Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ?
ଜାତୀୟ ଖବର

ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ?

July 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ?

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମସ୍ତେ ଭାବି ଥିଲେ ଯେ, ନବୀନ ପଟ୍ଟନାୟକ ଭି କେ ପାଣ୍ଡିଆନଙ୍କୁ ବାହାର କରିଦେବେ। ହେଲେ ତାହା କରିବା ଦୂର କଥା ବର୍ତ୍ତମାନ ପୁଣି ଥରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି ନବୀନ। ସେ କହିଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ପରିଶ୍ରମ କରୁଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା ଏକ ରିପୋର୍ଟକୁ ଆଧାର କରି ନବୀନ ଏହା କହିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ଭି କେ ପାଣ୍ଡିଆନଙ୍କୁ କୁଆଡେ ନବୀନ  ଲାତ ମାରି ବାହାର କରିଦେଛନ୍ତି। ତାଙ୍କୁ ଆଉ କୌଣସି କାର୍ଯ୍ୟରେ ଲୋଡୁ ନାହାଁନ୍ତି। ଏଥିରେ କୁହାଯାଇଛି ଯେ, ଆଇଏଏସରୁ ରାଜନୀତିକୁ ଆସିଥିବା ପାଣ୍ଡିଆନ ନବୀନଙ୍କ ଖାସ ଲୋକ। ହେଲେ ନିର୍ବାଚନର ବିପର୍ଯ୍ୟୟ ପରେ ତାଙ୍କୁ ବାହାର କରିଦେଇଛନ୍ତି।

ତେବେ ରିପୋର୍ଟ ଅନୁସାରେ ଗତ ସପ୍ତାହରେ କୁଆଡେ ଅମିତ ସାହ ନୀବନଙ୍କୁ ଫୋନ କରି ରାଜ୍ୟସଭାରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଥିଲେ। ଏପରିକି ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ତେବେ ଏହାର ଉତ୍ତରେ ନବୀନ କହିଥିଲେ ଯେ, ମୁଁ ପୂର୍ବପରି ସମର୍ଥନ ଦେବାକୁ ରାଜି, ହେଲେ ବିଜେପି ପାଣ୍ଡିଆନଙ୍କୁ ଆଉ ପ୍ରତ୍ସାହିତ ନ କରିବ ବୋଲି ପ୍ରତିଶୃତି ଦେଉ। ଏହି ଖବରଟି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇବା ପରେ ନବୀନ ଏହା ସଂପୂର୍ଣ୍ଣ ମିଛ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ସମ୍ମାନହାନୀ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ନବୀନ କହିଛନ୍ତି।

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏହି ଖବରକୁ ନିଜ ଟୁଇଟରରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ପାଣ୍ଡିଆନ ଉତ୍ସର୍ଗିକୃତ ଏବଂ ଦକ୍ଷତାର ସହିତ ରାଜ୍ୟ ତଥା ଦଳ ପାଇଁ ସେବା କରିଆସୁଛନ୍ତି। ସେଥିପାଇଁ ସେ ପ୍ରଶଂସିତ ବୋଲି ନବୀନ କହିଛନ୍ତି। ତେବେ ନବୀନଙ୍କ ଉତ୍ତର ପରେ ଏହି ଖବରକୁ ନେଇ ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ଜଗତରେ ବେଶ ଚର୍ଚ୍ଚା ଚାଲିଛି।

Naveen Patnaik V K Pandian ଦ ଇଣ୍ଡିଆନ ଏକ୍ସପ୍ରେସ ନବୀନ ପଟ୍ଟନାୟକ ପାଣ୍ଡିଆନ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.