Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମ ସମ୍ମାନ- ୨୦୨୫’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ପଦ୍ମ ସମ୍ମାନ- ୨୦୨୫’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
dharmendra
ପଦ୍ମ ସମ୍ମାନ- ୨୦୨୫’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ଅନେକ ସୁନେଲି ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦୀ ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ସମ୍ମାନ ପାଇ ଆସୁଛନ୍ତି । ଓଡ଼ିଶାର ଅସାଧାରଣ ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦୀ ସରକାରଙ୍କ ଉଚ୍ଚ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ।

ପଦ୍ମ ପୁରସ୍କାର ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦେଉଛି । କଳା କ୍ଷେତ୍ରରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଦ୍ୱିତ ଚରଣ ଗଡନାୟକ ଓ ଦୁର୍ଗା ଚରଣ ରଣବୀରଙ୍କ ଓଡ଼ିଶାର କଳା ଜଗତକୁ ଅନେକ ଅବଦାନ ରହିଛି । ସେହିପରି ପଦ୍ମ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମେଡିସିନ କ୍ଷେତ୍ରରେ ଅଶୋକ ମହାପାତ୍ର ପେଡିଆଟ୍ରିକ୍ ନ୍ୟୁରୋ ସର୍ଜରି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ କବି ଡ. ପ୍ରତିଭା ଶତପଥି ବହୁମୁଖି ପ୍ରତିଭାର ଅଧିକାରୀ ।

ଜାତୀୟ ସ୍ତରରେ ଏହି ଉଚ୍ଚ ସମ୍ମାନ ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶକୁ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣ ନାଗରିକଙ୍କୁ ପଦ୍ମ ପୁରସ୍କାର ସେମାନଙ୍କୁ ବଡ ସମ୍ମାନ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

dharmendra ଓଡିଶାର ପଦ୍ମଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.