Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି, ଯଦି ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି ତେବେ କ୍ଲିକ କରି ପଢନ୍ତୁ
ଜାତୀୟ ଖବର

ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି, ଯଦି ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି ତେବେ କ୍ଲିକ କରି ପଢନ୍ତୁ

April 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲୁଙ୍ଗି ପିନ୍ଧି କାହିଁକି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି ? ଜାଣନ୍ତୁ ଏହାର କାରଣ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ସବୁଦିନିଆ ପରି ନ ଥିଲା। କାରଣ ଉଭୟ ନେତା ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିଥିଲେ। ଯାହାକୁ ଦେଖି ସେଠାରେ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ହେଲା ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏକ ନୀଳ ଲୁଙ୍ଗି ପିନ୍ଧି ହାତରେ ଯୋଡି ଶଙ୍ଖ ଧରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ପ୍ରଚାର କରୁଛନ୍ତି ବୋଲି କଟାକ୍ଷ କରିିଥିଲେ।

ଏହାର ଜବାବ ଦେବା ପାଇଁ ଆଜି ସସ୍ମିତ ଏବଂ ସ୍ବୟଂ ପ୍ରକାଶ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି, ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖିସାରିଲେଣି।  ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ୍ କରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇର୍ଷାନ୍ୱିତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ସେମାନେ କହିଛନ୍ତି ଯେ, ଇର୍ଷା ଏବଂ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି । ଏଭଳି କରି ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି । ଲକ୍ଷ ଲକ୍ଷ ବୁଣାକାର, ଯେଉଁମାନେ ଏହାକୁ ତିଆରି କରିଛନ୍ତି, ଓଡିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି, ସେମାନଙ୍କୁ ଅପମାନିତ କରିଛନ୍ତି ।

ରାଜ୍ୟରେ ବୁଣାକାର ମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି, ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବେଶ୍ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ୍ ଦେବାକୁ ଶ୍ରୀଯୁକ୍ତ ପ୍ରଧାନ ଉଦ୍ୟମ କରିଛନ୍ତି। ସାରା ଓଡିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାର ମାନେ ତିଆରି କରନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । ଶ୍ରୀଯୁକ୍ତ ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା, ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୂଲି ଯାଇଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ, ଓଡିଶାବାସୀଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ।

ତେବେ ଏହି ଲୁଙ୍ଗି ପିନ୍ଧାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଣି ଏକ ମାଟିଆ ରଂଗର ଲୁଙ୍ଗି ପିନ୍ଧି ସେହି ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରଚାର କରିଛନ୍ତି।

odishaelection2024 ଓଡିଶା ନିର୍ବାଚନ 2024 ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Latest News

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.