Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇପିଏଲ୍ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ, ଘୋଷଣା ହେଲା ଫାଇନାଲ୍ ସ୍ଥାନ ଏବଂ ତାରିଖ
ଜାତୀୟ ଖବର

ଆଇପିଏଲ୍ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ, ଘୋଷଣା ହେଲା ଫାଇନାଲ୍ ସ୍ଥାନ ଏବଂ ତାରିଖ

March 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ନିଜେ ଦେଶରେ ଖେଳାଯିବ। ବାସ୍ତବରେ ଲୋକସଭା ନିର୍ବାଚନ ହେତୁ ବିସିସିଆଇ କେବଳ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଥିଲା। ତେବେ ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି।

କ୍ରିକେଟ୍ ୱେବସାଇଟ୍ କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୪ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଲିଗ୍ ର ଫାଇନାଲ ମ୍ୟାଚ୍ ମଇ୨୬ ତାରିଖରେ ଚେନ୍ନାଇରେ ଖେଳାଯିବ। ଅହମ୍ମଦାବାଦ ଏବଂ ଚେନ୍ନାଇରେ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏହି ସିଜିନର ସମସ୍ତ ୭୪ ଟି ମ୍ୟାଚ୍ ଭାରତରେ ଧାର୍ଯ୍ୟ କରାଯାଇଛି।

ଆଇପିଏଲ୍ ୨୦୨୪ ର କ୍ୱାଲିଫାୟର୍ ୧ ଏବଂ ଏଲିମିନେଟର ମ୍ୟାଚ୍ ୨୧ ଏବଂ ୨୨ ମେରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଯେତେବେଳେ କି କ୍ୱାଲିଫାୟର୍ ୨ ଏବଂ ଫାଇନାଲ୍ ମ୍ୟାଚ୍ ୨୪ ଏବଂ ୨୬ ମେ ଚେନ୍ନାଇର ଚେପକ୍ ଠାରେ ଖେଳାଯିବ।

ଏହାପୂର୍ବରୁ କ୍ରିକବଜ୍ ବିସିସିଆଇ ସଚିବ ଜୟ ଶାହାଙ୍କ ରିପୋର୍ଟରେ ଦର୍ଶାଇଛି ଯେ, ଆଇପିଏଲ୍ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ବିଦେଶରେ ଖେଳାଯିବ ନାହିଁ। ସମସ୍ତ ମ୍ୟାଚ୍ କେବଳ ଭାରତରେ ଅନୁଷ୍ଠିତ ହେବ। ରିପୋର୍ଟରେ କୁହାଯାଇଛି ଯେ, ବିସିସିଆଇ ସଚିବ ଜୟ ଶାହା ଆଇପିଏଲ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟକୁ ଦେଶ ବାହାରେ ସ୍ଥାନାନ୍ତର କରିବାକୁ ମନା କରି ଦେଇଛନ୍ତି।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ହେତୁ କିଛି ଆଇପିଏଲ୍ ଦଳ ଆଇପିଏଲ୍ ୨୦୨୪ର ଅବଶିଷ୍ଟ ମ୍ୟାଚ୍ ଦେଶରୁ ବାହାରକୁ ଆଣିବାକୁ ଦାବି କରିଛନ୍ତି। ଏପରିକି ଦାବି ଥିଲା ଯେ, ୟୁଏଇରେ ଆଇପିଏଲର ଦ୍ୱିତୀୟ ଭାଗ ଆୟୋଜନ କରିବାର ସମ୍ଭାବନାକୁ ବିସିସିଆଇ ସଦସ୍ୟମାନେ ଅନୁସନ୍ଧାନ କରୁଛନ୍ତି। ତେବେ ଜୟ ଶାହା ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଏପ୍ରିଲ୍ ୧୯ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ୨୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

chennai IPl 2024 Final IPL-2024 RCB
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026
Latest News

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.