Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଞ୍ଝାରପୁର ଗାଈ ବଂଶ ରକ୍ଷାଲାଗି ଓମ୍ଫେଡ୍ କୁ ମିଳିଲା 2024ର ସ୍କଚ୍ ଆଓ୍ୱାର୍ଡ
ଜାତୀୟ ଖବର

ବିଞ୍ଝାରପୁର ଗାଈ ବଂଶ ରକ୍ଷାଲାଗି ଓମ୍ଫେଡ୍ କୁ ମିଳିଲା 2024ର ସ୍କଚ୍ ଆଓ୍ୱାର୍ଡ

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓମ୍ଫେଡକୁ ଜାତୀୟ ସ୍ତରରେ ମିଳିଲା ଆଉ ଏକ ସ୍ୱୀକୃତି। 2024 ମସିହା ପାଇଁ ଓମ୍ଫେଡକୁ ମିଳିଲା ଜାତୀୟସ୍ତରର ସ୍କଚ୍ ଆୱାର୍ଡ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓମ୍ଫେଡକୁ ଏହି ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଓମ୍ଫେଡର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ସମ୍ବଲପୁର ପ୍ଲାଣ୍ଟର ପରିଚାଳକ ଡକ୍ଟର ସରୋଜ ସାହୁ ଏହି ପୁରଷ୍କାର ଗ୍ରହଣ କରିଛନ୍ତି।

ବିଞ୍ଝାରପୁର ଗାଈ ବଂଶ ବୃଦ୍ଧି ପାଇଁ କଂଜରେଭେସନ ଅଫ୍ ଜର୍ମ ପ୍ଲାଜମା କରାଯାଉଛି । ସେମାନଙ୍କର ବଂଶ ରକ୍ଷା ପାଇଁ ଓୟୁଏଟି, ରାଜ୍ୟ ସରକାର ଏବଂ ଓମ୍ଫେଡ୍ ମିଳିତ ଭାବେ କାମ କରୁଛନ୍ତି । ସଂପ୍ରତ୍ତି ଏହି ବିଞ୍ଝାରପୁର ଗାଈ ସଂଖ୍ୟା ପ୍ରାୟ 2 ହଜାର ହେବ । କଂଜରଭେସନ ଅଫ୍ ଜର୍ମ ପ୍ଲାଜମା ଜରିଆରେ ଏହାର ବଂଶ ବୃଦ୍ଧି ପାଇଁ ଓମ୍ଫେଡ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ଉଦ୍ୟମକୁ ତର୍ଜମା କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରଜାତିର ଗାଈ ପାଳନ କରୁଥିବା ଦୁଗ୍ଧ ଚାଷୀଙ୍କୁ ଓମ୍ଫେଡ୍ ପକ୍ଷରୁ ବିଭିନ୍ନ ସୁବିଧା ଯୋଗାଇ ଦେବା ସହ ସେମାନଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ବଜାରରେ ବିକ୍ରି କରୁଛି। ବିଞ୍ଝାରପୁର ଗାଈ କ୍ଷୀର ଲିଟର ପିଛା 110 ଟଙ୍କା ହୋଇଥିଲେ ମଧ୍ୟ ବଜାରରେ ଏହି ଦେଶୀ ଗାଈ କ୍ଷୀରର ଚାହିଦା ବେଶ୍ ରହିଛି।  ଏବେ ଓମ୍ଫେଡ୍ ଦିନକୁ 12ରୁ 15 ଶହ ଲିଟର ବିଞ୍ଝାରପୁର ଗାଈ ଦେଶୀ କ୍ଷୀର ସଂଗ୍ରହ କରି ପ୍ରକ୍ରିୟାକରଣ ପରେ ବଜାରକୁ ଛାଡୁଛି। କେବଳ କ୍ଷୀର ନୁହେଁ, ଘିଅ ମଧ୍ୟ ଉତ୍ପାଦନ ଆରମ୍ଭ କରିଛି । ଦୁଗ୍ଧର ଗୁଣବତ୍ତା ରକ୍ଷା କରିବା ସହ ଉତ୍ତମ ମାନର କ୍ଷୀର ତାର ଅଗଣିତ ଗ୍ରାହକଙ୍କୁ ଯୋଗାଇ ଆସୁଛି।

ସୂଚନାଯୋଗ୍ୟ  କି ଭାରତର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ଯଥା ସୁପରିଚାଳନା, ଆର୍ଥିକ ବିକାଶ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ, ସାମାଜିକ ଦାୟିତ୍ୱ ଏବଂ ସାମଗ୍ରୀକ ବିକାଶ ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ପ୍ରକଳ୍ପ, ପ୍ରତିଷ୍ଟାନ ଆଦିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଦୀର୍ଘ 4 ଦଶନ୍ଧିରୁ ଅଧିକକାଳ ଓମ୍ଫେଡ୍ ଲୋକଙ୍କ ସହିତ ରହିଛି। ଚାଷୀମାନଙ୍କ ପାଇଁ ଓମ୍ଫେଡକୁ ଏହି ପୁରସ୍କାର ମିଳିଛି ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଓମ୍ଫେଡର ଅଧ୍ୟକ୍ଷ ଶ୍ରୀ ପ୍ରଧାନୀ।

ଏହି ପୁରସ୍କାର କେବଳ ବିଞ୍ଝାରପୁର ଗାଈଙ୍କ ବଂଶ ବୃଦ୍ଧି ପାଇଁ କିମ୍ବା ଓମ୍ଫେଡକୁ ନୁହେଁ, ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧଚାଷୀ ଖାସ୍ କରି ବିଞ୍ଝାରପୁର ଗାଈ ବଂଶ ବୃଦ୍ଧି ଦିଗରେ ସହଭାଗିତାର ହାତ ବଢାଇଥିବା ଦୁଗ୍ଧ ଚାଷୀ ଏବଂ ଓମ୍ଫେଡ୍ କର୍ମଚାରୀଙ୍କୁ ମିଳିଛି। ସେମାନଙ୍କର କଠୋର ପରିଶ୍ରମକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଓମ୍ଫେଡ୍ ଦୁଗ୍ଧଚାଷୀଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେଇଆସୁଛି ଏବଂ ଏଥିପାଇଁ ତାର ସାମାଜିକ ଦାୟିତ୍ୱବୋଧକୁ ନିଷ୍ଠାର ସହ ତୁଲାଉଛି। ଏହି ପୁରସ୍କାର ଉଭୟ ଦୁଗ୍ଧ ଚାଷୀ ଓ ଓମ୍ଫେଡ୍ କର୍ମଚାରୀଙ୍କ ମନରେ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଓମ୍ଫେଡ୍ ର ପରିଚାଳନା ନିର୍ଦେଶକ ଜିବୟ ଅମୃତା କୁଲାଙ୍ଗେ।

ଓମ୍‌ଫେଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026
Latest News

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026

TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.