Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇଛି ଜିଓ, ୮ ପ୍ରତିଶତ ଜିଓ ନେଟୱାର୍କ: ମୁକେଶ ଅମ୍ବାନୀ
ଜାତୀୟ ଖବର

ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇଛି ଜିଓ, ୮ ପ୍ରତିଶତ ଜିଓ ନେଟୱାର୍କ: ମୁକେଶ ଅମ୍ବାନୀ

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇପାରିଛି ଏବଂ ବିଶ୍ୱର ମୋଟ ମୋବାଇଲ୍ ଡାଟା ଟ୍ରାଫିକର ୮ ପ୍ରତିଶତ କେବଳ ଜିଓର ନେଟୱାର୍କରେ ଚାଲିଥାଏ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୭ ତମ ବାର୍ଷିକ ସାଧାରଣ ସଭାରେ ସେୟାରଧାରକ ମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ କମ୍ପାନୀର ଗ୍ରାହକ ଆଧାର ଏବଂ ଡାଟା ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯ କୋଟି ରହିଥିବା ବେଳେ ହାରାହାରି ଭାବରେ ପ୍ରତ୍ୟେକ ଜିଓ ଗ୍ରାହକ ପ୍ରତିମାସରେ ୩୦ ଜିବିରୁ ଅଧିକ ଡାଟା ବ୍ୟବହାର କରୁଥିବା ସେ ପ୍ରକାଶ କରିଛନ୍ତି। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ ଡାଟା ବଜାରରେ ପରିଣତ ହୋଇଥିବା ସେ କହିଛନ୍ତି।

ମୁକେଶ ଅମ୍ବାନୀ କହିଛନ୍ତି, “ରିଲାଏନ୍ସ ଜିଓ ଶୁଭାରମ୍ଭ ହେବାର ମାତ୍ର ୮ ବର୍ଷ ହୋଇଛି ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହା ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହେବାର ସଫଳତା ହାସଲ କରିଛି। ଡିଜିଟାଲ୍ ହୋମ୍ ସେବା ଦୃଷ୍ଟିରୁ ଜିଓ ମଧ୍ୟ ବିଶ୍ୱର ସବୁଠାରୁ ବଡ କମ୍ପାନୀ ହୋଇଛି । ଜିଓ ୩ କୋଟିରୁ ଅଧିକ ଘରକୁ ଡିଜିଟାଲ ସେବା ପ୍ରଦାନ କରୁଛି । ଜିଓ ଏୟାରଫାଇବର ପ୍ରତି ମାସରେ ୧୦ ଲକ୍ଷ ଘରକୁ ସଂଯୋଗ କରି ରେକର୍ଡ ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ”

୨ଜି ଗ୍ରାହକଙ୍କୁ ୪ଜି ସେବାକୁ ଉନ୍ନୀତ କରିବା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ “୫ଜି ଫୋନ୍ ଅଧିକ ସୁଲଭ ହେବା ସହିତ ଜିଓର ନେଟୱାର୍କରେ ୫ଜି ଗ୍ରହଣ ତ୍ୱରାନ୍ୱିତ ହେବ, ଯାହାଦ୍ୱାରା ଡାଟା ବ୍ୟବହାରରେ ଅଧିକ ଅଭିବୃଦ୍ଧି ଘଟିବ। ଅଧିକ ଉପଭୋକ୍ତା ୫ଜି ନେଟୱାର୍କ ବ୍ୟବହାର କରିବା ଆରମ୍ଭ କରିବା ସହିତ ଆମର ୪ଜି ନେଟୱାର୍କର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଏହା ଭାରତରେ ୨୦ କୋଟିରୁ ଅଧିକ ୨ଜି ବ୍ୟବହାରକାରୀଙ୍କୁ ଜିଓ ୪ଜି ପରିବାରରେ ଅନ୍ତର୍ଭୁକ୍ତ କରିବ ବୋଲି ସେ କହିଛନ୍ତି।

ଜିଓ ପକ୍ଷରୁ ଗବେଷଣା ଓ ପ୍ରଯୁକ୍ତି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହିତ କମ୍ପାନୀ ୫ଜି ଓ ୬ଜି ପ୍ରଯୁକ୍ତି କ୍ଷେତ୍ରରେ ୩୫୦ ପେଟେଣ୍ଟ ଆବେଦନ ଦାଖଲ ଥିବା ସେ ପ୍ରକାଶ କରିଛନ୍ତି।

jio Mukesh Ambani Reliance AGM Reliance JIO ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.