Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, କହିଲେ ବିସ୍ପୋରକ କଥା
ଜାତୀୟ ଖବର

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, କହିଲେ ବିସ୍ପୋରକ କଥା

September 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ବିଜେଡିକୁ ଧକ୍କା, ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେପିରେ ସାମିଲ, କହିଲେ ବିସ୍ପୋରକ କଥା

ନୂଆଦିଲ୍ଲୀ: ପୁଣି ବିଜେଡିକୁ ଲାଗିଲା ବଡ ଧକ୍କା। ମମତା ମହାନ୍ତ ପରେ ଏବଂ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭତୃହରି ମହତାବ, ଅରୁଣ ସିଂ ଏବଂ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ସେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ବେଳେ ସେ ବିଜେଡି ବିରୋଧରେ ବିଷ ଉଦଗାର କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା। ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା। କଳାହାଣ୍ଡିର ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ।

ଏହି କଥା ମୋ ମୁହଁରେ କହିନଥିଲେ, ବରଂ ଦଳୀୟ ନେତାଙ୍କୁ ସେ କହିଥିଲେ। ମୋ ସାମ୍ନାରେ ଏକଥା କହିବାର ତାଙ୍କର ସାହସ ନଥିଲା। ନିର୍ବାଚନ ପରେ ମୁଁ ଏକଥା ଦଳର ସୁପ୍ରିମୋଙ୍କୁ ଜଣାଇଥିଲି। ସେ କହିଥିଲେ ଯେ, ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା।

ଦଳର ଜଣେ ଦୁଇ ଜଣ ବଡ଼ ନେତାଙ୍କର ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା।ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ। ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ୱାଭିମାନକୁ ବାଧିଥିଲା। କାହା ପାଖରେ ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି କହିଥିଲି।

ସେ ଆହୁରି କହିଛନ୍ତି ଯେ, ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି, ହରିଲୁଟ ଚାଲିଛି। ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅନେକ ନେତା, ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି। ଏ ସଂପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି। ହେଲେ ସେଥିରେ ମୁଁ ବିଫଳ ହୋଇଥିଲି। ଶେଷରେ ବାଧ୍ୟହୋଇ ମୁଁ ଦଳ ଛାଡ଼ିଲି। ମୋ ପାଇଁ ସର୍ବଦା ମାଟି ଆଗରେ ତା’ ପରେ ପାର୍ଟି ବୋଲି ସୁଜିତ କହିଛନ୍ତି।

ସୁଜିତ ବିଜେଡି ଛାଡିବା ପରେ ଦଳର ରାଜ୍ୟସଭା ସଂଖ୍ୟା ହ୍ରାସ ପାଇଛି। ମୋଟ ଦଶଟି ଆସନରୁ ବିଜେପିର ଦୁଇ ଜଣ ଏବଂ ବିଜେଡିର ଆଠ ଜଣ ସଦସ୍ୟ ଅଛନ୍ତି। ସୁଜିତ କୁମାର ଛାଡିବା ପରେ ଏହି ସଂଖ୍ୟା ସାତକୁ ଖସିଆସିଛି।

BJD ବିଜେଡ଼ି ସାଂସଦ ରାଜ୍ୟସଭା ସାଂସଦ ସୁଜିତ କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.