Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କ ଭାଙ୍ଗି ଦେଇଛି ଏନସିବି: ଅମିତ ଶାହ
ଜାତୀୟ ଖବର

ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କ ଭାଙ୍ଗି ଦେଇଛି ଏନସିବି: ଅମିତ ଶାହ

February 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଏକ୍ସ ପ୍ଲାଟଫର୍ମରେ ଭାରତର ଡ୍ରଗ୍ ସିଣ୍ଡିକେଟ୍ ବିରୋଧରେ ଏକ ବଡ଼ ସଫଳତା ବିଷୟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କ ଭାଙ୍ଗି ଦେଇଛି। ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଏହି ଅନୁସନ୍ଧାନ ସଫଳତାର ଏକ ପ୍ରମାଣ ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, “ଭାରତ ଶୂନ୍ୟ ସହନଶୀଳତା ସହିତ ଡ୍ରଗ୍ କାର୍ଟେଲଗୁଡିକୁ ଭାଙ୍ଗି ଦେଇଛି। ଅତ୍ୟଧିକ ଉଚ୍ଚ ମାନର କୋକେନ୍, ଗଞ୍ଜେଇ, ଏବଂ ଗଞ୍ଜେଇ ଚକୋଲେଟ ଜବତ କରିବା ଏବଂ ଚାରି ଜଣଙ୍କୁ ଗିରଫ କରିବାରେ ମୁମ୍ବାଇରେ ଏକ ପ୍ରମୁଖ ସଫଳତା ମିଳିଛି। ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଅନୁସନ୍ଧାନର ତଳୁ ଉପର ପର୍ଯ୍ୟନ୍ତ ଆଭିମୁଖ୍ୟର ସଫଳତାର ଏହା ଏକ ପ୍ରମାଣ। ଏହି ବୃହତ ସଫଳତା ପାଇଁ ଦଳ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଅଭିନନ୍ଦନ। ”

ଜାନୁଆରୀ ୨୦୨୫ ମସିହାରେ ୨୦୦ ଗ୍ରାମ କୋକେନ ଜବତ କରିବା ସମୟରେ ଏନସିବି ମୁମ୍ବାଇ ଦଳ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ପ୍ରୟାସର ଫଳାଫଳ ଏହି ଜବତ ଅଟେ। ଏହି ମାମଲାରେ ମିଳିଥିବା ଗୁପ୍ତଚର ସୂଚନା ଉପରେ କାମ କରିବା ପରେ ଏବଂ ବୈଷୟିକ ତଥା ମାନବୀୟ ସୂଚନା ଆଧାରରେ ଏନସିବିର ମୁମ୍ବାଇ ଜୋନାଲ ୟୁନିଟ୍ (ଏମଜେଡୟୁ) ଶେଷରେ ଚୋରା ଚାଲାଣର ମୂଳରେ ପହଞ୍ଚିଥିଲା ଏବଂ ୩୧.୦୧.୨୦୨୫ରେ ମହାରାଷ୍ଟ୍ରର ନଭି ମୁମ୍ବାଇରୁ ୧୧.୫୪୦ କିଲୋଗ୍ରାମର ଉଚ୍ଚ ମାନର କୋକେନ, ୪.୯ କିଲୋର ହାଇବ୍ରିଡ ଷ୍ଟ୍ରେନ ହାଇଡ୍ରୋପୋନିକ୍‍ ଗଞ୍ଜେଇ ଏବଂ ୨୦୦ ପ୍ୟାକେଟ (୫.୫ କିଲୋଗ୍ରାମ) ଗଞ୍ଜେଇ ଚକୋଲେଟ ଏବଂ ନଗଦ ୧,୬୦,୦୦୦ ଟଙ୍କା ଜବତ କରିଥିଲା ।

ଏହି ମାମଲାରେ, ପ୍ରାଥମିକ ଭାବେ ମୁମ୍ବାଇର ଏକ ଆନ୍ତର୍ଜାତୀୟ କୋରିଅର ଏଜେନ୍ସିରୁ ଏକ ପାର୍ସଲରୁ ଏହା ଜବତ ହୋଇଥିଲା ଯାହା ଅଷ୍ଟ୍ରେଲିଆ ଯିବାକୁ ଥିଲା । ଏନସିବିର ଏମଜେଡୟୁ ବିପୁଳ ପରିମାଣର ଚାଲାଣକୁ ଠାବ କରିବାରେ ସକ୍ଷମ ହୋଇଥିଲା ଯାହା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଲୁଚାଇ ରଖାଯାଇଥିଲା ।

ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସିଣ୍ଡିକେଟ୍ ବିଦେଶରେ ରହୁଥିବା ଏକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି ଏବଂ ଜବତ ହୋଇଥିବା ନିଷିଦ୍ଧ ସାମଗ୍ରୀର କିଛି ପରିମାଣ ଆମେରିକାରୁ ମୁମ୍ବାଇକୁ ପଠାଯାଇଥିଲା ଏବଂ କୋରିଅର / ଛୋଟ କାର୍ଗୋ ସେବା ଏବଂ ମାନବ ପରିବହନକାରୀଙ୍କ ମାଧ୍ୟମରେ ଭାରତ ତଥା ବିଦେଶର ଏକାଧିକ ଗ୍ରାହକଙ୍କ ନିକଟକୁ ପଠାଯାଉଥିଲା। ଏହି ମାମଲାରେ ଜଡିତ ବ୍ୟକ୍ତିମାନେ ପରସ୍ପର ପାଇଁ ଅଜଣା ଅଟନ୍ତି, ଡ୍ରଗ୍ କାରବାର ଉପରେ ଦିନିକିଆ ବାର୍ତ୍ତାଳାପ ପାଇଁ ଛଦ୍ମ ନାମ ବ୍ୟବହାର କରନ୍ତି ।

ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଆହୁରି ମଧ୍ୟ, ଡ୍ରଗ୍ ସିଣ୍ଡିକେଟ୍ ର ପଛରେଏବଂ ଆଗରେ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି ।

ଅମିତ ଶାହ ଏକ୍ସ ଏନସିବି ଗଞ୍ଜେଇ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026
Latest News

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.