Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»149 ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ସ୍ଥାପନ କରିବ ପୂର୍ବତଟ ରେଳପଥ
ଜାତୀୟ ଖବର

149 ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ସ୍ଥାପନ କରିବ ପୂର୍ବତଟ ରେଳପଥ

August 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
149 ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି ଅଥବା ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ରେଳପଥ ପରିସୀମା ମଧ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ସବୁଜ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକ ମଧ୍ୟ ଗ୍ରହଣ କରୁଛି।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ 21826 KWp କ୍ଷମତା ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବାବଦରେ ବ୍ୟୟ ବାବଦରେ ପ୍ରାୟ ₹ 14 କୋଟି ଏବଂ କାର୍ବନ କ୍ରେଡିଟ ଅଥବା କ୍ରୟ କ୍ଷେତ୍ରରେ ପ୍ରାୟ 91.41 ଲକ୍ଷ ଟଙ୍କା ସଞ୍ଚୟ କରିପାରିବ।

ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ 149 ଟି ଷ୍ଟେସନ୍ ବିଲଡିଙ୍ଗ, 248 ଟି ସର୍ଭିସ୍ ବିଲଡିଙ୍ଗ, 6924 ଟି ଆବାସିକ ବିଲଡିଙ୍ଗ ଏବଂ 366 ଟି ଲେଭଲ୍ କ୍ରସିଂ (LC) ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି।

ଉପରୋକ୍ତ ପ୍ରକଳ୍ପ ବାବଦରେ ପୂର୍ବତଟ ରେଳପଥ ଇତିମଧ୍ୟରେ ପ୍ରାୟ 83.79 କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି ଯେଉଁଥିରେ ଛାତ ଉପରେ ବିଭିନ୍ନ କ୍ଷମତା ବିଶିଷ୍ଟ ଗ୍ରୀଡ୍ ପ୍ଲାଣ୍ଟରେ ସୌରଶକ୍ତି ପ୍ଲାଣ୍ଟ / ନବୀକରଣଯୋଗ୍ୟ ସୌରଶକ୍ତି ଉତ୍ସ ସ୍ଥାପନ କରିବ। ଏହି ସ୍ଥାନ ଗୁଡିକୁ ନିମ୍ନ ମତେ ପ୍ରଦତ୍ତ କରାଯାଇଅଛି :

• ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ 09.13 କୋଟି ଟଙ୍କା ବ୍ୟୟ ବରାଦ |

* ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ₹ 8.86 କୋଟି ଟଙ୍କା

* ଅନୁଗୁଳ ରେଳ ସେକ୍ସନ ପାଇଁ ₹ 9.48 କୋଟି ଟଙ୍କା

* ଭୁବନେଶ୍ୱର ମୁଖ୍ୟାଳୟ ସମେତ ନିକଟସ୍ଥ ରେଳବାଇ ଅଞ୍ଚଳ ପାଇଁ ₹ 9.10 କୋଟି ଟଙ୍କା

* ଖୋର୍ଦ୍ଧା ରୋଡ଼ – ପୁରୀ ରେଳ ସେକ୍ସନ ପାଇଁ ₹ 8.74 କୋଟି ଟଙ୍କା

* ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ₹ 8.10 କୋଟି ଟଙ୍କା

* ବିଶାଖାପାଟନମ୍ ଅଞ୍ଚଳ ପାଇଁ ₹ 7.25 କୋଟି ଟଙ୍କା

* ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ₹ 7.10 କୋଟି ଟଙ୍କା

* ଦୁଭାଡା-ପଲାସା ମୁଖ୍ୟ ଲାଇନ / ନୌପଡା-ଗୁଣୁପୁର / ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ₹ 8.78 କୋଟି ଟଙ୍କା

* କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ₹ 7.53 କୋଟି ଟଙ୍କା

ରେଳପଥର ମୁଖ୍ୟାଳୟ ବିଲଡିଙ୍ଗ, ରେଳ ସଦନ ପରି ଅନ୍ୟ ସେବା ବିଲଡିଙ୍ଗ ମାନଙ୍କରେ ମଧ୍ୟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଅଛି। ଚନ୍ଦ୍ରଶେଖରପୁରରେ ରେଳ ସଦନ ଛାତ ଉପରେ ସ୍ଥାପନ କରାଯାଇଥିବା ସୋଲାର ପାୱାର ପ୍ଲାଣ୍ଟ / ନବୀକରଣଯୋଗ୍ୟ ଶକ୍ତି ଉତ୍ସ କ୍ଷମତା ବାର୍ଷିକ ପ୍ରାୟ 6790 KWp ଅଟେ। ସେହିଭଳି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକାଂଶ ସ୍ଥାନରେ ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ମଧ୍ୟ ସୌରଶକ୍ତି / ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରଣାଳୀ ସ୍ଥାପିତ ହୋଇଛି।

ପୂର୍ବ ତଟ ରେଳପଥ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସୌରଶକ୍ତିର ବ୍ୟବହାରକୁ ସର୍ବାଧିକ କରିବାକୁ ପ୍ରତିଶ୍ରୁତିବଦ୍ଧ। ଷ୍ଟେସନ ଏବଂ ଅନ୍ୟାନ୍ୟ ସେବା ବିଲଡିଙ୍ଗର ଦୈନନ୍ଦିନ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଏହି ବ୍ୟବସ୍ଥା ସହାୟକ ହୋଇପାରିବ। ପରିବେଶ ଅନୁକୂଳ ହେବା ବ୍ୟତୀତ ଏହା ରେଳବାଇ ପାଇଁ ବହୁମୂଲ୍ୟ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟ କରିପାରିବ।

East Coast Railway eastcoastrailway Solar Power ପୂର୍ବତଟ ରେଳପଥ ସୌରଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

‘ବିମାନ ଦୁର୍ଘଟଣାର ତଦନ୍ତ କରାଯାଉ’: ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ମମତା ବାନାର୍ଜୀଙ୍କ ଦାବି

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026
Latest News

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

‘ବିମାନ ଦୁର୍ଘଟଣାର ତଦନ୍ତ କରାଯାଉ’: ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ମମତା ବାନାର୍ଜୀଙ୍କ ଦାବି

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.