Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ବୀମା କଂପାନୀର ମନମୁଖୀ କାର୍ଯ୍ୟକଳାପକୁ କରାଯିବ ନିୟନ୍ତ୍ରଣ, ବସିଲା ବୈଠକ
ଜାତୀୟ ଖବର

ଓଡିଶାରେ ବୀମା କଂପାନୀର ମନମୁଖୀ କାର୍ଯ୍ୟକଳାପକୁ କରାଯିବ ନିୟନ୍ତ୍ରଣ, ବସିଲା ବୈଠକ

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ବୀମା କଂପାନୀର ମନମୁଖୀ କାର୍ଯ୍ୟକଳାପକୁ କରାଯିବ ନିୟନ୍ତ୍ରଣ, ବସିଲା ବୈଠକ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବୀମା କମିଟି (SLIC)ର ପ୍ରଥମ ସମ୍ମିଳନୀ ୧୫ ଜାନୁଆରୀ ୨୦୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ  ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର୍ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା।

ସେ ତାଙ୍କ ଉଦବୋଧନରେ ରାଜ୍ୟ ସ୍ତରୀୟ ବୀମା କମିଟି (SLIC) କୁ  IRDAI, ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କର ଏକ ତ୍ରିପାକ୍ଷିକ ସଂସ୍ଥାଗତ ବ୍ୟବସ୍ଥା ଭାବେ କାମ କରିବା ପାଇଁ ଉତ୍ସାହିତ କରିଥିଲେ । ବ୍ୟାଙ୍କିଂ କ୍ଷେତ୍ରରେ SLBC ପରି ବୀମା କ୍ଷେତ୍ରରେ SLIC କୁ  ସର୍ବୋତ୍ତମ ମାନଦଣ୍ଡ ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହି କମିଟି ରାଜ୍ୟର ବୀମା କଭରେଜ୍ ର  ଅବସ୍ଥା ମୂଲ୍ୟାଙ୍କନ କରି ୨୦୩୬ ସୁଧା ସମସ୍ତଙ୍କ ପାଇଁ ବୀମା ସୁବିଧା ଲକ୍ଷ୍ୟ ହାସଲ ପାଇଁ ବିହିତ ପଦକ୍ଷେପ ନେବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ନିମ୍ନ ହାରରେ ଦାବି ସମାଧାନ (Claim Settlement Ratio) ପ୍ରସଙ୍ଗ ଉପରେ ଧ୍ୟାନ ଆକର୍ଷଣ କରାଯାଇଥିଲା। କମିଟି ଏହାକୁ ଗମ୍ଭୀରତାର ସହିତ ଆଲୋଚନା କରିଥିଲେ ଓ ସମ୍ପୃକ୍ତ ବୀମା କମ୍ପାନୀଗୁଡିକୁ ସମସ୍ତ ଦାବି ପ୍ରାଥମିକତା ସହିତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସାଧାରଣ ଜନତାଙ୍କ ପାଇଁ ସୁଲଭ ଓ ସହଜ ବୀମା ସୁବିଧା, ବୀମାକାରୀ ଏବଂ ବୀମା ଗ୍ରହୀତାଙ୍କ ମଧ୍ୟରେ ବିଶ୍ୱାସର ନିବିଡତାକୁ ବଢାଇବା, ଟେକ୍ନୋଲୋଜି ପରିଚାଳିତ ପ୍ଲାଟଫର୍ମ ବ୍ୟବହାର କରି ପ୍ରକ୍ରିୟାକୁ ସରଳୀକରଣ କରିବା, ଦାବି ସମାଧାନକୁ ତ୍ଵରାନ୍ଵିତ କରିବା ପାଇଁ କୃତିମ ବୁଦ୍ଧିମତା(AI) ଆଧାରିତ ବ୍ୟବସ୍ଥା ଏବଂ ସୁଦୃଢ ଅଭିଯୋଗ ସମାଧାନ ବ୍ୟବସ୍ଥା କରିବା ପାଇଁ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ବୀମା କମ୍ପାନୀମାନଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ପାଇଁ ଆଇଆରଡିଏଆଇ (IRDAI) ଦ୍ୱାରା ନିଯୁକ୍ତ ଚାରି ପ୍ରମୁଖ ବୀମା କମ୍ପାନୀ ଯଥା ଭାରତୀ ଆକ୍ସା ଲାଇଫ୍, ଶ୍ରୀରାମ ଜେନେରାଲ୍ ଇନସୁରାନ୍ସ, ଏଲ୍ଆଇସି ଅଫ୍ ଇଣ୍ଡିଆ ଏବଂ ଜୁରିଚ୍ କୋଟାକ୍ ଜେନେରାଲ୍ ଇନସୁରାନ୍ସ ମଧ୍ୟରୁ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ (LIC) କୁ  ଏସଏଲଆଇସି ପାଇଁ ନୋଡାଲ୍ ବୀମା କମ୍ପାନୀ କରିବାକୁ କମିଟିରେ ନିଷ୍ପତ୍ତି ନିଆଗଲା । ଜୀବନ, ଫସଲ, ମୋଟର, ସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରର ବୀମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଉପ-କମିଟି ଗଠନ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଆଇଆରଡିଏଆଇର ସଦସ୍ୟ ସଚିବ ଶ୍ରୀ ସତ୍ୟଜିତ ତ୍ରିପାଠୀ; ଏଲଆଇସିର ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି; ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏସ. ପି. ମହାନ୍ତି; ୪ଟି ଅଗ୍ରଣୀ ବୀମା କମ୍ପାନୀର ଏମ୍. ଡି. ତଥା ସି. ଇ. ଓ., ଶ୍ରୀ ଏମ୍. ଜଗନ୍ନାଥ, ଏଲ୍. ଆଇ. ସି.; ଶ୍ରୀ ପରାଗ ରାଜା, ଭାରତୀ ଆକ୍ସା ଲାଇଫ୍ ଲିମିଟେଡ୍; ଶ୍ରୀ ଅନିଲ କୁମାର ଅଗ୍ରୱାଲ, ଶ୍ରୀରାମ ଜେନେରାଲ୍ ଇନସୁରାନ୍ସ ଲିମିଟେଡ୍; ଶ୍ରୀ ଆଲୋକ କୁମାର ଅଗ୍ରୱାଲ, ଜୁରିଚ୍ କୋଟାକ୍ ଜେନେରାଲ୍ ଇନସୁରାନ୍ସ ଲିମିଟେଡ୍; ଶ୍ରୀ. ଶାଶ୍ୱତ ମିଶ୍ର , ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ, ଡ଼ ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରୀମତୀ ଗୂହା ପୁନମ ତାପସ କୁମାର, କମିଶନର ତଥା ଶାସନ ସଚିବ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ; ବୀମା କମ୍ପାନୀମାନଙ୍କର ଉଚ୍ଚ ପଦସ୍ତ ଅଧିକାରୀ; ରାଜ୍ୟ ସରକାରଙ୍କ ସଚିବ ଏବଂ ବରିଷ୍ଠ ଅଧିକାରୀଗଣ ତଥା ଅନୁଷ୍ଠାନିକ ଅର୍ଥ ବିଭାଗର ନିର୍ଦ୍ଦେଶକ ଡ. ପ୍ରଜ୍ଞାସ୍ମିତା ସାହୁ ଉପସ୍ଥିତ ଥିଲେ।

 

IRDAI ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.