Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରେ ପ୍ରାର୍ଥୀ କରି ଚମକାଇ ଦେଲେ ନବୀନ ପଟ୍ଟନାୟକ
ଜାତୀୟ ଖବର

ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରେ ପ୍ରାର୍ଥୀ କରି ଚମକାଇ ଦେଲେ ନବୀନ ପଟ୍ଟନାୟକ

May 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରେ ପ୍ରାର୍ଥୀ କରି ଚମକାଇ ଦେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ ସେ କିଏ

ଭୁବନେଶ୍ବର: ଗତକାଲି ନବୀନ ପଟ୍ଟନାୟକ ବିଧାନସଭାରେ ଶେଷ ତାଲିକା ଘୋଷଣା କରିଛନ୍ତି। ଏଥିରେ ସେ କୋରେଇରୁ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ ନାୟକଙ୍କ ନାମ ଘୋଷଣା କରିଛନ୍ତି। ତେବେ ନବୀନ ସବୁଠାରୁ ଚମତ୍କାର ଦେଖାଇଛନ୍ତି କୋରେଇ ଆସନର ପ୍ରାର୍ଥୀ ଘୋଷଣା କରି। ଏହା ଆସନରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ ଦାସ।

ସନ୍ଧ୍ୟାରାଣୀଙ୍କ ନାମ ଘୋଷଣା ପରେ ହଠାତ ସେ କିଏ ବୋଲି କେହି କିଛି ଜାଣିପାରିଲେ ନାହିଁ। ତେବେ କିଛି ସମୟ ପରେ ପରେ ଜଣାପଡିଲା ଯେ, କିଏ ଏହି ସନ୍ଧ୍ୟାରାଣୀ ଦାସ। ସେ ହେଉଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଓଡିଶାର ଜଣେ ଟାଣୁଆ ନେତା ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ। ତେବେ ତାଙ୍କର ଆଉ ଏକ ବଡ ପରିଚୟ ହେଉଛି ସେ ହେଉଛନ୍ତି ବିଜେଡିର ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବୋଉ। ପ୍ରଣବ ବର୍ତ୍ତମାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଅଛନ୍ତି।

ସ୍ବର୍ଗତ ଅଶୋକ ଦାସ ଏହି ଆସନରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶେଷଥର ସେ 2000 ମସିହାରେ ନିର୍ବାଚିତ ହୋଇଥିଲେ। ତାଙ୍କର କୋରେଇ ଅଞ୍ଚଳରେ ବେଶ ଭଲ ସଂଗଠନ ରହିଛି। ଏ ପର୍ଯ୍ୟନ୍ତ କୋରେଇରେ ତାଙ୍କର ସମର୍ଥକ ରହିଛନ୍ତି। ସେଥିପାଇଁ ନବୀନ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

କୋରେଇର ବର୍ତମାନ ବିଧାୟକ ଅଶୋକ ବଳ ସେହି ଆସନ ପାଇଁ ଏଥର ଆଶାୟୀ ଥିଲେ। ସେହିପରି ଗତଥର ବିଧାୟକ ଥିବା ଆକାଶ ଦାସ ନାୟକ ମଧ୍ୟ ଏହି ଆସନରୁ ଏଥର ଆଶାୟୀ ଥିଲେ। ହେଲେ ବିଜେଡି ତାଙ୍କୁ ଏଥର ଟିକେଟ ଦେବ ନାହିଁ ବୋଲି ଅନୁଭବ କରି ଦଳତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ସେ କୋରେଇ ଆସନରୁ ବର୍ତ୍ତମାନ ବିଜେପି ପ୍ରାର୍ଥୀ ହୋଇଛନ୍ତି।

odisha Election2024 ଅଶୋକ ଦାସ ଓଡିଶା ନିର୍ବାଚନ 2024 ପ୍ରଣବ ପ୍ରକାଶ ଦାସ ସନ୍ଧ୍ୟାରାଣୀ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.