Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ଝାଡଖଣ୍ଡର ପୋଷ୍ଟର ବଏ, ଓଡିଶାର ବହୁ ବିଜେପି ନେତା ଧରିବେ ପ୍ରଚାର ମଙ୍ଗ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ଝାଡଖଣ୍ଡର ପୋଷ୍ଟର ବଏ, ଓଡିଶାର ବହୁ ବିଜେପି ନେତା ଧରିବେ ପ୍ରଚାର ମଙ୍ଗ

October 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ଝାଡଖଣ୍ଡର ପୋଷ୍ଟର ବଏ, ଓଡିଶାର ବହୁ ବିଜେପି ନେତା ଧରିବେ ନିର୍ବାଚନ ମଙ୍ଗ

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶା ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ। ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ହୋଇଛି ବଡ ଯୋଜନା। ସେଠାରେ ମୋହନ ମାଝୀଙ୍କୁ ଓଡିଶାର 24 ବର୍ଷର ସରକାରକୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଦଳ ପ୍ରଚାର କରିବ। ସେତିକି ନୁହେଁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ସବୁ ମନ୍ତ୍ରୀ ଓ ବିଧାୟକ ଏବଂ ସାଂସଦ ମଧ୍ୟ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିବେ।

ବର୍ତ୍ତମାନ ଝାଡଖଣ୍ଡ ନିର୍ବାଚନ ବିଜେପି ପାଇଁ ଏକ ଚାଲେଞ୍ଜ ଭାବେ ଉଭା ହୋଇଛି। ଏହି ରାଜ୍ୟର ଜେଏମଏମ ସରକାରଙ୍କୁ ଭାଙ୍ଗି ବିଜେପି କିପରି ଶାସନ କରିବ ସେ ନେଇ ରଣନୀତି ତିଆରି ଚାଲିଛି। ଝାଡଖଣ୍ଡରେ ବହୁ ଓଡିଆ ବସବାସ କରୁଛନ୍ତି। ଅନେକ ନିର୍ବାଚନ ମଣ୍ଡଳିରେ ଓଡିଆ ଭୋଟରଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ଓଡିଆ ଭୋଟକୁ ହାତେଇବା ଏବଂ 24 ବର୍ଷର ସରକାରକୁ ଭାଙ୍ଗିବା ପ୍ରଚାର କରାଇବାକୁ ବିଜେପି ଏହି ଯୋଜନା କରିଛି।

ସେହିପରି ଏହି ଯୋଜନାରେ ସାମିଲ ହେବେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ପାଞ୍ଚ ବରିଷ୍ଠ ସାଂସଦ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ଏହି ପ୍ରଚାରର ମୁଖ୍ୟ ପୁରୋଧା ସାଜିବେ। ଏ ନେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡର ବିଜେପି ପ୍ରଭାରୀ ହିମନ୍ତ ବିଶ୍ବଶର୍ମା ଓଡିଶା ନେତାମାନଙ୍କ ସହିତ ଆଲୋଚନା କରିସାରିଛନ୍ତି।

ଝାଡଖଣ୍ଡରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜେଏମଏମ ପ୍ରଚାର ମଙ୍ଗ ଧରିଛନ୍ତି। ସେ ହେଉଛନ୍ତି ଓଡିଆ ଏବଂ ମୟୁରଭଂଜ ବାସିନ୍ଦା। ହେମନ୍ତ ସୋରେନ ଜେଲରେ ଥିବା ବେଳ କଳ୍ପନା ସବୁକିଛି ଦେଖାରଖା କରୁଥିଲେ। ସେ ହେମନ୍ତଙ୍କ ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ କୁହାଯାଉଥିଲା। କଳ୍ପନାଙ୍କ ରଣନୀତିକୁ ଭାଙ୍ଗିବା ପାଇଁ ଓଡିଶା ନେତାଙ୍କ ଉପରେ ଭରସା କରିଛି ରାଷ୍ଟ୍ରୀୟ ବିଜେପି।

ଝାଡଖଣ୍ଡରେ ବିଜେପିର ଏକ ପ୍ରମୁଖ ନାରା ହେଉଛି ପଡୋଶୀ ରାଜ୍ୟ ଓଡିଶାରେ 24 ବର୍ଷର ନବୀନ ସରକାରକୁ ଧରାଶାୟୀ କରି ବିଜେପି କ୍ଷମତାକୁ ଆସିଲା। ସେହି ଉଦାହରଣ ଝାଡଖଣ୍ଡବାସୀଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନିବେ ପୋଷ୍ଟର ବଏ। ଆଉ ତାଙ୍କୁ ସାହାଯ୍ୟ କରିବେ ଓଡିଶାର ବହୁ ବିଧାୟକ ଓ ସାଂସଦ। ତେବେ ଏ ନେଇ ବିଜେପିର ରଣନୀତି କେତେ ସଫଳ ହେବ ତାହା ଭୋଟ ଗଣତି ପରେ ଜଣାପଡିବ।

jharkhand election Mohan Majhi ଝାଡଖଣ୍ଡ ନିର୍ବାଚନ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Latest News

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.