Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ବିଜେଡି’ କୁ ବବି କାହିଁକି ଏମିତି କହିଲେ ? ‘ବି’ ଫର ବବି, ‘ଜେ’ ଫର ଜିତୁ ଏବଂ ‘ଡି’ ଫର ଡ୍ୟାନି…
ଜାତୀୟ ଖବର

‘ବିଜେଡି’ କୁ ବବି କାହିଁକି ଏମିତି କହିଲେ ? ‘ବି’ ଫର ବବି, ‘ଜେ’ ଫର ଜିତୁ ଏବଂ ‘ଡି’ ଫର ଡ୍ୟାନି…

October 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ବିଜେଡି' କୁ ବବି କାହିଁକି ଏମିତି କହିଲେ ? 'ବି' ଫର ବବି, 'ଜେ' ଫର ଜିତୁ ଏବଂ 'ଡି' ଫର ଡ୍ୟାନି...

ଭୁବନେଶ୍ବର: ବର୍ତ୍ତମାନ ରାଜନୀତିରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ କେତେବେଳେ ମୁଁ ପୁଣି ଲଢିବାକୁ ପ୍ରସ୍ତୁତ ଅଛି ବୋଲି କହି ଚର୍ଚ୍ଚାରେ ଆସିଥିଲେ ତ କେତେବେଳେ ସରକାରୀ କ୍ବାଟରର ନିର୍ମାଣକୁ ନେଇ। ତେବେ ସେ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାହା ପୁଣି ବିଜେଡି ନାମ କୁ ନେଇ।

ଗତକାଲି ଯାଜପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ସେଥିରେ ଯାଜପୁରର ତୁଙ୍ଗ ନେତା ବବି ଦାସ ପ୍ରଣବ ପ୍ରକାଶ ଦାସ, ଜିତୁ ବା ପ୍ରଣବ ବଳବନ୍ତରାୟ ଏବଂ ଡ୍ୟାନି ବା ପ୍ରୀତିରଂଜନ ଘଡାଇ ଯୋଗ ଦେଇଥିଲେ। ସେହି ସଭାରେ ସମସ୍ତେ ଭାଷଣ ମଧ୍ୟ ଦେଇଥିଲେ। ହେଲେ ବବି ବା ପ୍ରଣବ ପ୍ରକାଶ ଦାସଙ୍କ ଭାଷଣକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି।

ବବି ସେହି ସଭାରେ କହିଥିଲେ ଯେ, ଯାଜପୁରର ବିଜେଡି ହେଉଛି ଭିନ୍ନ ପ୍ରକାରର। ଯାଜପୁର ବିଜେଡି ଅର୍ଥ ହେଉଛି ‘ବି’ ଫର ବବି, ‘ଜେ’ ଫର ଜିତୁ ଏବଂ ‘ଡି’ ଫର ଡ୍ୟାନି। ଅର୍ଥାତ ଯାଜପୁରରେ ଯେଉଁ ବିଜେଡି ରହିଛି ତାହା ହେଉଛି ବି ଅର୍ଥାତ ବବି ବା ପ୍ରଣବ ପ୍ରକାଶ ଦାସ, ଜେ ଅର୍ଥାତ ଜିତୁ ବା ପ୍ରଣବ ବଳବନ୍ତରାୟ ଏବଂ ଡି ହେଉଛି ଡ୍ୟାନି ଅର୍ଥାତ ପ୍ରୀତି ରଂଜନ ଘଡାଇଙ୍କ ସଂଗଠନ।

ଦେଖିବାକୁ ଗଲେ ବର୍ତ୍ତମାନ ଯାଜପୁରରେ ଏହି ତିନିଜଣଙ୍କର ବେଶ ଦବଦବା ରହିଛି। କାରଣ ତାଙ୍କ ପରିବାର ସଦସ୍ୟ ଯାଜପୁରରୁ ଆସି ସାରା ଓଡିଶା ରାଜନୀତିକୁ ଦୋହଲାଇ ଥିଲେ। ବବି ଦାସଙ୍କ ବାପା ଅଶୋକ ଦାସ ଏକଦା ଓଡିଶା ରାଜନୀତିରେ ବେଶ କ୍ଷମତାଶାଳୀ ଥିଲେ। ସେହିପରି ଜିତୁ ବା ପ୍ରଣବ ବଳବନ୍ତରାୟଙ୍କ ବାପା କଳ୍ପତରୁ ଦାସ ମଧ୍ୟ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ହୋଇ ଟିକେଟ ବାଣ୍ଟିବା ପରି କ୍ଷମତା ହାସଲ କରିଥିଲେ।

ସେହିପରି ଓଡିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ତଥା ଚର୍ଚ୍ଚିତ ନେତା ହେଉଛନ୍ତି ପ୍ରଫୁଲ ଘଡେଇ। ତାଙ୍କ ପୁଅ ପ୍ରୀତିରଂଜନ ଘଡାଇ ବିଜେଡି ସରକାରରେ ମନ୍ତ୍ରୀ ଥିଲେ। ସେ ମଧ୍ୟ ଯାଜପୁର ମାଟିର ରାଜନୀତିରେ ବେଶ ଆଗୁଆ ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର ଗସ୍ତ ବେଳେ ସେହି ଜିଲ୍ଲାକୁ ଦୁଇଟି ରାଜନୈତିକ ପରିବାର ନଷ୍ଟ କରିଦେଲେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଯବାବ ଦେବା ପାଇଁ ବବି ଏପରି ସୁଚିନ୍ତିତ ଯୋଜନା କରି ଯାଜପୁରର ରାଜନୀତି ଅର୍ଥ ଏହି ତିନି ପରିବାର ବୋଲି ସ୍ପଷ୍ଟ କଲେ। ସେହି ବୈଠକରେ ବବିଙ୍କ ଏପରି ଯୁକ୍ତିକୁ ଖୋଦ ପ୍ରଣବ ବଳବନ୍ତରାୟ ଏବଂ ପ୍ରୀତିରଂଜନ ଘଡାଇ ବା ଡ୍ୟାନି ମଧ୍ୟ ସମର୍ଥନ କରିଥିଲେ।

ଗତ ନିର୍ବାଚନରେ ବବି ଓ ଡ୍ୟାନିଙ୍କ ମଧ୍ୟରେ ଛକପଞ୍ଚା ଲାଗିଥିଲା ବୋଲି କୁହାଯାଇଥିଲା। ଉଭୟ ଉଭୟଙ୍କୁ ହରାଇବା ପାଇଁ କୁଆଡେ ଷଢଯନ୍ତ୍ର କରିଥିଲେ ବୋଲି କୁହାଯାଉଛି। ହେଲେ ଦୁଃଖର କଥା ଯାଜପୁରର ଏହି ତିନି ନେତା ଏଥର ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ତେବେ ଏହି ତିନିଜଣ ଏକାଠି ଅଛନ୍ତି, ଏକାଠି ବିଜେଡିକୁ ସଶକ୍ତ କରିବେ ବୋଲି ଜଣାଇବା ପାଇଁ ବବି ଏପରି କଥା କହିଥିବାର ସ୍ପଷ୍ଟ ହୋଇଛି।

BJD Bobby Das ପ୍ରଣବ ବଳବନ୍ତରାୟ ପ୍ରୀତିରଂଜନ ଘଡାଇ ବବି ଦାସ ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.