Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ କି ? କାହିଁକି ଏପରି ଚାଲିଛି ଚର୍ଚ୍ଚା
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ କି ? କାହିଁକି ଏପରି ଚାଲିଛି ଚର୍ଚ୍ଚା

September 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶାର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା। ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଓ ପର୍ଯ୍ୟାଲୋଚନା। ତାହା ହେଲା ଯେ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ଖବରଟି ପ୍ରସାରିତ ହେବା ପରେ ଧର୍ମେନ୍ଦ୍ର ଶିବିରରେ ଉଭୟ ଖୁସି ଓ ନୈରାଶ ମଧ୍ୟ ପରିଲକ୍ଷିତ ହୋଇଛି। କାରଣ ରାଷ୍ଟ୍ରୀୟ ସଭାପତି ହେଲେ ବୋଧହୁଏ ମନ୍ତ୍ରୀପଦ ଚାଲିଯାଇପାରେ।

ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଜେ ପି ନଡ୍ଡା ଉଭୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଅଛନ୍ତି। ହେଲେ ଆଉ ମାସ କେଇଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେପିର ଗୋଟିଏ ନେତା ଗୋଟିଏ ପଦବୀ ନ୍ୟାୟରେ ନଡ୍ଡାଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ। ଯେହେତୁ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସ ଥିବାରୁ ବୋଧହୁଏ ଦଳ ସେଥିପାଇଁ ଦୁଇଟି ପଦବୀରେ ତାଙ୍କୁ ରଖିଛି।

ତେବେ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ସଭାପତି ହେବା ଜାତୀୟ ଗଣମାଧ୍ୟମରେ ଯେତେ ଚର୍ଚ୍ଚା ନ ହେଉଛି ରାଜ୍ୟରେ ତାହାଠାରୁ ବେଶୀ ଚର୍ଚ୍ଚା ହେଉଛି। ଏହାର କାରଣ ହେଲା ଧର୍ମେନ୍ଦ୍ରଙ୍କର ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ରହିଛି। ବିଭିନ୍ନ ସମୟରେ ଓଡିଶା ବିଜେପିରେ ତାଙ୍କର ଦବଦବା ଚାଲିଆସିଛି। କେନ୍ଦ୍ରରେ ମଧ୍ୟ ତାଙ୍କର କଥା ରହୁଛି। ତେଣୁ ସେହି ହିସାବରେ ଧର୍ମେନ୍ଦ୍ରଙ୍କୁ ହୁଏତ ଦଳ ସଭାପତି ଆସନରେ ବସାଇପାରେ ବୋଲି କୁହାଯାଉଛି।

ହେଲେ ଅନ୍ୟ ଏକ ସୁତ୍ର ବା ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ କୁଆଡେ ବସୁନ୍ଧରା ରାଜେ ପରବର୍ତ୍ତି ସଭାପତି ହେବେ। ତାଙ୍କୁ ଆରଏସଏସ ଦୃଢ ସମର୍ଥନ କରୁଛି ବୋଲି ଜଣାପଡିଛି। ଏପରିକି ଆରଏସଏସ ର ମୁଖ୍ୟ ମୋହନ ଭାଗବତଙ୍କ ସହିତ ବସୁନ୍ଧରାଙ୍କ ବୈଠକ ହୋଇସାରିଛି ବୋଲି କୁହାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବସୁନ୍ଧରାଙ୍କ ନାମକୁ ସମ୍ମତି ପ୍ରଦାନ କରିଛନ୍ତି। ଅନ୍ୟପଟେ ଆରଏସଏସ ଧର୍ମେନ୍ଦ୍ର ସପକ୍ଷରେ ନ ଥିବାର ଜଣାପଡିଛି। ତେଣୁ ଏପରି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ବସୁନ୍ଧରାଙ୍କ ପଲ୍ଲା ଭାରୀ ରହିଛି।

dharmendra pradhan କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Latest News

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.