Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Haryana Election: ହରିୟାଣା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

Haryana Election: ହରିୟାଣା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

September 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Haryan Election: ହରିୟାଣା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Haryana Election: ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ହରିୟାଣା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କରନାଲରେ ବିଜେପି କାର‌୍ୟ୍ୟକର୍ତ୍ତାଙ୍କୁ ଭେଟିବା ସହ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା କରିଛନ୍ତି। ପ୍ରଚାର କରିବା ଅବସରରେ ସେ କହିଛନ୍ତି ହରିୟାଣାରେ ବିଜେପି ବିଜୟର ହ୍ୟାଟ୍ରିକ୍ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି।

ବିଗତ ୧୦ ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ଧରି ବିଜେପି ନିରନ୍ତର ଭାବେ ହରିୟାଣାର ସେବା କରିଆସୁଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କୁ ସମସ୍ତ କୃଷି ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର ଗ୍ୟାରେଣ୍ଟି ଦେବାରେ ହରିୟାଣା ହେଉଛି ପ୍ରଥମ ରାଜ୍ୟ। ବିଜେପି ସରକାରରେ ଏହି ରାଜ୍ୟରେ ଯୁବବର୍ଗଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି।

ଗୋଟିଏ ପଟେ ସୈନୀ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଛନ୍ତି । ଅନ୍ୟ ଗୋଟିଏ ପକ୍ଷରେ ବାପା ପୁଅଙ୍କ ଶାସନରେ ଚାଷୀଙ୍କ ଚାଷଜମି ଦଖଲ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନେ ଏମଏସପି ନାଁରେ ଚାଷୀଙ୍କୁ ଠକିଥା’ନ୍ତି ସେମାନେ କେବେ ବି ନିଜ ସରକାରରେ ଗ୍ୟାରେଣ୍ଟି ପୂରଣ କରନ୍ତି ନାହିଁ । କଂଗ୍ରେସ ଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥା’ନ୍ତି ।

ହରିୟାଣାର ସଚେତନ ଓ ସ୍ୱାଭିମାନୀ ଲୋକମାନେ କଂଗ୍ରେସର ହରିୟାଣା ବିରୋଧୀ ଓ ଜନବିରୋଧୀ ମାନସିକତାକୁ ଭଲ ଭାବରେ ବୁଝିଛନ୍ତି । ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଜନତା, କଂଗ୍ରେସ ଏବଂ ବାପା ପୁଅଙ୍କୁ ହରାଇ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଯାଉଛନ୍ତି। ହରିୟାଣାର ଡବଲ ଇଞ୍ଜିନ ସରକାର କୃଷକ, ମହିଳା, ଦଳିତ, ବଞ୍ଚିତ ଏବଂ ଯୁବବର୍ଗଙ୍କ ନନଷ୍ଟପ୍ ବିକାଶ କରି ବିକଶିତ ହରିୟାଣା ଗଠନ କରିବା କାମରେ ଲାଗିଛନ୍ତି। ହରିୟାଣାର ବିଜେପି ସରକାର ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

dharmendra pradhan Haryana Election 2024 ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Latest News

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 10, 2025

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.