Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ, ସଡ଼କରେ ବଢ଼ିବ କ୍ୟାମେରା ସଂଖ୍ୟା, ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି
ଜାତୀୟ ଖବର

ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ, ସଡ଼କରେ ବଢ଼ିବ କ୍ୟାମେରା ସଂଖ୍ୟା, ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି

February 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
c&t12
ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ, ସଡ଼କରେ ବଢ଼ିବ କ୍ୟାମେରା ସଂଖ୍ୟା, ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସର ସଂପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଆଗକୁ ନିର୍ମାଣ ହେବାକୁ ହେବା ଥିବା ନୂତନ ରାଜପଥ ସହ ନିର୍ମାଣ ହେବାକୁ ଥିବା ରାସ୍ତାରେ ମଧ୍ୟ ଆଇଇଏମଏସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ମଧ୍ୟରୁ ତ୍ରୁଟିପୂର୍ଣ୍ଣ ରୋଡ୍ ଇଂଜିନିୟରିଂ ସଂପର୍କରେ ବୈଠକରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସମସ୍ୟାର ସୁଧାର ପାଇଁ ସଡ଼କ ନିର୍ମାଣ ସମୟରେ ସମସ୍ତ ମାନକକୁ ସଠିକ ଭାବରେ ପାଳନ କରାଯାଉଛି କି ନିୟମିତ ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ। ଏହାସହ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ପ୍ରତି ମାସ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।

ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସହରର ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ରାସ୍ତାରେ କ୍ୟାମେରା ସଂଖ୍ୟା ବୃଦ୍ଧି କରାଯିବ। ମୋ ବସ୍ ଓ ଓଏସଆରଟିସିର ଚାଳକମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସମସ୍ତ ବସରେ ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ADAS ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ।

ସଡ଼କରେ ଗାଡ଼ି ଚଲାଇବାକୁ ଦକ୍ଷ ଚାଳକଙ୍କୁ ଅନୁମତିକୁ ସୁନିଶ୍ଚିତ କରିବାକୁ ଏଲଏଲ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଅପେକ୍ଷାକୃତ ଶକ୍ତ କରିବାକୁ ବିଭାଗ ଚିନ୍ତା କରୁଛି । ଏଥିପାଇଁ ତିନି ପର୍ଯ୍ୟାୟ ପରୀକ୍ଷା କରିବାକୁ ପ୍ରସ୍ତାବ ରହିଛି । ସେହିଭଳି ନିୟମିତ ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

ପୂର୍ବରୁ ବୁଧବାର ଜିରୋ ଟଲେରାନ୍ସ ଡେ’ର ସଫଳତାକୁ ଆଖି ଆଗରେ ରଖି ଶୂନ୍ୟ ଦୁର୍ଘଟଣା ଦିବସ ପାଳନ ପାଇଁ ବିଭାଗ ଯୋଜନା ରଖିଛି । ପ୍ରଥମେ ଏହା ଭୁବନେଶ୍ୱରରୁ ଆରମ୍ଭ କରାଯିବ ।

ସଡ଼କ ଦୁର୍ଘଟଣା ହ୍ରାସରେ ତଥ୍ୟ ଭିତ୍ତିକ ପଦକ୍ଷେପ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ସମସ୍ତ ବିଭାଗକୁ ତଥ୍ୟ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଆଇଆଇଟି ମାଡ୍ରାସ ପକ୍ଷରୁ ପ୍ରଫେସର ବାଲ୍ ଭେଙ୍କଟେଶ ସୁବ୍ରମଣ୍ୟନଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ସଡ଼କ ଦୁର୍ଘଟଣା ତଥ୍ୟ ପ୍ରସ୍ତୁତିରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ଟ୍ରମା କେୟାର ଭିତ୍ତିଭୂମି, ଇ-ଚାଲାଣ, ସୁବାହକ ପ୍ରଶିକ୍ଷଣ, ମୋଟରଯାନ ଆଇନରେ ସଂଶୋଧନର ବିନ୍ଦୁ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ପୂର୍ବ ବୈଠକମାନଙ୍କରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର ସ୍ଥିତି ସଂପର୍କରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ମିଶ୍ର ତଥ୍ୟ ଉପସ୍ଥାପିତ କରିଥିଲେ। ଏହାସହ ୨୦୨୪ରେ ଦୁର୍ଘଟଣା ହାର ସଂପର୍କରେ ମଧ୍ୟ ରଖାଯାଇଥିଲା। ୨୦୨୩ ତୁଳନାରେ ୨୦୨୪ ରେ ଦୁର୍ଘଟଣା ହାର ହ୍ରାସ ପାଇଥିବା ସଂପର୍କରେ ସେ ସୂଚନା ରଖିଥିଲେ। ସେହିଭଳି ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପିତ ହୋଇଥିଲା।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଗଠନମୂଳକ ମତାମତ ରଖିଥିଲେ। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ ସହ ଉଲ୍ଲେଖନୀୟ ଭାବରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଉଷା ପାଢୀ ବାଣିଜ୍ୟ ଓ ପରିବହନ ବିଭାଗ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025
Latest News

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.