Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୁତି ମଧୁର ଗୀତରେ ଭରପୁର ‘ଉଲକା’ ଚଳଚିତ୍ରଟି ମାଗଣା ଦେଖିବାକୁ ଚାହୁଁଛନ୍ତି କି ? ??
ଜାତୀୟ ଖବର

ଶ୍ରୁତି ମଧୁର ଗୀତରେ ଭରପୁର ‘ଉଲକା’ ଚଳଚିତ୍ରଟି ମାଗଣା ଦେଖିବାକୁ ଚାହୁଁଛନ୍ତି କି ? ??

July 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୁତି ମଧୁର ଗୀତରେ ଭରପୁର 'ଉଲକା' ଚଳଚିତ୍ରଟି ମାଗଣା ଦେଖିବାକୁ ଚାହୁଁଛନ୍ତି କି ? ??

ଭୁବନେଶ୍ବର: ଅଭିମାନିନୀ ଏ ଅମାନିଆ ଢେଉ…., ଏ ଜୀବନ ମାନେ ନୁହେଁ ଆହା…, ମା ତୁମେ ମମତାର ସୀମା ହୀନ ସାଗର…ଏହିପରି ବେଶ ଶ୍ରୁତିମଧୁର ଗୀତରେ ଭରପୁର ଓଡିଆ ଚଳଚିତ୍ରଟି ହେଉଛି ଉଲକା। ସେତେବେଳେ ଏହି ଗୀତଗୁଡିକ ବେଶ ଚହଳ ପକାଇଥିଲା। 1981 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳିଚିତ୍ରଟି ଯଦି କେହି ଏବେ ଦେଖିବାର ଇଚ୍ଛା ପ୍ରକାଶ କରନ୍ତି ତେବେ ତାଙ୍କ ପାଇଁ ଆସିଛି ଏକ ଅପୂର୍ବ ସୁଯୋଗ।

ଏହି ଲୋକପ୍ରିୟ ଚଳଚିତ୍ରଟିକୁ ବହୁ କଷ୍ଟରେ ଓଡିଶା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ପକ୍ଷରୁ ଉଦ୍ଧାର କରାଯାଇଛି। ଚଳଚିତ୍ରଟି ହଲରୁ ଅପସରି ଯିବା ପରେ ତାହାର କୌଣସି ପତ୍ତା ମିଳିଲା ନାହିଁ। ହେଲେ ଫୋରମର ପ୍ରତିଷ୍ଠାତା ତଥା ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ପ୍ରଚେଷ୍ଠାରେ ଚଳଚିତ୍ରଟି ପୁନଃଉଦ୍ଧାର କରାଯାଇଛି। କିନ୍ତୁ ଏହାର ରିଲ୍ ର ସ୍ଥିତି ଭଲ ନ ଥିବାରୁ ତାହା ଦେଖିବା ସମ୍ଭବ ନ ଥିଲା। ତେବେ ଫୋରମ ତରଫରୁ ଉନ୍ନତ ମାନର ପଦ୍ଧତିରେ ଚଳଚିତ୍ରଟିକୁ ଦେଖିବା ପରି ସ୍ଥିତିକୁ ଅଣାଯାଇଛି।

1981 ମସିହାରେ ଏହି ଚଳଚିତ୍ରଟିକୁ ବର୍ତ୍ତମାନ ଦେଖିବା ପାଇଁ ଫୋରମ ତରଫରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 19 ତାରିଖ ସଂଧ୍ୟା 6 ଟା 30 ରେ ଭୁବନେଶ୍ବରର ଜୟଦେବ ଭବନରେ ଏହାକୁ ପ୍ରଦର୍ଶିତ କରାଯିବ। ତେବେ ଏଥିପାଇଁ ଦର୍ଶକଙ୍କୁ କୌଣସି ଟିକେଟ କାଟିବାକୁ ପଡିବ ନାହିଁ। ସଂପୂର୍ଣ୍ଣ ମାଗଣରେ ଏହି ଚଳଚିତ୍ରଟିକୁ ପ୍ରଦର୍ଶିତ କରିବା ପାଇଁ ଫୋରମ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଜଲକ୍ଷ୍ମୀ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଚଳଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୂର୍ଯ୍ୟ ମିଶ୍ର ଓ ରାଜୁ ମିଶ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ଏବଂ ବିଭୂ ମହାନ୍ତି। ଏହି ଚଳଚିତ୍ରରେ ମହେଶ୍ବତା ରାୟ ଅଭିନୟ କରିଥିବା ବେଳେ ଅନ୍ୟମାନେ ସଂପୂର୍ଣ୍ଣ ନୂଆ କଳାକାର ଥିଲେ।

ବିଭିନ୍ନ ସମୟରେ ଓଡିଶା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ତରଫରୁ ଓଡିଆ ଭାଷାର ବିଭିନ୍ନ ଚଳଚିତ୍ରକୁ ପୁନଃଉଦ୍ଧାର କରାଯାଇ ପ୍ରଦର୍ଶିତ କରାଯାଇଥାଏ। ସ୍ମୃତିଛାୟା ନାମତି ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 21 ଟି ଚଳଚିତ୍ର ପ୍ରଦର୍ଶିତ ହୋଇସାରିଛି।

ସୂର୍ଯ୍ୟ ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026
Latest News

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.