Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଭାବିଥିଲେ, ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ଜାତୀୟ ଖବର

ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଭାବିଥିଲେ, ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଭାବିଥିଲେ, ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ଅପ୍ରଚାର କରିବାରେ ଲାଗିଥିଲେ। ସେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ କହି ନିଜେ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ସେ କେତେକ ବିଧାୟକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାଙ୍କର ଏପରି ହୀନ ଉଦ୍ୟମ ସଫଳ ହେଲା ନାହିଁ।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ କୁ ଏକ ସାକ୍ଷାତକାର ଦେଇ ଏପରି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛିନ୍ତି ଯେ, ମୁଖ୍ୟମନ୍ତ୍ରୀ ଏପରି ବୟସରେ ମଧ୍ୟ ବେଶ ଫିଟ ଅଛନ୍ତି। ସ୍ବାଭାବିକ ଭାବେ ମଣିଷ ବୟସ ହେଲେ ଯାହା ହେବା କଥା ତାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟୁଛି। ହେଲେ ତାହାକୁ ଅପ୍ରଚାର କରି ନିଜର ଫାଇଦା ହାସଲ କରିବାକୁ ବିଜେଡି ନେତା ଓ ବିରୋଧୀ ଦଳ ଚାହୁଁଥିଲେ।

ସିଧା ବୈଜୟନ୍ତଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ସେ ବାରମ୍ବାର ପ୍ରଚାର କରିବାକୁ ଲାଗିଥିଲେ। ଏପରିକି ଦିଲ୍ଲୀର କେତେକ ମନ୍ତ୍ରୀ ଓ ନେତା ମଧ୍ୟ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାସ୍ଥ୍ୟ ବିଷୟରେ ଫୋନ କରିଥିଲେ। ଯେଉଁ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସୁଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ବେଳେ ପ୍ରଥମେ ସ୍ବାସ୍ଥ୍ୟ ବିଷୟରେ ପଚାରୁଥିଲେ। ସ୍ବାସ୍ଥ୍ୟ ଖରାପ କଥା କିଏ କହିଲା ବୋଲି ସେମାନଙ୍କୁ ପଚାରିବାରୁ ସେମାନେ ବୈଜୟନ୍ତଙ୍କ ନାମ କହୁଥିଲେ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ବହୁତ ଖରାପ ଭାବିଲେ ବୋଲି ପାଣ୍ଡିଆନ କହିଛନ୍ତି।

ଯେଉଁ ନେତା ମୁଖ୍ୟମନ୍ତ୍ରୀଙ୍କ ସହିତ ଲଞ୍ଚ ଓ ଡିନର କରୁଥିଲେ, ସେହି ନେତା ଏପରି ଅପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିଥିଲେ। ପରବର୍ତ୍ତି ସମୟରେ ସେ ସଂସଦୀୟ ଅର୍ଥ କମିଟର ଅଧ୍ୟକ୍ଷ ହେବା ପାଇଁ ଚାହିଁଥିଲେ। ସେଥିପାଇଁ ସେ ପ୍ରବଳ ଚାପ ମଧ୍ୟ ପକାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ତାହା କରାଇ ଦେଇ ନ ଥିଲେ ବୋଲି ପାଣ୍ଡିଆନ ଖୋଲାସା କରିଛନ୍ତି। କାରଣ ତାଙ୍କ ବିରୋଧରେ ନିଜ ଘରୋଇ କଂପାନୀର ଋଣ ଛାଡ କରିବା ଅଭିଯୋଗ ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସେହି ପଦବୀ ଦେବାକୁ ଚାହିଁ ନ ଥିଲେ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ବିରୋଧୀ ଦଳକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଖରାପକୁ ଅଧିକ ପ୍ରଚାର କରିବାରେ ଲାଗିଲେ। କାରଣ ସେମାନେ ଚାହୁଥିଲେ ଏହିପରି ଅପ୍ରଚାର କରି ବିଜେଡକୁ ବଦନାମ କରିବେ। କିନ୍ତୁ ସେମାନଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଛି। ଦୀର୍ଘ ଦଶ ବର୍ଷ ତଳେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପ୍ରଚାର କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ବେଶ ଭଲ ଭାବରେ କାମ କରି ଆସୁଛନ୍ତି।

କାର୍ତ୍ତିକ ପାଣ୍ଡିଆନଙ୍କ ଏହି ସାକ୍ଷାତକାର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି।

କାର୍ତ୍ତିକ ପାଣ୍ଡିଆନ ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026

ସମ୍ବଲପୁର ବୁର୍ଲାରେ ଏନକାଉଣ୍ଟର

May 17, 2026
Latest News

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026

ପୁଣି ବଢିଲା ସିଏନଜି ମୂଲ୍ୟ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.