Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଷ୍ପ କୃଷି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଫୁଲଚାଷର ପେଣ୍ଠସ୍ଥଳୀ ହେବ ସମ୍ବଲପୁର
ଜାତୀୟ ଖବର

ପୁଷ୍ପ କୃଷି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଫୁଲଚାଷର ପେଣ୍ଠସ୍ଥଳୀ ହେବ ସମ୍ବଲପୁର

April 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
dharmendra
ପୁଷ୍ପ କୃଷି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଫୁଲଚାଷର ପେଣ୍ଠସ୍ଥଳୀ ହେବ ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ। ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଥିଲେ । ପରେ ଆୟୋଜିତ ପୁଷ୍ପ କୃଷି ମେଳାରେ ଯୋଗଦେବା ସହ ଗ୍ରାମର ବିଭିନ୍ନ ଚାଷୀଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଫୁଲ ବ୍ୟବସାୟ ଉପରେ ସ୍ଥାନୀୟ ଯୁବ ଚାଷୀ ପ୍ରମୋଦଙ୍କ ସହ କଥା ହୋଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଏକ ଚଷାଚାଷୀ ଅଞ୍ଚଳ। କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି । କୃଷି ହଁଥ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପ୍ରଶଂସନୀୟ।

ସମ୍ବଲପୁର ଜିଲ୍ଲାରେ ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହ ଫୁଲଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବ । ଆଗାମୀ ଦିନରେ ଏହି ପଦକ୍ଷେପ ସମ୍ବଲପୁରର ବଜାର ଭିତ୍ତିଭୂମିକୁ ନୂଆ ରୂପ ଦେବ । ସ୍ଥାନୀୟ ଅଞ୍ଚଳର ପରିଚୟ ବଢିବା ସହ ଆମ ଚାଷୀଭାଇମାନେ ବିଶେଷ ଭାବରେ ଲାଭବାନ ହେବେ । ଚାଷୀମାନଙ୍କ ଆୟ ଦୁଇ ଗୁଣା ବୃଦ୍ଧି ହେବା ସହ ସେମାନେ ଆତ୍ମନିର୍ଭର ହେବେ ।

ଡବଲ ଇଞ୍ଜିନ ସରକାରରେ ସମ୍ବଲପୁରକୁ ଫୁଲଚାଷର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ । କେବଳ ଶୀତ ଦିନ ନୁହେଁ ଏଣିକି ପ୍ରତି ୪ ମାସରେ ଥରେ ବର୍ଷ ସାରା ଫୁଲ ଉତ୍ପାଦନ ହେବ । ଫୁଲଚାଷରେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ଏକର ପିଛା ଲକ୍ଷେ ଟଙ୍କାରୁ ଅଧିକ ଦରରେ ଏହି ଫୁଲ ବିକ୍ରି ହେବ । ଏହା ଦ୍ୱାରା ଆମର ଚାଷୀମାନଙ୍କ ଜୀବନଜୀବିକାରେ ଉନ୍ନତି ହେବ । ସେ ଆହୁରି କହିଥିଲେ ଯେ ଆଜି ଦେଶ ଓ ରାଜ୍ୟରେ ଏକ କଲ୍ୟାଣକାରୀ ସରକାର ଅଛି ।

ମୋଦୀ ଗ୍ୟାରେଣ୍ଚିରେ ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଶୁଭାରମ୍ଭ ହୋଇଛି । ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ହୋଇଛି । କୃଷିଭିତ୍ତିକ ଜିଲ୍ଲା ସମ୍ବଲପୁରରେ କୃଷିର ବିକାଶ ସହ ଏହାକୁ କୃଷିଭିତ୍ତିକ ଅର୍ଥନୀତିରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

dharmendrapradhan କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026
Latest News

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.