Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମିଳିଲା କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

ଭୁବନେଶ୍ବର: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି।

ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି। ଏକଦା କୁଆଖାଇ ନଦୀରେ ନୌବାଣିଜ୍ୟ କାରବାର ହେଉଥିଲା, ଏଠାରେ ପୁଜା ପାଉଥିବା ଦେବୀ ବାଲିମଙ୍ଗଳା ନୌବାଣିଜ୍ୟ ସହ ସମ୍ପୃକ୍ତ ଦେବୀ ବୋଲି ଲୋକକଥା ରହିଛି। ଏହି ଦେବୀଙ୍କ ନାମ ଅନୁସାରେ ହିଁ ନିକଟସ୍ଥ ଗ୍ରାମର ନାମ ବାଲିକୁଦା ହୋଇଛି।

ନଦୀ ମଧ୍ୟରୁ ଏକ ଛୋଟ ଢିପ ପରି ସ୍ଥାନରୁ ଅନେକ ଭଗ୍ନ ନାଲି, କଳା ଓ ଧୂସର ରଙ୍ଗର ମାଟିପାତ୍ର, ଚିତ୍ରିତ ଖପରା ଖଣ୍ଡ, ପୁରୁଣା ମାଟି କୂଅର ଧାନ ଅଗାଡି ଯୁକ୍ତ ମାଟି ନନ୍ଦ ତଥା ଭଙ୍ଗା ହାଡଖଣ୍ଡ ସବୁ ବହୁ ମାତ୍ରରେ ଦେଖିବାକୁ ମିଳିଛି। ଏଥିରୁ ଜଣାଯାଏ ଯେ ଏଠାରେ ଥିବା ଜନବସତିଟି କୁଆଖାଇ ନଦୀର ଗତିପଥରେ ପରିବର୍ତ୍ତନ ଅଥବା ବନ୍ୟାର ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ରଶ୍ମିରଞ୍ଜନ ପ୍ରଧାନଙ୍କ ମତରେ କୁଆଖାଇ ଶଯ୍ୟାରେ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଐତିହାସିକ ବାରବାଟୀ ଦୁର୍ଗରେ ଚାଲିଥିବା ଖନନରୁ ଅନେକ ପ୍ରାଚୀନ ସାମଗ୍ରୀ ମିଳୁଥିବା ବେଳେ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଉତ୍ତମାପୁରରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପୁରାତନ କଟକ ସହର ସହ ସମ୍ପୃକ୍ତ ଅନେକ ନୂତନ ଇତିହାସକୁ ସାମ୍ନାକୁ ଆଣିପାରେ। ଆମେ ଏହି ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତଥା ସଂସ୍କୃତି ବିଭାଗକୁ ଚିଠି ଲେଖି ଅବଗତ କରାଇବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରେ ଇଣ୍ଟାକ ରାଜ୍ୟ ଶାଖାର ସହ ଆବାହକ ଅନିଲ ଧୀର ଓ ଇଣ୍ଟାକର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି ମଧ୍ୟ ସାମିଲ ଥିଲେ। ଏହି ସ୍ଥାନରୁ ମିଳିଥିବା ଭଗ୍ନ ଚିତ୍ରିତ ମାଟିପାତ୍ର ସବୁର ସାମଞ୍ଜସ୍ୟ ଖଳକଟାପାଟଣା, ମାଣିକପାଟଣା ଓ ଶିଶୁପାଳଗଡ ଆଦି ସ୍ଥାନରୁ ଖନନରୁ ପ୍ରାପ୍ତ ମାଟିପାତ୍ର ସବୁ ସହ ରହିଛି, ଏସବୁର ସଠିକ ଗଠନ ସମୟ ନିର୍ଦ୍ଧାରଣ ତଥା ସମ୍ପୃକ୍ତ ଇତିହାସକୁ ଲୋକଲୋଚନକୁ ଆଣିବାକୁ ହେଲେ ନଦୀଶଯ୍ୟାରେ ଏକ ପ୍ରତ୍ନତାତ୍ତ୍ୱିକ ଖନନର ଆବଶ୍ୟକତା ରହିଛି।

ମହାନଦୀ ଓ ତ୍ରିକୋଣଭୂମି ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଲୁଚି ରହିଛି। ଇଣ୍ଟାକ ଦ୍ୱାରା ମହାନଦୀ ଅବବାହିକର ଐତିହ୍ୟ ସର୍ବେକ୍ଷଣ ସମୟରେ ପ୍ରାୟ ୬୩ଟି ମନ୍ଦିର ଏବେ ମଧ୍ୟ ପାଣି ଭିତରେ ବୁଡି ରହିଥିବାର ରିପୋର୍ଟ ପ୍ରକାଶ ପାଇଥିଲା। ନଦୀଶଯ୍ୟାରେ ଅବାଧ ବାଲିଖନନ ଯୋଗୁଁ ଅନେକ ପୁରାତନ କୀର୍ତ୍ତିରାଜି ନଷ୍ଟ ହେଇଯାଉଛି।

କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ASI)ର ଅନୁମତି ନଥିଲେ ରାଜ୍ୟରେ କୌଣସି ନଦୀରୁ ବାଲିଉଠାଣ ପାଇଁ ଲିଜ ନିଷେଧ କରିବାକୁ ଶ୍ରୀ ମହାନ୍ତି ଗୁରୁତ୍ୱଆରୋପ କରିଛନ୍ତି। ଉତ୍ତମାପୁରରୁ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଶୀଘ୍ର ଯୋଗାଯୋଗ କରିବୁ ବୋଲି ଇଣ୍ଟାକ ତରଫରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହରିରାଜପୁରରୁ ମିଳିଲା ୧୭୦ ବର୍ଷର ପୁରୁଣା ବିରଳ କାଠଲିପି, ଇନଟାକ୍ ଦଳ କଲେ ଚିହ୍ନଟ

ଭୁବନେଶ୍ବର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ ସାଂସ୍କୃତିକ ଐତିହ୍ୟ ବା INTACH ର ଏକ ତିନିଜଣିଆ ଟିମ୍ ପୁରୀ ଜିଲ୍ଲାର ଡେଲାଙ୍ଗା ତହସିଲର ହରିରାଜପୁର ଗାଁର ପଶ୍ଚିମା ସୋମାନଥ ମନ୍ଦିରରେ ପ୍ରାୟ ୧୭୦ ବର୍ଷ ପୂର୍ବରୁ ଖୋଦିତ ଏକ କାଠଲିପି ଚିହ୍ନଟ କରିଛନ୍ତି। ପୂର୍ବରୁ ଶିଳାଲିପି ରହିଛି। ହେଲେ କାଠଲିପି ଏକ ବିରଳ ଉଦାହରଣ ସୃଷ୍ଟି କରିଛି।

ଏନଟାକ୍ ପ୍ରକଳ୍ପ ସଂଯୋଜକ ଅନୀଲ ଧୀର, ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ ଏବଂ ବିକ୍ରମ ନାୟକଙ୍କୁ ନେଇ ଗଠିତ ଟିମ୍ ଏହାକୁ ଚିହ୍ନଟ କରିଛନ୍ତି। ଏହା ଦୟା-ରତ୍ନାଚିରା ନଦୀ ଉପତ୍ୟକାରେ ଥିବା ପ୍ରତ୍ନତାତ୍ତ୍ୱିକ ସ୍ମାରକୀଗୁଡ଼ିକର ସର୍ବେକ୍ଷଣ ସମୟରେ ଏହା କାଠଲିପି ଆବିଷ୍କାର କରିଥିଲେ। ଏହି ସ୍ଥାନଟି ଭୋଇ ରାଜବଂଶର ରାଜଧାନୀ ଥିବା ଖୁରୁଧାଗଡ ଦୁର୍ଗ ନିକଟରେ ହରିରାଜପୁର। ଦୀପକ ନାୟକଙ୍କ ଅନୁଯାୟୀ, ଓଡିଆରେ ଲେଖାଯାଇଥିବା କାଠ ଲେଖା ଆମକୁ ରାଜା ରାମଚନ୍ଦ୍ର ଦେବ ତୃତୀୟର ୪୪ ତମ ଅଙ୍କ ବିଷୟରେ ବର୍ଣ୍ଣିତ ହୋଇଛି।

ଖୋଦିତ ଏବଂ ସଜାଯାଇଥିବା କାଠ ବ୍ଲକରେ ଲେଖା ଯାଇଛି ” ରାମଚନ୍ଦ୍ର ଦେବଙ୍କା ୪୪ ଅଙ୍କରେ ତୋଳା” ଯାହା ଦର୍ଶାଏ ଯେ ରାଜାଙ୍କର ୪୪ ତମ ଶାସନ କାଳରେ ଏହି ମନ୍ଦିର ପୁନଃ ନିର୍ମାଣ କରାଯାଇଥିଲା। ଦୀପକ ଏହା ପୂର୍ବରୁ ସାରା ରାଜ୍ୟରେ ଅନେକ ଡକ୍ୟୁମେଣ୍ଟ୍ ହୋଇ ନ ଥିବା ପଥର ଲେଖା ଆବିଷ୍କାର କରିଛନ୍ତି।

ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ରଙ୍କ ଦ୍ୱାରା ଲିଖିତ “ଖୁରଧା ଇତିହାସ” ଅନୁଯାୟୀ ଭୋଇ ରାଜବଂଶର ଚାରିଜଣ ଶାସକ ଥିଲେ। ସେମାନଙ୍କ ମଧ୍ୟରେ କେବଳ ରାମଚନ୍ଦ୍ର ଦେବ ତୃତୀୟ ୪୪ ରିଗାଲ ବର୍ଷ (୧୮୧୭ ଖ୍ରୀଷ୍ଟାବ୍ଦରୁ ୧୮୫୪ ଖ୍ରୀଷ୍ଟାବ୍ଦ) ପର୍ଯ୍ୟନ୍ତ ଶାସନ କରିଥିଲେ।

ଅନ୍ୟମାନଙ୍କର କମ ଦିନ ଶାସନ ଥିଲା। ତେଣୁ, ଏହା ସ୍ପଷ୍ଟ ଯେ ଏହା ଗଜପତି ରାମଚନ୍ଦ୍ର ଦେବ- ତୃତୀୟ ୪୪ ତମ ଅଙ୍କ ସମୟରେ ଥିଲା, କିଛି ସମୟ ୧୮୫୨/୫୩ ମସିହାରେ ଯେତେବେଳେ ଏହି କାଠ ମଣ୍ଡପ ତାଙ୍କ ଦ୍ୱାରା ପଶ୍ଚିମା ସୋମନାଥ ମନ୍ଦିର ସମ୍ମୁଖରେ ନିର୍ମିତ ହୋଇଥିଲା।