Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବିଜେପି ନେତା ବୈଜୟନ୍ତ ପଣ୍ଡା !!
ଜାତୀୟ ଖବର

ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବିଜେପି ନେତା ବୈଜୟନ୍ତ ପଣ୍ଡା !!

January 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Baijayant
ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବିଜେପି ନେତା ବୈଜୟନ୍ତ ପଣ୍ଡା !!

ଭୁବନେଶ୍ବର: ଏଥର ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବେ ନାହିଁ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଅବଶ୍ୟ ସେ ଏ ନେଇ ସେମିିତି କିଛି ଘୋଷଣା କରି ନାହାଁନ୍ତି। ହେଲେ ଗତକାଲି ତାଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଏହି ସନ୍ଦେହ ବଢିଛି।

ଦେଶର ଉତ୍ତର ପ୍ରଦେଶ ହେଉଛି ଅଧିକ ଲୋକସଭା ଆସନ ଥିବା ରାଜ୍ୟ। ସେହି ରାଜ୍ୟରେ ଏଥର ବିଜେପି କିପରି ଅଧିକ ଆସନରେ ଜିତିବ ସେ ଦାୟିତ୍ବ ବର୍ତ୍ତମାନ ମୋଦୀଶାହା ଖୋଦ ପଣ୍ଡାଙ୍କ ଉପରେ ଲଦି ଦେଲେ। ତେଣୁ ସେଠାରେ ଦଳକୁ ଆହୁରି ସୁଦୃଢ କରିବାକୁ ହେଲେ ତାଙ୍କୁ ସେଠାରେ ରହିବାକୁ ପଡିବ। ସେଥିପାଇଁ ସେ ଏଥର ନିର୍ବାଚନରେ ନିଜେ ଛିଡା ହେବେ ନାହିଁ କି ପ୍ରଚାରକୁ ମଧ୍ୟ ଆସିପାରିବେ ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ପୂର୍ବରୁ ବୈଜୟନ୍ତ ନିର୍ବାଚନ ରଣାଙ୍ଗନରେ ସାମିଲ ହେବେ ନାହିଁ ବୋଲି ଅନୁମାନ ମଧ୍ୟ କରାଯାଇଛି। କାରଣ ସେ ଓଡିଶା ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କୁ ଆସାମ ଓ ଦିଲ୍ଲୀ ପ୍ରଭାରୀ କରାଯାଇଥିବାରୁ ସେ ବେଶୀ ସମୟ ସେହି ଦୁଇ ରାଜ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। କେବଳ ଓଡିଶାରେ କେତେକ ଉପନିର୍ବାଚନରେ ଥରେ ଅଧେ ପ୍ରଚାରରେ ଆସି ନିଜର ସ୍ଥିତି ଜାହିର ରଖିଛନ୍ତି।

ହେଲେ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡାରେ ସେ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ନାହାଁନ୍ତି। କେବଳ ତାଙ୍କର ଟିମ ସେହି ଅଞ୍ଚଳରେ ବୈଜୟନ୍ତଙ୍କ ସ୍ଥିତିକୁ ଜାହିର ରଖିଛନ୍ତି। ଅନ୍ୟପକ୍ଷରେ ବୈଜୟନ୍ତ କେନ୍ଦ୍ରୀୟ ସ୍ତରରେ ନିଜର ଦବଦବାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରାଷ୍ଟ୍ରୀୟ ଉପସଭାପତି ହେବା ସହ ଦୁଇଟି ରାଜ୍ୟର ପ୍ରଭାରୀ ଭାବେ ସେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଉତ୍ତର ପ୍ରଦେଶ ପ୍ରଭାରୀ ତାଙ୍କର ଗୁରୁତ୍ବକୁ ଆହୁରି ବଢାଇ ଦେଇଛି।

ବୈଜୟନ୍ତଙ୍କୁ ନୂଆ ଦାୟିତ୍ବ ମିଳିବା ଏବଂ ସେ କେନ୍ଦ୍ରପଡାରୁ ଆଉ ଛିଡା ନ ହେବା ଆଶଙ୍କା ପରେ ବର୍ତ୍ତମାନ କେନ୍ଦ୍ରାପଡାରୁ କିଏ ବିଜେପି ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବୈଜୟନ୍ତଙ୍କ ହାତରେ କେନ୍ଦ୍ରପଡା ଲୋକସଭା ଥିବାରୁ ସେଠାରେ ଆଉ ଦ୍ବିତୀୟ ନେତା କେହି ସୃଷ୍ଟି ହୋଇ ନାହାଁନ୍ତି। ଫଳରେ ଦଳ ଏଥର ବୈଜୟନ୍ତ ପରିବର୍ତ୍ତେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତା ବଢିଯାଇଛି।

baijayantpanda Election2024 ନିର୍ବାଚନ2024 ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.