Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, ଶିକାରୀଙ୍କୁ ରୋକିବା ପାଇଁ ଏଥର ବ୍ୟବହାର ହେବ ଡ୍ରୋନ
ଜାତୀୟ ଖବର

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, ଶିକାରୀଙ୍କୁ ରୋକିବା ପାଇଁ ଏଥର ବ୍ୟବହାର ହେବ ଡ୍ରୋନ

October 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା
ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି।

ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ।

ଗତ ବର୍ଷ ଗ୍ରୀଷ୍ମଋତୁରେ ଚିଲିକାର ନଳଘାସରେ ନିଆଁ ଲଗାଉଥିବା ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ଡ୍ରୋନ୍‌କୁ ଭଲ ସଫଳତା ମିଳିଥିଲା ତେଣୁ ପକ୍ଷୀ ସୁରକ୍ଷାରେ ଡ୍ରୋନ୍ ନିୟୋଜନ ପାଇଁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଡିଏଫ୍‌ଓ।

ପ୍ରତିବର୍ଷ ପରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମୋଟ ୨୧ଟି କ୍ୟାମ୍ପ୍ କରାଯାଇଛି ଏବଂ ପ୍ରତ୍ୟେକ କ୍ୟାମ୍ପରେ ପାଟ୍ରୋଲିଂ ହେବ ବିଶେଷକରି ପାହାନ୍ତିଆ ସମୟକୁ ବିଭାଗ ଗୁରୁତ୍ଵ ଦେଇଛି କାରଣ ଏହି ସମୟରେ ପକ୍ଷୀ ଶିକାର ମାତ୍ରା ଅଧିକ ହୋଇଥାଏ।

ତତସହିତ ଅନେକ ସମ୍ବେଦନଶିଳ ଅଞ୍ଚଳକୁ ଚି଼ହ୍ନଟ କରାଯାଇଛି। ଯେଉଁଠି ପକ୍ଷୀ ଶିକାର ହେବାର ଆଶଙ୍କା ଅଧିକ ରହିଛି ସେହି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯିବl ପକ୍ଷୀଙ୍କ ଉଡ଼ିବା ସମୟରେ ଡ୍ରୋନ୍ ଯେମିତି କ୍ଷତିକାରକ ସାବ୍ୟସ୍ତ ନ ହୁଏ, ସେଥିପାଇଁ ଚିଲିକା କୂଳେ କୂଳେ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରାଯାଇଛି।

ଅନୁରୂପ ଭାବେ ପର୍ଯ୍ୟଟକଙ୍କୁ ବିଦେଶାଗତ ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ନଦେବା ପାଇଁ ଅନୁରୋଧ କରିଛନ୍ତି ଡ଼ିଏଫଓ। ଉକ୍ତ ଖାଦ୍ୟ ଦ୍ୱାରା ବିଦେଶୀ ପକ୍ଷୀ ରୋଗର ଶିକାର ହୋଇପାରନ୍ତି ଏବଂ ଯାହାଦ୍ୱାରା ଅନେକ କ୍ଷତି ଘଟିବ। ତତସହିତ ମୋଟର ବୋଟ ସଂଘକୁ ନିୟମ ମୁତାବକ ନିର୍ଦ୍ଧାରିତ ସଂଖ୍ୟାରେ ଯାତ୍ରୀ ନେବାକୁ ଅନୁରୋଧ କରିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

chilika ଚିଲିକା ପକ୍ଷୀ ଶିକାର
Share. Facebook Twitter LinkedIn Email WhatsApp Copy Link

Related Posts

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026

ସମ୍ବଲପୁର ବୁର୍ଲାରେ ଏନକାଉଣ୍ଟର

May 17, 2026
Latest News

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026

ପୁଣି ବଢିଲା ସିଏନଜି ମୂଲ୍ୟ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.