Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ ‘ଆସ ପଢିବା’ ଅଭିଯାନ
ଜାତୀୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ ‘ଆସ ପଢିବା’ ଅଭିଯାନ

January 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ 'ଆସ ପଢିବା' ଅଭିଯାନ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ। ଏଥିସହ ଏକ ବସ ମଧ୍ୟରେ ଉପାଦେୟ ପୁସ୍ତକ ମାନ ରଖାଯାଇ ଏକ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ।

ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡି ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ କରାଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥାଇ ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକ ମାନେ ଏହା ପାଖରୁ ଦେଖୁବା ସହ ପଢ଼ିବାର ସୁଯୋଗ ପାଇବେ।

ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ।ଏଥିରେ ମହାପୁରୁଷମାନଙ୍କ ଉପାଦେୟ ବାର୍ତ୍ତା ରହିବ।

ପଠନ ଅଭ୍ୟାସକୁ ଆହୁରି ମଜାଦାର କରିବାକୁ ଏକ ଡାଏରୀ ମଧ୍ୟ ରହିବ। ଏକ ପୁସ୍ତକ ପଠନ ବେଳେ କଣ ଶିଖିବାକୁ ମିଳିଲା, କେଉଁ ପାରାଚ୍ଛେଦ ମନକୁ ଛୁଇଁଲା, ପୁସ୍ତକର କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢିବା ଶେଷ ହୋଇଛି ଏ ସମ୍ପର୍କରେ ଉଲ୍ଲେଖ କରିବାର ସ୍ଥାନ ରହିବ।

ସେହିଭଳି ଏକ କ୍ୟାଲେଣ୍ଡର ମଧ୍ୟ ଏହି ଅବସରରେ ଦେଖିବାକୁ ମିଳିବ। ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏବଂ ମହାପୁରୁଷଙ୍କ ଜନ୍ମ ମାସକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯିବ। ଏଥିରେ ତାରିଖ ସହ ଉପାଦେୟ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିବ।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ,ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026
Latest News

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.