରିଚାର୍ଡ ନଗାରୱା ଏବଂ ଅର୍ଶଦୀପ ସିଂ।

icc T-20 test
Share. Facebook Twitter LinkedIn Email WhatsApp Copy Link

Related Posts

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026

ବିଜୟ ସରକାରଙ୍କୁ ଝଟକା: ଏହି ନିଷ୍ପତ୍ତିକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ 

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.