Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି ଦଳକୁ କିଏ ହାଇଜାକ କରୁଛି ? ଏମିତି କାହିଁକି ସନ୍ଦେହ କଲେ ଦଳର ବରିଷ୍ଠ ନେତା ବିଧାୟକ ରାଜା ସ୍ବାଇଁ
ଜାତୀୟ ଖବର

ବିଜେଡି ଦଳକୁ କିଏ ହାଇଜାକ କରୁଛି ? ଏମିତି କାହିଁକି ସନ୍ଦେହ କଲେ ଦଳର ବରିଷ୍ଠ ନେତା ବିଧାୟକ ରାଜା ସ୍ବାଇଁ

April 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RajaSwine
ବିଜେଡି ଦଳକୁ କିଏ ହାଇଜାକ କରୁଛି ? ଏମିତି କାହିଁକି ସନ୍ଦେହ କଲେ ଦଳର ବରିଷ୍ଠ ନେତା ବିଧାୟକ ରାଜା ସ୍ବାଇଁ

ଭୁବନେଶ୍ବର: ୱାକଫ ବିଲକୁ ନେଇ ବିଜେଡି ଭିତରେ କନ୍ଦଳ ଲାଗିଥିବା ବେଳେ ବର୍ତ୍ତମାନ ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠିକୁ ନେଇ ଚର୍ଚ୍ଚା। ଅନ୍ୟନେତାମାନେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ହେଲେ ରାଜା ସ୍ବାଇଁ ଚିଠି ଲେଖିଛନ୍ତି ତାହା ଭିନ୍ନ କଥା ଦର୍ଶାଉଛି।

ନବୀନଙ୍କୁ ଲେକିଥିବା ଚିଠିରେ ବିଧାୟକ ରାଜା ସ୍ବାଇଁ ଲେକିଛନ୍ତି ଯେ, ଦଳକୁ କିଏ ହାଇଜାକ ବା ଅପହରଣ ନ କରୁ। ୱାକଫ ବିଲ ଦଳର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ରାଜା ସ୍ବାଇଁ ଉଲ୍ଲେଖ କରିଛନ୍ତି। ହେଲେ ଦଳକୁ କେହି ହାଇଜାକ ନ କରୁ ବୋଲି ସେ କାହିଁକି ଲେଖିଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି।

ସାଧାରଣରେ ପ୍ରଶ୍ନ ଉଠିଛି ଯେ, ତେବେ ଦଳକୁ କିଏ ହାଇଜାକ କରୁଛି କି ? ସେ ଖୋଦ ବିଜେଡି ଭିତର ଲୋକ ନା ବାହାର ଲୋକ ? କିଏ ହାଇଜାକ କରିବାକୁ ଉଦ୍ୟମ କରୁଛି ତାହା ରାଜା ସ୍ବାଇଁ ଜାଣିଛନ୍ତି କି ? ଯଦି ଜାଣିଛନ୍ତି ତେବେ ସେ କାହିଁକି ତାଙ୍କ ନାମ ଉଲ୍ଲେଖ କରିଲେ ନାହିଁ। ଏହିପରି ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଦଳକୁ କିଏ ହାଇଜାକ ନ କରୁ ଅର୍ଥ ସାଧାରଣରେ ସମସ୍ତେ ଜାଣିପାରୁଛନ୍ତି ଯେ, ବିଧାୟକ ରାଜା ସ୍ବାଇଁ ଏହି ନିଶାନା ନବୀନଙ୍କ ପରାମର୍ଶଦାତା ଭି କେ ପାଣ୍ଡିଆନଙ୍କୁ କରିଛନ୍ତି। ସେ ତାଙ୍କ ନାମ ସିଧା କହିପାରୁ ନାହାଁନ୍ତି। କାରଣ ୱାକଫ ବିଲ ପ୍ରସଂଗରେ ନବୀନଙ୍କ ମତ ପରିବର୍ତ୍ତନ କୁଆଡେ ତାଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ବିଜେଡି ନେତାମାନେ ଅନୁଭବ କରି ସାରିଲେଣି। ହେଲେ କାହାର ସତସାହସ ନାହିଁ ପାଣ୍ଡିଆନଙ୍କୁ ବିରୋଧ କରିବା।

ପୂର୍ବରୁ ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସେହି କଥା କହିଛନ୍ତି। ସେ ସିଧା ପାଣ୍ଡିଆନଙ୍କ ନାମ ନେଇ ଷଢଯନ୍ତ କରିଛନ୍ତି ବୋଲି କହିଛନ୍ତି। ଅନ୍ୟମତ ନେତା ପ୍ରଫୁଲ ମଲ୍ଲିକ, ଅରୁଣ ସାହୁ, ପ୍ରଭାତ ତ୍ରିପାଠୀ ପ୍ରମୁଖ ଅନେକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପାଣ୍ଡିଆନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଦିନକୁ ଦିନ ନୂଆ ନେତାଙ୍କ ପାଣ୍ଡିଆନଙ୍କୁ ବିରୋଧ କରିବା ସଂଖ୍ୟା ବଢିବାରେ ଲାଗିଛି। ଫଳରେ ବିଜେଡିର ପରବର୍ତ୍ତି ରଣନୀତି କଣ ରହିବ ତାକୁ ନେଇ ଅପେକ୍ଷା।

ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜା ସ୍ବାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.