Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା
ଜାତୀୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

February 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

ଭୁବେନେଶ୍ବର:  ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା।

ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ ଆୟୋଜିତ ଏହି ଆଲୋଚନା ସଭା ଆୟୋଜିତ ହୋଇଥିଲା।

ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ରାଷ୍ଟ୍ର ଗଠନର ମୂଳରେ ଥାଏ ଭାଷା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଲିଖିତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ କଳିଙ୍ଗ, ଉଡ୍ରଦେଶ ଓ ଉଡ୍ର ଭାଷାର ଉଲ୍ଲେଖ ରହିଥିବାବେଳେ ତାହା ସମକାଳରେ ଓଡ଼ିଆ ଭାଷା ଭାବରେ ପରିଚିତି ଅର୍ଜନ କରିଛି।

ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ରେ ଉଡ୍ରମା[ଙ୍କୁ କଳିଙ୍ଗ ଜ[ପଦର ଅଧିବାସୀ ଭାବରେ ଅଭିହିତ କରାଯାଇଛି । ଓଡ଼ିଆ ଭାଷା ନାଁରେ ଓଡ଼ିଶାର ନାମକରଣ ହୋଇଛି ବୋଲି ପ୍ରଫେସର ପଣ୍ଡା ପ୍ରକାଶ କରିଛନ୍ତି ।

ବିଶିଷ୍ଟ ସମାଲୋଚକ ଡ. କୀର୍ତ୍ତୀନାରାୟଣ ପାଢ଼ୀ କହିଛନ୍ତି ଯେ ଓଡ଼ିଆ ଭାଷାର କ୍ରମବିକାଶ ସଂପର୍କରେ ଶିଳାଲେଖ, ବୌଦ୍ଧ ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳା ପାଞ୍ଜି, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ ସମେତ ରୁଦ୍ର ସୁଧାନିଧି, ଜଗମୋହନ ରାମାୟଣ, ଶ୍ରୀମଦ୍‌ ଭାଗବତ, ଚତୁର ବିନୋଦ ଇତ୍ୟାଦି ଗ୍ରନ୍ଥରୁ ପ୍ରମାଣ ମିଳିଥାଏ। ଓଡ଼ଆ ସାହିତି୍ୟକ ଭାଷାର କ୍ରମବିକାଶ ଗଦ୍ୟ ଓ କବିତା ଦ୍ୱାରା ସମୃଦ୍ଧ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ।

ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଏହି ଆଲୋଚନା ସଭାରେ ପୌରୋହିତ୍ୟ କରିଥିବାବେଳେ ଡ଼ ସନ୍ତୋଷ କୁମାର ରଥ ପ୍ରତ୍ନ ଓଡିଆ ଓ ଚର୍ଯ୍ୟାଗୀତି ସମ୍ପର୍କରେ ଆଲୋଚନା କରିଥିଲେ।

ଡ଼ କୈଳାସ ଚନ୍ଦ୍ର ଟିକାୟତରାୟ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିବା ବେଳେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ସିଦ୍ଧାର୍ଥ କୁମାର ସାହୁ ଓଡିଆ ଭାଷା ଓ ଏହାର ଉତ୍ସ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Biswa Odia Bhasha Sammilani ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026
Latest News

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.