Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡ଼ିରେ ଯୋଗଦେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା
ଜାତୀୟ ଖବର

ବିଜେଡ଼ିରେ ଯୋଗଦେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

April 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗଦେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକାଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଲକ୍ଷ୍ମୀପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ବିଜେଡି ସାଧାରଣ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ୱର ପାଣିଗ୍ରାହୀ, ପୂର୍ବତନ ସାଂସଦ ଝିନ ହିକ୍କକା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଜାନି, ଶ୍ରୀ ପାଣିଗ୍ରାହୀ, ଶ୍ରୀ ହିକ୍କକା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜାନି, ଶ୍ରୀ ପାଣିଗ୍ରାହୀ, ଶ୍ରୀ ହିକ୍କକା ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ବିଜେଡିରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ସମିତିସଭ୍ୟ ନିଦ୍ରାବତୀ ପିଡିକା, ପ୍ରଦୀପ ବେନ୍ତ, ବଳରାମ ମାଣ୍ଡିଗୀ, ବାଙ୍ଗ୍ରୁ ଜାମ୍ବେକା, ଶୁଶୀଲ ଗରଡା, ପଣ୍ଡୁ ମେଲେକା, ମକରା ଗଦାରୀ, ଜଗା କୁଲେଶିକା, ନଗେଶ କଦ୍ରକା, ଲକ୍ଷ୍ମୀ ସୌନ୍ତା, ଜାମା ପିଡିକା, କ୍ରୁମା କନ୍ଦ୍ରକା, ସାମୁଳା କଦ୍ରାକା, କୁମାରା ଜାକକା, ସୁନୀଲ କୁନ୍ତିଶ, ମନୋଜ ମୁଦୁଲି, ସୁଶାନ୍ତ ମୁଦୁଲି, ଲୋକନାଥ ମୁଦୁଲିିଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD Joining odishaelection2024 ବିଜେଡି ମିଶ୍ରଣ ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.