Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାର୍ଚ୍ଚ ୨୭ ରେ ବିଧାନସଭା ଘେରିବ ପ୍ରଦେଶ କଂଗ୍ରେସ, ଜାଣନ୍ତୁ ଏହାର ବଡ କାରଣ
ଜାତୀୟ ଖବର

ମାର୍ଚ୍ଚ ୨୭ ରେ ବିଧାନସଭା ଘେରିବ ପ୍ରଦେଶ କଂଗ୍ରେସ, ଜାଣନ୍ତୁ ଏହାର ବଡ କାରଣ

March 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାର୍ଚ୍ଚ ୨୭ ରେ ବିଧାନସଭା ଘେରିବ ପ୍ରଦେଶ କଂଗ୍ରେସ, ଜାଣନ୍ତୁ ଏହାର ବଡ କାରଣ

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗ ଦେଇଥିଲେ।

ପ୍ରଭାରୀ ଶ୍ରୀ ଲଲ୍କୁ ଓଡ଼ିଶାରେ ଗତ କିଛିଦିନ ଭିତରେ କଂଗ୍ରେସ ଦଳ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କର ପ୍ରିୟ ଭାଜନ ହେବାରେ ସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥ‌ିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢ଼ଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ।

ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ ଉପରେ ଯୌନ ଶୋଷଣ ସୀମା ଲଙ୍ଘିଛି । କଂଗ୍ରେସ ଦଳ ଏହାକୁ ଗୁରୁତ୍ବର ସହିତ ନେଇ ରାଜ୍ୟବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି । ବିଧାନ ସଭା ଭିତରେ କଂଗ୍ରେସ ଦଳର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯିବା ଓ ବରିଷ୍ଠ ବିଧାୟକ ଶ୍ରୀ ତାରାବାହିନି ପତିଙ୍କୁ ୭ ଦିନ ପାଇଁ ନିଳମ୍ବନ କରିବା ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରା‌ଯିବ ବୋଲି ଚେତାବନି ଦେଇଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ୍ ବକ୍ତବ୍ୟ ରଖ୍ ଶାସକ ବିଜେପି ଦଳ କଂଗ୍ରେସ ବିଧାୟକମାନଙ୍କ ଉପରେ ପ୍ରୟୋଗ କରିଥିବା ଆଶାଳିନ ଭାଷା ଓ ଦହିକ ଆକ୍ରମଣକୁ ଅବତାରାଣା କରିବା ସହିତ ବିଧାନ ସଭା ଇତିହାସରେ ଏହା ବିରଳ ଦୃଷ୍ଟାନ୍ତ ବୋଲି କହିଥିଲେ।

ବୈଠକର ପ୍ରାରମ୍ଭରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଗତ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ ବୈଠକ ପର ଠାରୁ ଏ ମଧ୍ୟରେ ବହୁ ମନ୍ତ୍ରୀ, କଂଗ୍ରେସ ନେତୃବୃନ୍ଦ, ସମାଜ ସେବୀ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ପରଲୋକ ଗମନ କରିଛନ୍ତି । ସେମାନଙ୍କ ଅବର୍ତ୍ତମାନରେ ଆଜିର ବୈଠକରେ ଶୋକ ପ୍ରକାଶ କରାଯିବା ସହିତ ସେମାନଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା।

ଯେଉଁମାନେ ପରଲୋକ ଗମନ କରିଛନ୍ତି ସେମାନେ ହେଲେ-ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ପୂର୍ବତନମନ୍ତ୍ରୀ ଡମ୍ବରୁଧର ଉଲାକା, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ମାଝୀ, ପୂର୍ବତନ ପିସିସି ଉପସଭାପତି ସାବିତ୍ରୀ ଚୌଧୁରୀ, ପି.ସି.ସି ସଭ୍ୟା, ପ୍ରଭା ପଟେଲ, କାକଟପୁରର କାନନବାଳା ଖୁଣ୍ଟିଆ, ଯାଜପୁରର ସୁଧାଂଶୁବାଳା ରାଉତ, ବିଶିଷ୍ଟ ସିନେ କଳାକାର ଉତ୍ତମ ମହାନ୍ତି, ବାଲେଶ୍ଵରର କଂଗ୍ରେସ ନେତା ବିକାଶ ଦାସ ପ୍ରମୁଖଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ବୈଠକରେ ଓଡ଼ିଶାରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଇଥିଲେ। ସାମାଜିକ ନ୍ୟାୟ, ଖଣି ଦୁର୍ନିତି, ଜାତିଗତ ଜନଗଣନା, ମଦର ଦୌରାତ୍ମ୍ୟ, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍, କୃଷକମାନଙ୍କ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ଇତ୍ୟାଦି ପ୍ରସଙ୍ଗ ଗୁଡ଼ିକ ଆଲୋଚନାରେ ପ୍ରାଧାନ୍ୟ ପାଇଥିଲା । ନାରୀ ନିର୍ଯ୍ୟାତନା ବିରୋଧରେ ଓ ନାରୀ ମାନଙ୍କ ସଶକ୍ତିକରଣକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନ ସଭା ଘେରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତି ହୋଇଥିଲା।

କଂଗ୍ରେସ ପ୍ରଦେଶ କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.