Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜଭବନରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ
ଜାତୀୟ ଖବର

ରାଜଭବନରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ

February 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜଭବନରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଓ ଆନନ୍ଦ ବାଟିଂବାର ପର୍ବ ଯାହା ଆମର ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ।

ଏତଦ୍‌ବ୍ୟତୀତ ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ନିର୍ମାଣ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନଙ୍କ ଓଡିଶାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଅଂଶ ଗ୍ରହଣ ଓ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ ଦେଶର ଉତ୍ତର ପୂର୍ବାଚଂଳ କେବଳ ଏକ ଭୌଗଳିକ ଭୂଖଣ୍ଡ ନୁହେଁ ବରଂ ପରଂପରା, ଉତ୍କର୍ଷ କଳା ଓ ଗଭୀର ମୂଲ୍ୟବୋଧର ଗନ୍ତାଘର । ଏହା ଏପରି ଏକ ଭୂମି ଯେଉଁଠାରେ ପ୍ରକୃତି ଏବଂ ସଂସ୍କୃତି ସହବସ୍ଥାନ କରନ୍ତି ଏବଂ ଏଠାରେ ଗୋଷ୍ଠୀ ଓ ଆତ୍ମ ନିର୍ଭରଶୀଳତାର ଆତ୍ମା ବିକଶିତ ହୋଇଥାଏ। ରାଜ୍ୟପାଳ ଡ. କମ୍ଭମ୍‌ପାଟି ଓଡ଼ିଶା ଆସିବା ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିବା ବେଳର ସ୍ମୃତି ରୋମନ୍ଥନ କରିଥିଲେ ଏବଂ ଉତ୍ତର ପୂର୍ବାଚଂଳର ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଐତିହ୍ୟର ପ୍ରଶଂସା କରିଥିଲେ । ଅରୁଣାଚଳ ପ୍ରଦେଶକୁ “ଉଦିତ ସୂର୍ଯ୍ୟର ଭୂମି” ବୋଲି କୁହାଯାଏ । ସେଠାକାର ପ୍ରକୃତିର ମହିମା ଏବଂ ଦେଶର ସମୃଦ୍ଧ ଜନଜାତି ପରଂପରାର ଝଲକ ଦେଖାଯାଏ।

ଉଭୟ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ମନୋରମ ଭୂଦୃଶ୍ୟ, ବିବିଧତାରେ ଭରପୁର ଉଦ୍ଭିଦ ଓ ପ୍ରାଣୀ, ଅନନ୍ୟ ପରଂପରା ପାଇଁ ବାସ୍ତବରେ ଏହି ଦୁଇ ରାଜ୍ୟ ଉତ୍ତର ପୂର୍ବ ଭାରତର ଅଷ୍ଟଲକ୍ଷ୍ମୀଙ୍କ ଆତ୍ମାର ପ୍ରତୀକ ସାଜିଛି ବୋଲି ରାଜ୍ୟପାଳ କହିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜଭବନରେ ଉଭୟ ରାଜ୍ୟର ଅଧିବାସୀ / ପ୍ରତିନିଧିଙ୍କ ଉପସ୍ଥିତ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ସାରକୁ ଦର୍ଶାଉଛି।

ଏହି ପରଂପରାର ତତ୍ତ୍ୱାବଧାରକ ଭାବେ ରାଜଭବନ ଆମକୁ ଏକତ୍ରିତ କରିବା, ବିବିଧତାକୁ ସମ୍ମାନିତ କରିବାରେ ଗର୍ବ ଅନୁଭବ କରେ। ଓଡ଼ିଶାରେ କିପରି ବିଭିନ୍ନ ଅଂଚଳର ଗୋଷ୍ଠୀ / ସଂପ୍ରଦାୟ ଏକାଠି ହୁଅନ୍ତି, ଶିକ୍ଷ-ସହଯୋଗ ଓ ପାରସ୍ପରିକ ବୁଝାମଣାକୁ ପ୍ରୋସାହିତ କରାଯାଏ ତାହା ନିହାତି ଭାବେ ଉତ୍ସାହ ଜନକ ବୋଲି ରାଜ୍ୟପାଳ କହିବା ସହିତ ଆମର ସେହି ସଂପର୍କ, ବିବିଧତାରେ ଏକତା ଭାବନାକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ମିଜୋରାମ ରାଜ୍ୟର ରାଜ୍ୟପାଳ ଜେନେରାଲ ଡ. ବିଜୟ କୁମାର ସିଂହଙ୍କ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିବା ସହିତ ଓଡ଼ିଶା ସହ ତାଙ୍କ ରାଜ୍ୟର ଅତୁଟ ସଂପର୍କ ଏବଂ ଓଡ଼ିଶାର ବିଶେଷତ୍ୱ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ବାଂଟିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମର ଛାତ୍ରଛାତ୍ରୀମାନେ ବିବିଧତାରେ ଏକତା ଉପରେ ଆଧାରିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରମାଦେବୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀ, ସେଚୁଂରିଅନ ୟୁନିଭରସିଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଂଟର ଛାତ୍ରଛାତ୍ରୀ ତଥା ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ଡ. ହରି ବାବୁ କମ୍ଭମ୍‌ପାଟି ପ୍ରତିଷ୍ଠା ଦିବସ ରାଜଭବନ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୁଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026
Latest News

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୁଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.