Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମିଳିଲା କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ
ଜାତୀୟ ଖବର

ମିଳିଲା କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

February 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମିଳିଲା କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

ଭୁବନେଶ୍ବର: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି।

ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି। ଏକଦା କୁଆଖାଇ ନଦୀରେ ନୌବାଣିଜ୍ୟ କାରବାର ହେଉଥିଲା, ଏଠାରେ ପୁଜା ପାଉଥିବା ଦେବୀ ବାଲିମଙ୍ଗଳା ନୌବାଣିଜ୍ୟ ସହ ସମ୍ପୃକ୍ତ ଦେବୀ ବୋଲି ଲୋକକଥା ରହିଛି। ଏହି ଦେବୀଙ୍କ ନାମ ଅନୁସାରେ ହିଁ ନିକଟସ୍ଥ ଗ୍ରାମର ନାମ ବାଲିକୁଦା ହୋଇଛି।

ନଦୀ ମଧ୍ୟରୁ ଏକ ଛୋଟ ଢିପ ପରି ସ୍ଥାନରୁ ଅନେକ ଭଗ୍ନ ନାଲି, କଳା ଓ ଧୂସର ରଙ୍ଗର ମାଟିପାତ୍ର, ଚିତ୍ରିତ ଖପରା ଖଣ୍ଡ, ପୁରୁଣା ମାଟି କୂଅର ଧାନ ଅଗାଡି ଯୁକ୍ତ ମାଟି ନନ୍ଦ ତଥା ଭଙ୍ଗା ହାଡଖଣ୍ଡ ସବୁ ବହୁ ମାତ୍ରରେ ଦେଖିବାକୁ ମିଳିଛି। ଏଥିରୁ ଜଣାଯାଏ ଯେ ଏଠାରେ ଥିବା ଜନବସତିଟି କୁଆଖାଇ ନଦୀର ଗତିପଥରେ ପରିବର୍ତ୍ତନ ଅଥବା ବନ୍ୟାର ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ରଶ୍ମିରଞ୍ଜନ ପ୍ରଧାନଙ୍କ ମତରେ କୁଆଖାଇ ଶଯ୍ୟାରେ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଐତିହାସିକ ବାରବାଟୀ ଦୁର୍ଗରେ ଚାଲିଥିବା ଖନନରୁ ଅନେକ ପ୍ରାଚୀନ ସାମଗ୍ରୀ ମିଳୁଥିବା ବେଳେ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଉତ୍ତମାପୁରରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପୁରାତନ କଟକ ସହର ସହ ସମ୍ପୃକ୍ତ ଅନେକ ନୂତନ ଇତିହାସକୁ ସାମ୍ନାକୁ ଆଣିପାରେ। ଆମେ ଏହି ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତଥା ସଂସ୍କୃତି ବିଭାଗକୁ ଚିଠି ଲେଖି ଅବଗତ କରାଇବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରେ ଇଣ୍ଟାକ ରାଜ୍ୟ ଶାଖାର ସହ ଆବାହକ ଅନିଲ ଧୀର ଓ ଇଣ୍ଟାକର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି ମଧ୍ୟ ସାମିଲ ଥିଲେ। ଏହି ସ୍ଥାନରୁ ମିଳିଥିବା ଭଗ୍ନ ଚିତ୍ରିତ ମାଟିପାତ୍ର ସବୁର ସାମଞ୍ଜସ୍ୟ ଖଳକଟାପାଟଣା, ମାଣିକପାଟଣା ଓ ଶିଶୁପାଳଗଡ ଆଦି ସ୍ଥାନରୁ ଖନନରୁ ପ୍ରାପ୍ତ ମାଟିପାତ୍ର ସବୁ ସହ ରହିଛି, ଏସବୁର ସଠିକ ଗଠନ ସମୟ ନିର୍ଦ୍ଧାରଣ ତଥା ସମ୍ପୃକ୍ତ ଇତିହାସକୁ ଲୋକଲୋଚନକୁ ଆଣିବାକୁ ହେଲେ ନଦୀଶଯ୍ୟାରେ ଏକ ପ୍ରତ୍ନତାତ୍ତ୍ୱିକ ଖନନର ଆବଶ୍ୟକତା ରହିଛି।

ମହାନଦୀ ଓ ତ୍ରିକୋଣଭୂମି ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଲୁଚି ରହିଛି। ଇଣ୍ଟାକ ଦ୍ୱାରା ମହାନଦୀ ଅବବାହିକର ଐତିହ୍ୟ ସର୍ବେକ୍ଷଣ ସମୟରେ ପ୍ରାୟ ୬୩ଟି ମନ୍ଦିର ଏବେ ମଧ୍ୟ ପାଣି ଭିତରେ ବୁଡି ରହିଥିବାର ରିପୋର୍ଟ ପ୍ରକାଶ ପାଇଥିଲା। ନଦୀଶଯ୍ୟାରେ ଅବାଧ ବାଲିଖନନ ଯୋଗୁଁ ଅନେକ ପୁରାତନ କୀର୍ତ୍ତିରାଜି ନଷ୍ଟ ହେଇଯାଉଛି।

କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ASI)ର ଅନୁମତି ନଥିଲେ ରାଜ୍ୟରେ କୌଣସି ନଦୀରୁ ବାଲିଉଠାଣ ପାଇଁ ଲିଜ ନିଷେଧ କରିବାକୁ ଶ୍ରୀ ମହାନ୍ତି ଗୁରୁତ୍ୱଆରୋପ କରିଛନ୍ତି। ଉତ୍ତମାପୁରରୁ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଶୀଘ୍ର ଯୋଗାଯୋଗ କରିବୁ ବୋଲି ଇଣ୍ଟାକ ତରଫରୁ କୁହାଯାଇଛି।

intach ଇନଟାକ ପ୍ରାଚୀନ ସଭ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.