Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?
ଜାତୀୟ ଖବର

ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sujata
ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?

ଭୁବନେଶ୍ବର: ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ସେ ହେଉଛନ୍ତି ଚର୍ଚ୍ଚିତ ନେତା ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ। ତେବେ ସୁଜାତା ହଠାତ କାହିଁକି ଚାକିରୀ ଛାଡିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତାଙ୍କ ଚାକିରୀରେ ବର୍ତ୍ତମାନ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଅବସର ନେଲେ। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି।

ଗତ ନିର୍ବାଚନରେ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଏପରିକି ସେ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବରେ ମହିଳାମାନଙ୍କୁ ବିଜେଡିର କାମ କରିବା ପାଇଁ କହୁଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ସେହି ଆଧାରରେ ସେତେବେଳେ ତାଙ୍କୁ ନିର୍ବାଚନ କମିଶନର ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେତେବେଳେ ସେ ସେହି ଅର୍ଥ ବିଭାଗରେ କାମ କରିବା ପାଇଁ କୁହାଯାଇଥିଲା।

ଏହାପରେ ବିଜେପି ସରକାର ଆସିବା ପରେ ସୁଜାତା ଝିଅ ପରୀକ୍ଷା ପାଇଁ ଛଅ ମାସ ଛୁଟି ପାଇଁ ଆବେଦନ କରିଥିଲେ। ସରକାର ତାଙ୍କୁ ଛୁଟି ମଧ୍ୟ ମଂଜୁରୀ କରିଥିଲେ। ଛୁଟି ସରିବା ପରେ ପୁଣି ସେ ଆଉ ଅଧିକ ଦିନ ରହିବା ପାଇଁ ଚାହିଁଥିଲେ। ହେଲେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ସେହି ଅନୁସାରେ ସୁଜାତା ସେହି ଅର୍ଥ ବିଭାଗରେ କାର୍ଯ୍ୟ କରୁଛନ୍ତି।

ସେଠାରେ ତାଙ୍କର କୌଣସି ଅସୁବିଧା ନ ହେଉଥିବା ବେଳେ ଆଇଏଏସ ପରି ଚାକିରୀ ଛାଡିବା ପଛରେ କଣ ରହସ୍ୟ ତାହା ଆଲୋଚନା ଚାଲିଛି। ପୂର୍ବରୁ ତାଙ୍କର ସ୍ବାମୀ ଭି କେ ପାଣ୍ଡିଆନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ। 2024 ନିର୍ବାଚନର ବିଜେଡି ମଙ୍ଗ ସେ ସମ୍ଭାଳିଥିଲେ। ହେଲେ ବିଜେପିର ଓଡିଆ ଅସ୍ମିତା ସ୍ଲୋଗାନ ଓଡିଶା ଭୋଟରଙ୍କୁ ଧରିଥିଲା। ପାଣ୍ଡିଆନ ତାମିଲରୁ ଆସି ଓଡିଶାର ରାଜନୀତି କାହିଁକି କରିବେ ବୋଲି ପ୍ରଶ୍ନ ସୃଷ୍ଟି ହେଲା। ଫଳରେ ବିଜେଡି ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହେଲା।

ଠିକ୍ ସେହିପରି ସୁଜାତା ଆଇଏଏସରୁ ଅବସର ନେବା ପରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସୁଜାତା କଣ ବିଜେଡିରେ ଯୋଗ ଦେବେ କି ? ଓଡିଆ ଝିଅ ସୁଜାତା କଣ ବିଜେଡିର ମଙ୍ଗ ଧରିବେ କି। ଏହିପରି ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଏ ନେଇ ନା ବିଜେଡି ନା ସୁଜାତା ପାଣ୍ଡିଆନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Sujata Kartikeyan ସୁଜାତା କାର୍ତ୍ତିକେୟନ ସୁଜାତା ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.