Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା
ଜାତୀୟ ଖବର

ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ନୂଆ ପ୍ରାର୍ଥୀ ତାଲିକା: ଛଅ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି।

ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କର ମଧ୍ୟ ଟିକେଟ କଟିଛି। ସେ ଏଥର ଟିକେଟ ପାଇବେ କି ନାହିଁ ଦ୍ବନ୍ଦରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଭରସା ନ କରି ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି। ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଦଳ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଟିକେଟ ଦେଇଛି। ଆନନ୍ଦପୁରର ବିଧାୟକ ଭାଗୀରଥି ସେଠୀଙ୍କର ମଧ୍ୟ ଟିକେଟ କଟିଛି। ସେଠାରେ ଦଶ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି।

ଏଥର ନଅ ଜଣିଆ ତାଲିକାରେ ଦଳ ମହିଳାଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି। ଏହି ନଅ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେମାନେ ହେଲେ ବାସନ୍ତି ହେମ୍ବ୍ରମ, ବିଦୂସ୍ମିତା ମହାଲିକ, ସୁଭାଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ। ମହିଳା ସଂରକ୍ଷଣ ନେଇ ଦଳ ଯେଉଁ ଆଭିମୁଖ୍ୟ ରଖିଛି ତାହା କାର୍ଯ୍ୟକାରୀ କରିବାରେ ଲାଗିଛି।

ଅମର ଶତପଥୀ ଓଡିଶା ନିର୍ବାଚନ 2024 ଜ୍ୟୋତି ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ତାଲିକା ଶଶୀଭୂଷଣ ବେହେରା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.