Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗେମ ଚେଞ୍ଜର ନୁହଁନ୍ତି, ବିଜେପି ସରକାର ହେଉଛନ୍ତି ନେମ୍ ଚେଞ୍ଜର, ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ
ଜାତୀୟ ଖବର

ଗେମ ଚେଞ୍ଜର ନୁହଁନ୍ତି, ବିଜେପି ସରକାର ହେଉଛନ୍ତି ନେମ୍ ଚେଞ୍ଜର, ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

July 29, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଗେମ ଚେଞ୍ଜର ନୁହଁନ୍ତି, ବିଜେପି ସରକାର ହେଉଛନ୍ତି ନେମ୍ ଚେଞ୍ଜର, ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଥମେ ଅଭିନନ୍ଦନ ଜଣାଇ ପରେ ବିଜେପି ସରକାର ଗେମ ଚେଞ୍ଜର କହୁଥିଲା, ହେଲେ ଏବେ ଜଣାପଡିଲା ଯେ, ନେମ୍ ଚେଞ୍ଜର। ତେବେ ବିଧାନସଭାରେ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ହେଲା..

ଜୟ ଜଗନ୍ନାଥ,

ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ। ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ। ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି।

ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି। ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change – ଏହି ସରକାର ଆମ ସରକାର ଙ୍କ ୪୫ ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଭାରତୀୟ ଜନତା ପାର୍ଟି କହିଥିଲା ଯେ ସେମାନଙ୍କ ସରକାର ହେବ GAME CHANGER କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ସରକାର NAME CHANGER ହୋଇଯାଇଛି ।

ଏହି ବଜେଟ ରୁ ଜଣାପଡିଛି ଯେ ଆମ ସରକାର ର ୮୦% ଯୋଜନା ର ପୁନଃ ପ୍ରବର୍ତ୍ତନ କରାଯାଇଛି। ଏଥିରୁ ଜଣାପଡୁଛି ଯେ ବିଜେଡି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ବାକି ୨୦% ପାଣ୍ଠି ଆବଣ୍ଟନ ଭାରତୀୟ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥ‍ିବା ପ୍ରତିଶୃତି ପାଳନ ଦିଗରେ ଖର୍ଚ କରାଯିବ । ବିଜେପିର ନିର୍ବାଚନ ଇସ୍ତାହାରର ଗୋଟିଏ ନକଲ ଆମେ ବାଣ୍ଟିଛୁ। ସେମାନେ ଦିଆଯାଇଥିବା ଅନେକ ପ୍ରତିଶୃତି ମଧ୍ୟରୁ ମୁଁ ୩ରୁ ୪ଟି ପ୍ରତିଶୃତି ବିଷୟରେ ରେ କହିବି।

ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯିବ। ଓଡିଶାରେ ୨କୋଟି ରୁ ଅଧିକ ମହିଳା ଅଛନ୍ତି। ଅଧିକନ୍ତୁ ୨ ବର୍ଷ ଭିତରେ ସବୁ ମହିଳାଙ୍କୁ ଏହି ଅର୍ଥ ଦେବାପାଇଁ ବିଜେପି ପ୍ରତିଶୃତି ଦେଇଥିଲା। ଏହି ପ୍ରତିଶୃତି ପାଳନ ପାଇଁ ଆପଣଙ୍କର ୧ଲକ୍ଷ କୋଟି ଟଙ୍କା ଦରକାର। କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି। ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ । ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ?

ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି। କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ। ଆପଣଙ୍କ ବଜେଟ ରେ ଆପଣ କହିଛନ୍ତି ଯେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ଵା ତା ଠାରୁ ଅଧିକ ଅକ୍ଷମ ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖି ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେବେ ? ଆପଣଙ୍କର ଏହି ପ୍ରତିଶ୍ରୁତି ପୁରା କରିବା ପାଇଁ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ।

ଭାରତୀୟ ଜନତା ପାର୍ଟି ପ୍ରତି ଶ୍ରୁତି ଦେଇଥିଲେ ଯେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବନାହିଁ। ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP ଦେବାପାଇଁ କଣ ଯୋଜନା ରହିଛି ? ଭାରତୀୟ ଜନତା ପାର୍ଟି ୩୦୦ ୟୁନିଟ୍ ମାଗଣା ବିଜଳି ଦେବପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସାରା ଦେଶର ୧ କୋଟି ଘର କୁ ମାଗଣା ବିଜୁଳି ଦେଵା କୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେଣୁ ଓଡିଶା ଭାଗରେ ମାତ୍ର ୩ ଲକ୍ଷ ଘର ପଡିପାରେ। କିନ୍ତୁ ଆମ ରାଜ୍ୟରେ ଦେଢ କୋଟି ଘର ରହିଛି।

ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଏହା କଣ ଆପଣଙ୍କ ପ୍ରତିଶ୍ରୁତି ?
ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକ ସଂଖ୍ୟାର ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବନାହିଁ ।
ସାମାଜିକ ଗଣ ମାଧ୍ୟମରେ ଏହି ଯୋଜନାକୁ ଆପଣ ଏଭଳି ଭାବରେ ଉପସ୍ଥାପନ କଲେ ଯେ ଲୋକମାନେ ଜୁଲାଇରୁ ZERO ବିଜୁଳି ବିଲ୍ ପାଇବାକୁ ଅପେକ୍ଷା କରିଛନ୍ତି। ମୁଁ ଦୁଃଖିତ ଯେ ଆପଣ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି।

ଆସନ୍ତା ୩ ବର୍ଷରେ – ୨୦୨୭ ବେଳକୁ ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆପଣ ପ୍ରତିଶୃତି ଦେଇଛନ୍ତି। ଏହାକୁ କାର୍ଯ୍ୟକାରି କରିବାପାଇଁ ଆପଣଙ୍କୁ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ପଡିବ। କିନ୍ତୁ ଚଳିତ ବଜେଟ ରେ ମାତ୍ର ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ମହାନ ଗୃହରେ ପରବର୍ତ୍ତୀ ସମୟରେ ଲକ୍ଷପତି ଦିଦି ମାନଙ୍କର ଏକ ତାଲିକା ବିସ୍ତୃତ ତଥ୍ୟ ସହ ଉପସ୍ଥାପିତ କରିବାପାଇଁ ଦାବୀ ଜଣାଉଛି।

୨୦୩୬ ସୁଦ୍ଧା ଆପଣ ଏକ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି। ଏକ ବିକଶିତ ଓଡିଶା ପାଇଁ ଆପଣଙ୍କ ଦୂରଦର୍ଶୀ ଯୋଜନାର ଏକମାତ୍ର ଉଦାହରଣ ମୁଁ ଏଠାରେ ଉପସ୍ଥାପନ କରୁଛି। ରାଉଲକେଲା- ସମ୍ବଲପୁର – ପାରାଦ୍ୱୀପ-ଧାମରା କୁ ସଂଯୁକ୍ତ କରୁଥିବା ଶିଳ୍ପ କରିଡର ପାଇଁ ମାତ୍ର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। କିନ୍ତୁ ଏଭଳି ଏକ କରିଡର ନିର୍ମାଣ ପାଇଁ ୧ ଲକ୍ଷ କୋଟିରୁ କମ୍ ଖର୍ଚ ହେବନାହିଁ। ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣଏକ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ।

ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ବିଜେପିର ଥିଲା ଏଗୁଡିକ ମୁଖ୍ୟ ପ୍ରତିଶ୍ରୁତି। ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ ମିଥ୍ୟାର ଦସ୍ତାବିଜ ପାଲଟି ଯିବ। ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ
ଜିତିଛନ୍ତି । ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ।

ଗେମ ତେଞ୍ଜର ନବୀନ ପଟ୍ଟନାୟକ ବଜେଟ ଅଧିବେସନ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025
Latest News

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.