Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି, ଏଥର ମଧ୍ୟ ବିଜେଡି ସରକାରଙ୍କ ବିରୋଧରେ ମୋଦି ଚୁପ୍
ଜାତୀୟ ଖବର

ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି, ଏଥର ମଧ୍ୟ ବିଜେଡି ସରକାରଙ୍କ ବିରୋଧରେ ମୋଦି ଚୁପ୍

March 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
PMChandikhola
ନବୀନ କି ମନ୍ତ୍ରୀ ଜାଣିଛନ୍ତି କେଜାଣି, ଏଥର ମଧ୍ୟ ବିଜେଡି ସରକାରଙ୍କ ବିରୋଧରେ ମୋଦି ଚୁପ୍

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି। ସେ ଓଡିଶା ଆସିଲେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବେ ବୋଲି ଓଡିଶା ନେତାମାନେ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ ହୋଇଛି।

ପୁଣିଥରେ ହତାସ ହୋଇଛନ୍ତି ଓଡିଶା ବିଜେପି ନେତା। ମଞ୍ଚ ଉପରେ ସବୁ ନେତା ହାତ ଟେକି ଅନେଇ ବସିଥିଲେ। ଯଦି ଧାଡିଟିଏ ନବୀନ ସରକାରଙ୍କ ବିରୋଧରେ ମୋଦି କହିଦିଅନ୍ତି, ତେବେ ସେମାନେ ତାଳିମାରି ହୁଲୁସ୍ତୁଲ କରିଦେଇଥାଆନ୍ତେ।

ହେଲେ ଦୀର୍ଘ ଭାଷଣ ମଧ୍ୟରେ ମୋଦି କେବଳ କଂଗ୍ରେସ ସରକାରଙ୍କ ଧୋଇଲେ ସିନା ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପଦ ମଧ୍ୟ କହିଲେ ନାହିଁ। ଏପରିକି ଓଡିଶାରେ ଡବଲ ଇଂଜିନି ସରକାର ଚାଲିବ ବୋଲି ମଧ୍ୟ କହିଲେ ନାହିଁ। ଯାହା ଫଳରେ ବିଜେପି ନେତା ପୁରା ହତାସ ହୋଇଯାଇଛନ୍ତି। ସେମାନେ ମନେ ମନେ ଭାବୁଛନ୍ତି ଯେ, ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି ମୋଦି କିଛି କହୁ ନାହାଁନ୍ତି।

ସରକାରୀ ସଭାରେ ମୋଦିଙ୍କୁ ପ୍ରଶଂସା କଲେ ନବୀନ

ଚଣ୍ଡିଖୋଲରେ ପ୍ରଥମେ ଆରମ୍ଭ ହୋଇଥିଲା ସରକାରୀ ସଭା। ଯେଉଁଥିରେ ପ୍ରାୟ କୋଡିଏ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିଲା। ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମୋଦିଙ୍କ ଯୋଗୁଁ ଆଜି ଭାରର ବିକାଶ ହୋଇପାରିଛି। ଭାରତ ବର୍ତ୍ତମାନ ବିଶ୍ବରେ ପଞ୍ଚମ ବୃହତ ଅର୍ଥନୀତି ଦେଶ ହୋଇପାରିଛି। ଖୁବ ଶିଘ୍ର ଏହା ବିଶ୍ବରେ ତୃତୀୟ ହେବ। ମୋଦିଙ୍କ ପାଇଁ ଓଡିଶାର ମଧ୍ୟ ବିକାଶ ହୋଇଛି ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରିବା ବେଳେ କହିଥିଲେ ଯେ, ରାଜ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜନୈତିକ ସଭାରେ କେବଳ କଂଗ୍ରେସକୁ ବିରୋଧ ଓ ମୋଦି ଗ୍ୟାରେଣ୍ଟି

ସରକାରୀ ସଭାପରେ ଆରମ୍ଭ ହୋଇଥିଲା ବିଜେପିର ଦଳିୟ କାର୍ଯ୍ୟକ୍ରମ। ଯେଉଁଥିରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଏବଂ ନେତା ମଞ୍ଚରେ ସାମିଲ ଥିଲେ। ମଞ୍ଚକୁ ଆସିବା ପୂର୍ବରୁ ମୋଦି ଏକ ଗାଡିରେ ଲୋକଙ୍କ ଭିତରେ ହାତ ହଲେଇ ହଲେଇ ପ୍ରବେଶ କରିଥିଲେ। ଏହାପରେ ମଞ୍ଚକୁ ଯାଇ ସ୍ବାଗତ ସମ୍ବର୍ଦ୍ଧନା ପରେ ସିଧା ଭାଷଣ ଆରମ୍ଭ କରିଥିଲେ।

ମୋଦିଙ୍କ ଏହି ଭାଷଣରେ ସେ କେବଳ କଂଗ୍ରେସ ସରକାର କିଛି କରିପାରି ନ ଥିଲା ବୋଲି କହିଥିଲେ। ପାରଦ୍ବୀପ ରିଫାଇନାରୀ ପ୍ରକଳ୍ପ କଂଗ୍ରେସ ସରକାର ତାଙ୍କ ଶାସନ କାଳରେ କରିପାରିଲେ ନାହିଁ ବୋଲି ମୋଦି କହିଥିଲେ। ଏହାପରେ ସେ ବିକଶିତ ଭାରତ ଏବଂ ମୋଦି ଗ୍ୟାରେଣ୍ଟି ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ଜୟ ଜଗନ୍ନାଥ, ଜୟ ମା ବିରଜା କହି ମଞ୍ଚ ଛାଡିଥିଲେ।

ତେବେ ନିର୍ବାଚନ ସମୟରେ ମୋଦି ଦୁଇଥର ଓଡିଶା ଗସ୍ତରେ ଆସିସାରିଲେଣି। ହେଲେ ସେ କେବେ ବି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ବିଜେଡି ସରକାରଙ୍କୁ ପଦୁଟିଏ ମଧ୍ୟ ବିରୋଧ କରୁ ନାହାଁନ୍ତି। ଯାହାକୁ ନେଇ ଓଡିଶା ବିଜେପି ନେତାମାନେ ହତୋତ୍ସାହ ହେବାରେ ଲାଗିଛନ୍ତି।

Election2024 ଓଡିଶା ଗସ୍ତରେ ମୋଦି ଓଡିଶାରେ ମୋଦି ଚଣ୍ଡିଖୋଲ ନିର୍ବାଚନ2024 ପ୍ରଧାନମନ୍ତ୍ରୀ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.