Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅହମ୍ମଦାବାଦରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ
ଜାତୀୟ ଖବର

ଅହମ୍ମଦାବାଦରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

August 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅହମ୍ମଦାବାଦରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି। ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି।

ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା କାର୍ଯ୍ୟାଳୟ ବିନା ତ୍ରିରଙ୍ଗାରେ  ରହିବା ଉଚିତ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସମଗ୍ର ଗୁଜରାଟକୁ ତ୍ରିରଙ୍ଗାରେ ସଜ୍ଜିତ କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି ଏବଂ ଏହା ମାଧ୍ୟମରେ ଗୁଜରାଟ ପ୍ରତ୍ୟକ ବ୍ୟକ୍ତି ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପଛରେ ତିନୋଟି ଲକ୍ଷ୍ୟ ଥିଲା। ଦେଶର ପ୍ରତ୍ୟେକ ଶିଶୁ, ଯୁବକ ଓ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମର ସମଗ୍ର ଇତିହାସ ବିଷୟରେ ମନେ ପକାଇବା ପ୍ରଥମ ଲକ୍ଷ୍ୟ ଥିଲା।

ଦ୍ୱିତୀୟ ଲକ୍ଷ୍ୟ ଥିଲା ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ସଫଳତା ବିଷୟରେ ସମସ୍ତ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କୁ ଅବଗତ କରାଇବା। ତୃତୀୟ ଉଦ୍ଦେଶ୍ୟ ଥିଲା ଦେଶର ୧୪୦ କୋଟି ନାଗରିକଙ୍କୁ ଭାରତର ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ‘ଅମୃତ କାଳ’ ର ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଦିଗରେ କାର୍ଯ୍ୟ କରି ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ବିଜୟୀ କରିବା ପାଇଁ ସଂକଳ୍ପ ନେବା।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜାଦୀର ଅମୃତ ମହୋତ୍ସବ ଅଭିଯାନ ପରେ ‘ଅମୃତ କାଳ’ ରେ ଦେଶକୁ ପ୍ରଥମ କରିବାର ସଂକଳ୍ପକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ‘ହର ଘର ତ୍ରିରଙ୍ଗା ଯାତ୍ରା’ ର ଆୟୋଜନ କରାଯାଉଛି। ଆଜି ଏହି ଅବସରରେ ଆମେ ଦେଶର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ଅଗଣିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏମିତି ଅନେକ କିଛି ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଆମର ତ୍ରିରଙ୍ଗା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ବୋଲି ସେ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ଭାରତ ଅନେକ ଦଶନ୍ଧି ଧରି ଆତଙ୍କବାଦ ଏବଂ ନକ୍ସଲବାଦରେ ପୀଡ଼ିତ ଥିଲା, କିନ୍ତୁ ମୋଦୀ ଜୀ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରି ଦେଶର ଶତ୍ରୁମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଏହା ସହ ମୋଦି ଜୀ ଟେକ୍ନୋଲୋଜି ବ୍ୟବହାର କରି ଟିକାର ଉଭୟ ଡୋଜ୍ ମାଗଣାରେ ଦେଇ ୧୩୦ କୋଟି ଦେଶବାସୀଙ୍କୁ କୋଭିଡ – ୧୯ରୁ ରକ୍ଷା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଅନୁଯାୟୀ, ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବାର ସଂକଳ୍ପ ହାସଲ କରିବା ନିମନ୍ତେ  ଦେଶର ଯୁବପିଢ଼ି ବିଶେଷ ଭାବରେ ଆଗେଇ ଆସିବା ଆବଶ୍ୟକ। ସେ କହିଛନ୍ତି ଯେ ଆଜି ସମସ୍ତଙ୍କ ହାତରେ ତ୍ରିରଙ୍ଗା ଦେଖି ଲାଗୁଛି ଯେ ସମଗ୍ର ଗୁଜରାଟ ଏହି ସଂକଳ୍ପ ସହିତ ଜଡିତ ଏବଂ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ।

ଶ୍ରୀ ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ନିଜ ଘର, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ତ୍ରିରଙ୍ଗା ଉତ୍ତୋଳନ କରି ଏହା ସହିତ ସେଲ୍ଫି ଉଠାଇ ଏହି ଅଭିଯାନରେ ସାମିଲ ହେବା ଉଚିତ।

ଏହି ଅଭିଯାନ ମାଧ୍ୟମରେ ଆମେ ସମସ୍ତେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପରେ ସାମିଲ ହେବା ଉଚିତ ବୋଲି ଶ୍ରୀ ଶାହ କହିଛନ୍ତି। ଦେଶରେ ଖଦିର ବ୍ୟବହାର ବଢ଼ାଇବା ସହ ଏହା ମାଧ୍ୟମରେ ଏହାର ବାଣିଜ୍ୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ‘ଦେଶ ପାଇଁ ଖଦି, ଫ୍ୟାସନ୍ ପାଇଁ ଖଦି’ ଏବଂ ‘ହର ଘର ତ୍ରିରଙ୍ଗା, ହର ଘର ଖଦି’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା, ପ୍ରତ୍ୟେକ ଘରେ ଖଦି) ମନ୍ତ୍ରକୁ ଆମକୁ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି।

amitshah TRIRANGA ଅମିତ ଶାହ ହର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025
Latest News

ରାଶିଫଳ: ସେପ୍ଟେମ୍ବର ୧୦ ବୁଧବାର ଦିନ କଣ ରହିବ ଆପଣଙ୍କ ଭାଗ୍ୟ ଫଳ, ଆଜି କଣ କରିବା ଉଚିତ

September 10, 2025

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.