Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»AAP ନେତା ଆତିଶୀଙ୍କ ବିରୋଧରେ ସମନ ଜାରି କଲେ କୋର୍ଟ, କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ, ଜାଣନ୍ତୁ ମାମଲା
ଜାତୀୟ ଖବର

AAP ନେତା ଆତିଶୀଙ୍କ ବିରୋଧରେ ସମନ ଜାରି କଲେ କୋର୍ଟ, କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ, ଜାଣନ୍ତୁ ମାମଲା

May 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି AAP ସରକାରରେ ଆମ୍ ଆଦମୀ ପାର୍ଟିର ନେତା ତଥା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାନହାନୀ ମାମଲାରେ ଆତିଶୀଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି। ଜୁନ୍ ୨୯ ତାରିଖରେ ଆତିଶୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ।

ଦିଲ୍ଲୀ ବିଜେପି ନେତା ପ୍ରବୀଣ ଶଙ୍କର କପୁର ଅରବିନ୍ଦ କେଜ୍ରିୱାଲ ଏବଂ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆପ ନେତା ଆତିଶୀ ଅଭିଯୋଗ କରିଥିଲେ ଯେ, ଆମ୍ ଆଦମୀ ପାର୍ଟିର ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଏହି ବିବୃତ୍ତି ବିରୋଧରେ ବିଜେପି ନେତା ମାନହାନି ମକଦ୍ଦମା ଦାୟର କରିଥିଲେ।

ଆତିଶୀଙ୍କ ସମସ୍ୟା ବଢିପାରେ:

ବିଜେପି ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁରଙ୍କ ମାନହାନୀ ମାମଲା ରାଉସ୍ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଆତିଶୀଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ପଞ୍ଜାବରେ ଲୋକସଭା ଆସନ ପାଇଁ ଭୋଟ୍ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ। ଏଭଳି ସମୟରେ ଆତିଶୀଙ୍କ ବିରୋଧରେ ସମନ ଜାରି କରିବା ଦଳ ପାଇଁ ସମସ୍ୟା ବଢାଇପାରେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଜେଲରେ ଅଛନ୍ତି। ଏଥି ସହ ଉପ-ରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ସରକାରଙ୍କ ବିରୋଧରେ ହୋଇଥିବା ଅନେକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ଅଛନ୍ତି। ଉକ୍ତ ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମଧ୍ୟ ଜାମିନରେ ଅଛନ୍ତି। ଏହି ମାମଲାରେ ମନୀଷ ସିସୋଦିଆ ଏବେ ମଧ୍ୟ ଜେଲରେ ଅଛନ୍ତି। ଏଥି ସହିତ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି।

aap Arvind Kejriwal Atishi BJP Breaking News court Defamation Case
Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Latest News

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.