Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭଦ୍ରକ ରୋଡ ସୋ ରେ ଯୋଗ ଦେଇ ପ୍ରଚାର କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ
ଜାତୀୟ ଖବର

ଭଦ୍ରକ ରୋଡ ସୋ ରେ ଯୋଗ ଦେଇ ପ୍ରଚାର କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

May 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭଦ୍ରକ ରୋଡ ସୋ ରେ ଯୋଗ ଦେଇ ପ୍ରଚାର କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗତକାଲି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି।

ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ନମ୍ବର ପାଇ ସାରିଛୁ। ନିର୍ବାଚନ ଫଳ ବାହାରିଲେ ଆପଣମାନେ ଦେଖିବେ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ BSKY କାର୍ଡ ପାଇବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା ହେବ। ଚତୁର୍ଥ ଦସ୍ତଖତରେ କଲେଜ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂଆ-ଓ ଛାତ୍ରବୃତ୍ତି ମିଳିବ। ପୁଅ ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା।

ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଠିଆ ହୋଇ ରହିଛନ୍ତି, ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି ବୋଲି ସେ କହିଥିଲେ। ବିଜେପି ଦଳର ମିଛ ପ୍ରତିଶୃତିର ମୁଖା ଖୋଲି ଶ୍ରୀ ପାଣ୍ଡିଆନ କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୫ ପ୍ରତିଶତ ପିଲା ବି ଛାତ୍ରବୃତ୍ତି ପାଉନାହାନ୍ତି। ନବୀନ ବାବୁଙ୍କ ରାଜ୍ୟରେ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ।

ସେ ପୁଣି କହିଲେ ଯେ BSKYରେ ଶତ ପ୍ରତିଶତ ପରିବାର ସାମିଲ ହେବେ। ଆୟୁଷ୍ମାନ ଯୋଜନାରେ କେବଳ BPL ପରିବାର ଏହି ସୁବିଧା ପାଇବେ, ଅନ୍ୟମାନେ ପାଇବେ ନାହିଁ। ମମତା ଯୋଜନାରେ ନବୀନ ବାବୁଙ୍କ ସରକାର ମା ମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି, ଡବଲ ଇଞ୍ଜିନ ସରକାର ୬ ହଜାର ଟଙ୍କା ଦେଉଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି, ଆମେ ଦେଉଛୁ ୧ ହଜାର ଟଙ୍କା।

ସେ ପୁଣି କହିଲେ ଯେ ଏବେ ନୂଆ ଘୋଷଣା କରିଛନ୍ତି ମା ମାନଙ୍କୁ ୫୦ ହଜାର ଟଙ୍କା ଦେବେ। ଲୋକଙ୍କୁ ମନେ ପକାଇ ସେ କହିଲେ ଯେ ୨୦୧୪ରେ କହିଥିଲେ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, କୁଆଡେ ଗଲା? ଦରଦାମ କମିଲା କି? ସେମାନେ ଯାହା ବି କହୁଛନ୍ତି ସବୁ ମିଛ କଥା କହୁଛନ୍ତି। ନିର୍ବାଚନ ସମୟରେ ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଦେଖା ମିଳିବ ନାହିଁ

ଏହି ସଭାରେ ସେ ବିଶିଷ୍ଟ ଜନନେତା ସ୍ୱର୍ଗତ ନୀଳମଣି ରାଉତରାୟ ଓ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଲେ ଯେ ଏ ଦୁଇ ରାଜନେତା ଏବେ ବି ଆପଣମାନଙ୍କ ହୃଦୟରେ ଅଛନ୍ତି। ଆମ ସମସ୍ତଙ୍କ ସମ୍ମାନ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ଦୃଷ୍ଟିରୁ ତାଙ୍କ ପୁଅଙ୍କୁ ରେକର୍ଡ ମାର୍ଜିନ୍‌ରେ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ।

ଲୋକଙ୍କୁ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଚୂଡାମଣି ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ୮୦ କୋଟି ଏବଂ ଐତିହାସିକ ସ୍ମୃତି ପୀଠ ଇରମର ବିକାଶ ପାଇଁ ୨.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ତିହିଡିରେ ନୂଆ ଫାୟାର ଷ୍ଟେସନ ହୋଇଛି।

କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଓ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

ଓଡିଶା ନିର୍ବାଚନ 2024 ବିଜେଡି ପ୍ରଚାର ଭଦ୍ରକ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025
Latest News

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.