Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିରୋଧୀଙ୍କୁ ଆହ୍ବାନ ଦେଲେ ପାଣ୍ଡିଆନ, କହିଲେ ବିକାଶ ଦେଖିବାକୁ ଚାହୁଁଥିଲେ ଯାଜପୁରକୁ ଆସ
ଜାତୀୟ ଖବର

ବିରୋଧୀଙ୍କୁ ଆହ୍ବାନ ଦେଲେ ପାଣ୍ଡିଆନ, କହିଲେ ବିକାଶ ଦେଖିବାକୁ ଚାହୁଁଥିଲେ ଯାଜପୁରକୁ ଆସ

February 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିରୋଧୀଙ୍କୁ ଆହ୍ବାନ ଦେଲେ କାର୍ତ୍ତିକ ପାଣ୍ଡିଆନ, କହିଲେ ବିକାଶ ଦେଖିବାକୁ ହେଲେ ଯାଜପୁରର ଆସ

ଭୁବନେଶ୍ୱର: ଆଜି ଯାଜପୁର ଗସ୍ତ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯାଜପୁର କୁସୁମାର ଏକ ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଯେ, ମଧ୍ୟ ପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ। ସେ ପ୍ରଥମେ ଯାଜପୁର ଜିଲ୍ଲା ବୁଲିକି ଦେଖନ୍ତୁ ଆଉ ତାପରେ ଏହି କଥା କହିବେ ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ହିସାବ ଦେଇ ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ଵ ଦିଅନ୍ତି ନି କି କ୍ଷମତା ପଛରେ ଦୌଡିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ଲାଳାୟିତ ନୁହଁନ୍ତି ମୁଖ୍ୟମନ୍ତ୍ରୀ।

ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛନ୍ତି ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ସାଧାରଣ ସଭାକୁ ସମ୍ବୋଧିତ କରି ଏମିତି କହିଛନ୍ତି ଫରାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି।

ଚୌକି କିମ୍ବା ସରକାର ଗଠନ ମୋହରେ ନାହାନ୍ତି ମୁଖ୍ୟମନ୍ତ୍ରୀ। ସରକାର ଗଠନକୁ ଗୁରୁତ୍ଵ ଦିଅନ୍ତି ନି, ଲୋକଙ୍କ ସେବାକୁ ଦିଅନ୍ତି ଗୁରୁତ୍ଵ। ଏଇ ବୟସରେ ମଧ୍ୟ ସେ ଲୋକଙ୍କ ଲାଗି ଦିନ ରାତି ଖଟୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଯାଜପୁର କୁସୁମାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ବର୍ଷ ଅଗଷ୍ଟ ୩୦ ତାରିଖରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟ ମାସରୁ ଇତି ମଧ୍ୟରେ ସେତେବେଳେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ଗତ ୬ ମାସ ମଧ୍ୟରେ ଯାଜପୁର ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମାସକୁ ଶହେ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଂଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ।

ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି,

ବରାହ ନଦୀ ଦ୍ଵୀପାଞ୍ଚଳର ବିକାଶ ଲାଗି ୧୫ କୋଟି

ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ,

ଦଶରଥପୁରର ସିଦ୍ଧେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ,

ବିଂଝାରପୁର ବରୁଣେଶ୍ଵର ମନ୍ଦିର ଲାଗି ୭ କୋଟି,

ଯାଜପୁର ବେଲେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ଧର୍ମଶାଳାର ଗୋପନେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ଦଶରଥପୁରର ଜୟଚଣ୍ଡୀ ପୀଠ ଲାଗି ୧ କୋଟି ୫୦ଲକ୍ଷ

ରସୁଲପୁରର ଖଗେଶ୍ଵରୀ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ

ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ

ଯାଜପୁରର ବାପଟିଷ୍ଟ ଚର୍ଚ୍ଚ ଲାଗି ୧ କୋଟି ୯ ଲକ୍ଷ

ଛତିଆ ଟୁରିଜମ କମ୍ଲେକ୍ସ ଲାଗି ୧ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ସେହିପରି ବିଭିନ୍ନ ସେତୁ ଲାଗି ମଧ୍ୟ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ଚିଙ୍ଗୁଡ଼ିଆ ନାଳ ଉପରେ ସେତୁ ଲାଗି ୬୦କୋଟି ମଂଜୁର ହୋଇଛି

ବେହେରା ପାଟଣା-ବାଲିପୋଖରୀ ରାସ୍ତାର ବୈତରଣୀ ନଦୀ ଉପରେ ସେତୁ ଲାଗି ୨୨ କୋଟି ୧୮ ଲକ୍ଷ

ନାଳିଆ ବଳଭଦ୍ରପୁର ଭାୟା କପିଳାକୁ ସଂଯୋଗ କରୁଥିବା ସେତୁ ଲାଗି ୧୮ କୋଟି ୮୦ଲକ୍ଷ ମଂଜୁର ହୋଇଛି

ମେଣ୍ଟା-କୁଶଭଦ୍ରା ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ସେତୁଲାଗି ୧୮ କୋଟି ୭୦ ଲକ୍ଷ ମଂଜୁର ହୋଇଛି

ଯାଜପୁର ଜିଲାରେ ୧୯ଟି ରାସ୍ତାର ଉନ୍ନତୀ କରଣ ଲାଗି ୧ କୋଟି ୩୦ଲକ୍ଷ ମଂଜୁର ହୋଇଛି। ଦଶରଥପୁର ନ୍ୟୁସାଇନ୍ସ ଓ ଆର୍ଟସ କଲେଜ ଲାଗି ୧୫କୋଟି ଓ ବ୍ୟାସନଗର କଲେଜର ଆର୍ଟସ ଓ ସାଇନ୍ସ ବ୍ଲକ ପାଇଁ ୧୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

କଥା ନୁହେଁ କାମରେ ମୁଖ୍ୟମନ୍ତ୍ରୀ ବିଶ୍ଵାସ କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଯାଜପୁର ଜିଲ୍ଲାବାସୀ ଯେଉଁ ବିଶ୍ଵାସ ଭଲପାଇବା ଦେଇଛନ୍ତି ସେଥିପାଇଁ ଋଣୀ ବୋଲି କହି କୃତଜ୍ଞତା ଜଣାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସଶକ୍ତ ଓଡିଶା ଗଠନ।ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିପାରୁଥିବ ଓ ତାହା ସାକାର ହୋଇପାରୁଥିବ।ଯାଜପୁରର ସମସ୍ତ ୭ ନିର୍ବାଚନ ମଣ୍ଡଳିରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ।  ଆଗାମୀ ଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ଆଶା ପୋଷଣ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

jajpur vkpandian କାର୍ତ୍ତିକ ପାଣ୍ଡିଆନ ଯାଜପୁରରେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.