Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ, କଣ କହିବେ ତାହାକୁ ଅପେକ୍ଷା
ଜାତୀୟ ଖବର

ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ, କଣ କହିବେ ତାହାକୁ ଅପେକ୍ଷା

April 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଆସୁଛନ୍ତି ଅମିତ ଶାହ, ରାଜ୍ୟ ବିଜେପି ଚଳଚଞ୍ଚଳ, କଣ କହିବେ ତାହାକୁ ଅପେକ୍ଷା

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଆଜି ଅପରାହ୍ନରେ ସେ ସୋନପୁରରେ ଏକ ସଭାରେ ଯୋଗ ଦେବେ। ତଥ୍ୟ ଅନୁସାରେ ସେ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ।

ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ।ଏହାପରେ ଅପରାହ୍ନ ସାଢେ ୫ଟାରେ ସେ ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚି ଭୁବନେଶ୍ବର ଅଭିମୁଖେ ଆସିବେ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଁଚି ସେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ପାଇଁ ଅମିତ ଶାହ ନିର୍ବାଚନ ପ୍ରଚାରର ପ୍ରଥମ ବିଗୁଲ ବଜାଇବେ। କାରଣ ଏ ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ନେତା ଓଡିଶାକୁ ପ୍ରଚାର ପାଇଁ ଆସି ନାହାଁନ୍ତି। ଖୋଦ ଗୃହମନ୍ତ୍ରୀ ପ୍ରଚାରରେ ଆସୁଥିବାରୁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ସୋନପୁରରେ ଡେରା ପକାଇଛନ୍ତି। ଅମିତ ଶାହ ଆସିଲେ ଓଡିଶା ରାଜନୀତିର ପଟ୍ଟ ପରିବର୍ତ୍ତନ ହେବ ବୋଲି ରାଜ୍ୟ ବିଜେପି ଆଶା କରିଛି।

ତେବେ ଅମିତ ଶାହଙ୍କ ଗସ୍ତକୁ ନେଇ ସାରା ଓଡିଶା ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। କାରଣ ସେ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବେ କି ନାହିଁ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ରହିଛି। କାରଣ ବିଗତ ଦିନରେ ପ୍ରଧାନ ମନ୍ତ୍ରୀ ଦୁଇଥର ଓଡିଶା ଆସିଥିଲେ ମଧ୍ୟ ନବୀନଙ୍କୁ ସମାଲୋଚନା କରି ନ ଥିଲେ। ବରଂ ସେ ନବୀନଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ଅଡୁଆରେ ପଡିଯାଇଥିଲା।

ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଯାଇଛି। ବିଜେଡି ବିଜେପି ମେଣ୍ଟ ହେବା ନେଇ ବେଶ କିଛି ଦିନ ଧରି ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା। ନିଜେ ଶାହ ମଧ୍ୟ ମେଣ୍ଟ ନେଇ ଦିଲ୍ଲୀରେ ବିବୃତି ରଖିଛନ୍ତି। ତେଣୁ ମେଣ୍ଟ କିଏ କରୁଥିଲା କାହିଁକି କରୁଥିଲା ସେ ନେଇ ଅମିତ ଶାହ କହିବେ କି ନାହିଁ ସେ ଉପରେ ଗଣମାଧ୍ୟମ ତୀକ୍ଷ୍ଣ ଦୃଷ୍ଟି ରଖିଛି।

ଓଡିଶା ଆସିବା ପୂର୍ବରୁ ଶାହ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସହିତ ସମାନାସାମନି ମୁକାବିଲା ହେବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଓଡିଶାର ଶାହ ନବୀନ ପଟ୍ଟନାୟକଙ୍କୁ ନିଶ୍ଚିତ ସାମାଲୋଚନା କରିବେ। ନଚେତ ଭୋଟର ସେହି ବିଜେଡି ବିଜେପି ମେଣ୍ଟ ଅଛି ବୋଲି ଭାବିବେ। ଯାହାଦ୍ବାରା ରାଜ୍ୟ ବିଜେପି ଉପରେ କୁପ୍ରଭାବ ପଡିପାରେ।

odishaelection2024 ଅମିତ ଶାହ ଅମିତ ସାହା ଓଡିଶାନିର୍ବାଚନ2024 ଓଡିଶାରେ ଅମିତ ଶାହ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.