Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଙ୍ଗାଲୁରୁ ହେଉଛି କନ୍ନଡିଗାସ ଙ୍କର, ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟ, ଚାଲିଛି ବଡ ବିତର୍କ
ଜାତୀୟ ଖବର

ବାଙ୍ଗାଲୁରୁ ହେଉଛି କନ୍ନଡିଗାସ ଙ୍କର, ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟ, ଚାଲିଛି ବଡ ବିତର୍କ

September 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଙ୍ଗାଲୁରୁ ହେଉଛି କନ୍ନଡିଗାସ ଙ୍କର, ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟିଂ, ଚାଲିଛି ବଡ ବିତର୍କ

ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି କନ୍ନଡିଗାସଙ୍କର, ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ସେତିକି ନୁହେଁ ଏହାକୁ ନେଇ ଚାଲିଛି ଏକ ବଡ ବିତର୍କ। ଏଥିରେ ଆଇଟି ବୃତ୍ତିଧାରୀ, ବ୍ୟବସାୟୀ, ଟେକ୍ନୋଲୋଜିଷ୍ଟ, ଏପରିକି ସାଧାରଣ ଜନତା ମଧ୍ୟ ସେମାନଙ୍କ ମତ ରଖି ଏହି ବିତର୍କକୁ ବଢାଇବାରେ ଲାଗିଛନ୍ତି।

ଜଣାପଡିଛି ଯେ, ମଞ୍ଜୁ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ତାହା ଇଂରାଜୀରେ କରାଯାଇଛି। ତାହା ହେଲା

To,
Everyone Coming to Bengaluru

You will be treated as OUTSIDERS in Bengaluru if you don't speak Kannada or make an effort to speak Kannada.

Write it down, Share it around. We ain't Joking.

BENGALURU BELONGS TO KANNADIGAS PERIOD.

— ಲಕ್ಷ್ಮಿ ತನಯ (@ManjuKBye) September 6, 2024

ଏହାର ଅର୍ଥ ହେଲା ଯେ, ଯେଉଁମାନେ ବାଙ୍ଗାଲୁରୁ ଆସୁଛନ୍ତି ସେମାନେ କନ୍ନଡ ଭାଷା କହନ୍ତି ନାହିଁ କି ଚେଷ୍ଠା ମଧ୍ୟ କରନ୍ତି ନାହିଁ ସେମାନଙ୍କୁ ବାହାରି ଭାବେ ବ୍ୟବହାର କରାଯିବ। ଏହାକୁ ଲେଖ ଏବଂ ସେୟାର କର ବୋଲି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଏହା କୌଣସି ଖେଳ ଘର ନୁହେଁ। ବାଙ୍ଗାଲୁରୁ କେବଳ କନ୍ନଡିଗାସଙ୍କର। ଆଉ କାହାର ନୁହେଁ।

ଏହାକୁ ନେଇ ବର୍ତ୍ତମାନ ଝଡ ସୃଷ୍ଟି ହୋଇଛି। ଏହି ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଅନେକ ସମର୍ଥନ ମଧ୍ୟ କରିଛନ୍ତି। ଶାସ୍ତ୍ରୀ ଶର୍ମା ନାମକ ଜଣେ ୟୁଜର ନିଜ କମେଣ୍ଟରେ ଲେଖିଛନ୍ତି ଯେ, ବାଙ୍ଗାଲୁରୁ ଭାରତର ଏକ ପ୍ରାଚୀନ ସହର। ଏହାର ସଂସ୍କୃତିକୁ ସମ୍ମାନ ଦିଆଯିବ। ହେଲେ ବାହାରି ଭିତିରି କଥା ଠିକ ନୁହେଁ ବୋଲି ସେ ତାଙ୍କର ମତ ଦେଇଛନ୍ତି।

ସେହିପରି ଶିବ ନାମ୍ନି ଜଣେ ୟୁଜର ଲେଖିଛନ୍ତି ଯେ, ସ୍ଥାନୀୟ ଭାଷାକୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ, ହେଲେ ଭାଷାକୁ ନେଇ ବିଭାଜନ ସୃଷ୍ଟି କରିବା ମୁର୍ଖତାର ପରିଚୟ ବୋଲି ସେ କହିଛନ୍ତି। ବାଙ୍ଗାଲୁରୁ ସବୁବେଳେ ସଂହତି ସହର ଭାବେ ବେଶ ପରିଚିତ ରହିଛି। ସେହିପରି କେତେକ ବାଙ୍ଗାଲୁରୁ ଲୋକେ ଏଥିରେ ନିଜର ପ୍ରସ୍ତାବ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ବାଙ୍ଗାଲୁରୁୁରେ ବହୁବର୍ଷ ଧରି ରହିବାକୁ ଥିଲେ ଏହାର କନ୍ନଡ ଭାଷା ଶିଖିବା ଉଚିତ। କାରଣ ଏହାଦ୍ବାରା ସେଠାରେ ରହିବା ବହୁ ସୁବିଧା ହେବ।

ପ୍ରିୟଙ୍କା ଲେହେରୀ ନାମକ ଜଣେ ଫିଟନେସ କୋଚ ଲେଖିଛନ୍ତି ଯେ, ମୁଁ ବାଙ୍ଗାଲୁରୁରେ ଦୀର୍ଘ ଆଠବର୍ଷ ଧରି ରହୁଛି। ଏଠାର ଲୋକେ ବହୁ ଭଲ। ମୁଁ କନ୍ନଡ ଭାଷା କହୁ ନ ଥିଲେ ମଧ୍ୟ ଏଠାକାର ଲୋକେ ମୋତେ ବେଶ ଭଲ ପାଉଛନ୍ତି। ମୁଁ ଏହି କନ୍ନଡ ଭାଷା ଶିଖିବା ପାଇଁ ଚେଷ୍ଠା କରୁଛି। ହେଲେ ପାରିପାରୁ ନାହିଁ। ତଥାପି ମୁଁ କେବେ ବାହାରି ଭାବେ ବ୍ୟବହାର ପାଇ ନାହିଁ।

ବାଙ୍ଗାଲୁରୁ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026
Latest News

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.