Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା
ଜାତୀୟ ଖବର

ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

May 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ରାଜନୀତି ଧିରେ ଧିରେ ଘନେଇ ଆସୁଥିବା ବେଳେ ହଠାତ ସେଥିରେ ଦେଖାଦେଇଛି ନିରୁତ୍ସାହ। କାରଣ ହେଲା ସେହି ଜିଲ୍ଲାର ତିନି ବିଧାୟକଙ୍କ ଟିକେଟ କଟିବା ପରେ ସେମାନେ ଏକ ପ୍ରକାର ନୀରବି ଯାଇଛନ୍ତି। ନା ପୂର୍ବପରି ସକ୍ରିୟ ହେଉଛନ୍ତି ନା ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ସେଠାକାର ରାଜନୀତି ସରଗରମ ହୋଇଛି। ହେଲେ ସେଠାକାର ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହୋଇଛି। ସଂଧ୍ୟାରାଣୀ ଦାସ ନାମାଙ୍କନ ଦାଖଲ ବେଳେ ବବି ଦାସ ଯାଜପୁର ଆସିଥିଲେ। ସେତେବେଳେ ଅଶୋକ ବଳଙ୍କ ଦେଖା ମିଳିଥିଲା। ହେଲେ ତା ପରଠାରୁ ସେ ପ୍ରାର୍ଥୀଙ୍କ ସହିତ ବୁଲିବା ଆଉ କେହି ଦେଖି ନାହାଁନ୍ତି।

ସେହିପରି ବଡଚଣାରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିବା ପରେ ସେ ଭୁବନେଶ୍ବରରେ ରହୁଛନ୍ତି। ସେଠାରେ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ଅମର ଅସନ୍ତୁଷ୍ଠ ହୋଇଛନ୍ତି। ଉପରେ ମନରେ ସେ ଦଳ ପାଇଁ କାମ କରିବେ ବୋଲି କହୁଥିଲେ ମଧ୍ୟ ଭିତରେ ଭିତରେ ତାଙ୍କର ଆଗ୍ରହ ନାହିଁ। ବଡଚଣା ପ୍ରଚାରରେ ତାହା ସ୍ପଷ୍ଟ ଭାବେ ଜଣାପଡିଛି।

ବଡଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀଙ୍କୁ ଦଳ ଟିକେଟ କାଟିବା ପରେ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେଥିରେ ସେ କୁଆଡେ ସନ୍ତୁଷ୍ଠ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ କିଏ କେମିତ ସାହାଯ୍ୟ କରିବାକୁ ଆସୁଛନ୍ତି। ହେଲେ ସେମାନଙ୍କ ମନ ମଧ୍ୟ ବର୍ଷାଙ୍କ ପାଖରେ ନାହିଁ।

ସେହିପରି ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କାଟି ଦଳ ସେଠାରୁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଫଳରେ ସୁନନ୍ଦା ମଧ୍ୟ ଅସନ୍ତୁଷ୍ଠ ହେବା ସ୍ବାଭାବିକ। ଟିକେଟ କଟିବା ପରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଠ ନାହାଁନ୍ତି। ଫଳରେ ସୁନନ୍ଦା ମଧ୍ୟ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାଁନ୍ତି। ତେବେ ବିଜେଡି ଏହି ଖବର ଜାଣିବା ପରେ ମାନଭଂଜନ ପାଇଁ ପୁଣି ପ୍ରଚେଷ୍ଠା ଆରମ୍ଭ କରିଥିବାର ଜଣାପଡିଛି।

odishaelection2024 Varsha Priyadarshin ଓଡିଶାନିର୍ବାଚନ2024 କୋରେଇ ବଡ଼ଚଣା ବରୀ ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Latest News

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.