Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ହେବ କି?: ଅନ୍ତରୀଣ ବଜେଟରେ ମିଳିପାରେ ଅପଡେଟ୍
ଜାତୀୟ ଖବର

ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ହେବ କି?: ଅନ୍ତରୀଣ ବଜେଟରେ ମିଳିପାରେ ଅପଡେଟ୍

January 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଥିରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରାଯାଇପାରେ ବୋଲି ସୂଚନା ମିଳିଛି। ଏନପିଏସର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କମିଟିର ବୈଠକରେ ଏନପିଏସର ନିୟମରେ କିଛି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ପୁରୁଣା ପେନସନ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ସପକ୍ଷରେ ନାହିଁ। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି। ଅନେକ ରାଜ୍ୟ ଏହାକୁ ପୁନରୁଦ୍ଧାର କରିଛନ୍ତି। ନିର୍ବାଚନୀ ବର୍ଷରେ ଏହାକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ୁଛି।

କମିଟିର ରିପୋର୍ଟ ଉପରେ ପଦକ୍ଷେପ ନେବା ପୂର୍ବରୁ ସରକାର ଲୋକଙ୍କଠାରୁ ପରାମର୍ଶ ନେଇପାରିବେ ବୋଲି ସୂତ୍ରରୁ ପ୍ରକାଶ। ଜଣେ ଅଧିକାରୀ କହିଛନ୍ତି ଯେ ରିପୋର୍ଟ ଉପରେ କାମ ଚାଲିଛି। ଏନପିଏସରେ କିପରି ଉନ୍ନତି କରାଯାଇପାରିବ ତାହା ଉପରେ ଏହି ରିପୋର୍ଟରେ ଗୁରୁତ୍ୱ ଦିଆଯିବ। ଏଥିରେ ପେନସନଭୋଗୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ରିପୋର୍ଟରେ ଯଦି କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି, ତେବେ ଏହାର ବିତ୍ତୀୟ ପ୍ରଭାବକୁ ଦୃଷ୍ଟିରେ ରଖି କରାଯିବ। ଏହାପରେ ଏହାକୁ ଲୋକଙ୍କ ପରାମର୍ଶ ପାଇଁ ରଖାଯିବ। ଏନପିଏସର ସରକାରୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଏହି କମିଟି ଗଠନ କରିଥିଲେ।

ଆରବିଆଇ ବିରୋଧ କଲା

୨୦୦୪ ଜାନୁଆରି ପହିଲାରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ ହୋଇଥିଲା। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ କରିଛନ୍ତି। ଗତବର୍ଷ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ପୁରୁଣା ପେନସନ ଯୋଜନାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ଶେଷ ଦରମାର ୫୦% ପେନସନ ଆକାରରେ ପାଆନ୍ତି।

କେନ୍ଦ୍ର ସରକାର କହୁଛନ୍ତି ଯେ ଓପିଏସ ସରକାରୀ ରାଜକୋଷ ଉପରେ ଏକ ବଡ଼ ବୋଝ ପକାଇଥାଏ। ଏହି କାରଣରୁ ଏହାକୁ ହଟାଇ ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କ ଏବଂ ଅନେକ ଜଣାଶୁଣା ଅର୍ଥନୀତିଜ୍ଞ ଓପିଏସ ପୁନରୁଦ୍ଧାରକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଖରାପ କରିବ।

BUDGET-2024 budget2024 Finance Ministry Interim Budget modi govt. Nirmala Sitaraman NPS OPS rbi
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.