ପିଏମ ମୋଦୀଙ୍କ ସୁରକ୍ଷା ପାଇଁ ଲାଗିଥିବା ରଶିରେ ଫସି ବାଇକ ଆରୋହୀଙ୍କ ମୃତ୍ୟୁ

Published: Apr 15, 2024, 1:35 pm IST

ନୂଆଦିଲ୍ଲୀ: କେରଳର କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାରେ ବନ୍ଧା ହୋଇଥିବା ଦଉଡି ଯୋଗୁଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ସୁରକ୍ଷା ଦଉଡିରେ ଫସି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ପୋଲିସ ଏହି ସୂଚନା ଦେଇଛି।

ରବିବାର ରାତି ସାଢେ ୧୦ ଟାରେ ଘଟିଥିବା ଏହି ଦୁର୍ଘଟଣାରେ ଭଡୂଥାଲା ନିବାସୀ ମନୋଜ ଉନିଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ, ଉନିଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଉନିଙ୍କ ପରିବାର ଲୋକ କହିଛନ୍ତି ଯେ, କୌଣସି ସତର୍କ ଚେତାବନୀ ବିନା ରାସ୍ତାରେ ଦଉଡି ବନ୍ଧା ହୋଇଥିଲା ଏବଂ ରାତିରେ ଦଉଡି ଦେଖିବା ବହୁତ କଷ୍ଟସାଧ୍ୟ ଥିଲା।

ବାସ୍ତବରେ କେରଳରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। କେରଳର ୨୦ ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ମତଦାନ ଅନୁଷ୍ଠିତ ହେବ।

Related posts